କ୍ୟାମ୍ପେନରେ କମ୍ପୁଛି ସମ୍ବଲପୁର; ଭୋଟରଙ୍କ ସହ ଆଲୋଚନା କରି ସମର୍ଥନ ସାଉଁଟୁଛନ୍ତି ପ୍ରଣବ ପ୍ରକାଶ

Published By : Prameya-News7 Bureau | May 12, 2024 IST

ସମ୍ବଲପୁର: ନିର୍ବାଚନ ଯେତେ ପାଖେଇ ଆସୁଛି ପ୍ରଚାର ମଧ୍ୟ ସେତିକି ଜମିବାରେ ଲାଗିଛି l କ୍ୟାମ୍ପେନରେ କମ୍ପୁଛି ସମ୍ବଲପୁର ଲୋକସଭା କ୍ଷେତ୍ର । ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀମାନେ ଭୋଟରଙ୍କୁ ବିକାଶର ପ୍ରତିଶ୍ରୁତି ଦେଇ ଭୋଟ୍ ହାତେଇବାକୁ ଚେଷ୍ଟା କରୁଛନ୍ତି । ବିଜୁ ଜନତା ଦଳର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ମଧ୍ୟରେ ଜୋରଦାର ପ୍ରଚାର କରୁଛନ୍ତି । ତେବେ ରବିବାର ସକାଳୁ ହୋଟେଲରେ ସିଭିଲ ସୋସାଇଟି ସହ ବୈଠକ କରିଥିଲେ ପ୍ରଣବ ପ୍ରକାଶ । ସହରରେ ଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ l ପରେ ବ୍ରହ୍ମାକୁମାରୀ ଆଶ୍ରମ ଯାଇ ସେଠାରେ ଅନେକ ଲୋକଙ୍କୁ ସାକ୍ଷାତ କରିଛନ୍ତି ।  ସମ୍ବଲପୁରରେ ବିଜେଡିକୁ ଅକୁଣ୍ଠ ସମର୍ଥନ ମିଳୁଛି ବୋଲି ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ କହିଛନ୍ତି l ସେହିପରି ବିଧାୟକ ପ୍ରାର୍ଥୀ ରୋହିତ୍ ପୂଜାରୀ ଡୋର ଟୁ ଡୋର ବୁଲି ଭୋଟ୍ ଭିକ୍ଷା କରୁଛନ୍ତି । ସେ କହିଛନ୍ତି, ସମ୍ବଲପୁରବାସୀଙ୍କ ସମର୍ଥନ ରହିଛି ।  ବିଜେଡି ଏଠାରେ ଯୋଡ଼ି ଶଙ୍ଖରେ ବିଜୟୀ ହେବ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.