ସମ୍ବଲପୁରୀ ଭାଷାଠୁ ନେଇ ମହାନଦୀ ପ୍ରସଙ୍ଗ, ବିଜେପିକୁ ଧୋଇଲେ ପାଣ୍ଡିଆନ, କହିଲେ- ନିର୍ବାଚନ ବେଳେ ସେମାନଙ୍କୁ ସବୁ ମନେ ପଡ଼ୁଛି

Published By : Prameya-News7 Bureau | May 12, 2024 IST

ବରଗଡ଼: ବରଗଡ଼ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ  ପ୍ରଧାନମନ୍ତ୍ରୀଙ୍କୁ ଶାଣିତ ସ୍ଵରରେ ସମାଲୋଚନା କରିଛନ୍ତି ବିଜେଡିର ବରିଷ୍ଠ ନେତା ଭି.କେ ପାଣ୍ଡିଆନ୍‌ । ସମ୍ବଲପୁରୀ ଭାଷାଠୁ ନେଇ ମହାନଦୀ ପ୍ରସଙ୍ଗ, ଏମସପି, ବରଗଡ଼ କ୍ୟାନସର ହସ୍ପିଟାଲ୍‌ ଏସକୁ ନେଇ ପାଣ୍ଡିଆନ କେନ୍ଦ୍ରର ବିଜେପି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି।

ସେ  ବରଗଡରେ ସମାବେଶକୁ ସମ୍ବୋଧିତ କରି କହିଛନ୍ତି, ସମ୍ବଲପୁରୀ ଭାଷା ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ରହିଛି। ଏହି ଭାଷାର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ୫ ଥର ଚିଠି ଲେଖିଛନ୍ତି, କିନ୍ତୁ କେନ୍ଦ୍ର ସରକାର କିଛି କଲେ ନାହିଁ। ମାତ୍ର ଏବେ ସେମାନେ ଓଡ଼ିଆ ଅସ୍ମିତାର କଥା କହୁଛନ୍ତି।

Also read: ୨୦ରେ ପୁରୀରେ ମୋଦିଙ୍କ ରୋଡ୍‌ ସୋ', ଅନୁଗୁଳ-କଟକ ଜନସଭାରେ ହେବେ ସାମିଲ

ଏହି ସମୟରେ ପାଣ୍ଡିଆନ ମହାନଦୀ ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି ବିଜେପି ସରକାର ସମୟରେ ମହାନଦୀ ଉପରେ ଛତିଶଗଡ଼ ସରକାର ଅନେକ ଡ୍ୟାମ ନିର୍ମାଣ କରିଛନ୍ତି। କେନ୍ଦ୍ରୀୟ ଜଳ ଆୟୋଗଙ୍କୁ ଏହା ବନ୍ଦ କରିବା ଉଚିତ୍। ମାତ୍ର ସେମାନେ ଆଖି ବୁଜି ଛତିଶଗଡ଼ର ସାହାଯ୍ୟ କରିଛନ୍ତି। କେନ୍ଦ୍ରୀୟ ମନ୍ତ୍ରୀ ମଧ୍ୟ ଆଖି ବନ୍ଦ କରି ଛତିଶଗଡ଼ର ସହାୟତା କରିଛନ୍ତି। ମୁଖ୍ୟମନ୍ତ୍ରୀ ଛତିଶଗଡ଼ ସରକାର ଦ୍ଵାରା ଡ୍ୟାମ ନିର୍ମାଣ ବନ୍ଦ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହେଲେ। ଏହା ପରେ ଆୟୋଗ ଗଠନ ହେଲା ଏବଂ ତେବେ ଯାଇ ଛତିଶଗଡ଼ ଡ୍ୟାମ ନିର୍ମାଣ ବନ୍ଦ କଲା। ମହାନଦୀ ଓଡ଼ିଶାର ଜୀବନ ରେଖା ଏବଂ ମୁଖ୍ୟମନ୍ତ୍ରୀ ଏହାକୁ ବରବାଦ ହେବାକ ଦେଇ ନାହାନ୍ତି। 

ପାଣ୍ଡିଆନ କହିଛନ୍ତି   କ୍ଷମତାକୁ ଆସିବାପରେ ଏମଏସପି ବଢାଯିବ ବୋଲି ସେମାନେ କହିଲେ। କିନ୍ତୁ ଗତ ୧୦ ବର୍ଷରେ ସେମାନେ କଣ କଲେ ? କୃଷକ ଦିଲ୍ଲୀରେ ନିଜର  ଜୀବନ ଦେଉଛନ୍ତି। କଣ ହେଲା ? ମାତ୍ର ନିର୍ବାଚନ ସମୟରେ ବିଜେପିକୁ ଓଡ଼ିଶାରେ ଏମଏସପି କଥା ମନେ ପଡ଼ିଲା। ଏମଏସପି ସ୍ଥିର କରିବା କେନ୍ଦ୍ର ସରକାରଙ୍କ ଦାୟିତ୍ଵ। କିନ୍ତୁ ସେମାନେ କିଛି କଲେ ନାହିଁ। କିନ୍ତୁ କେନ୍ଦ୍ର ସରକାର ତ ଗୋଟିଏ ମିନିଟ୍‌ରେ ଏହା କରି ପାରିଥାନ୍ତେ।  

ପାଣ୍ଡିଆନ କହିଛନ୍ତି ଗଙ୍ଗାଧର ମେହେର ପାଇଁ ସେମାନେ କଣ କରିଛନ୍ତି। ମ୍ୟୁଜିୟମ ବି କରି ପାରିଲେ ନାହିଁ। କେନ୍ଦ୍ର ମନ୍ତ୍ରୀ ମଧ୍ୟ କିଛି କଲେ ନାହିଁ। ଏହା ସବୁ ଏଚସିଏମ ଦ୍ଵାରା କରାଗଲା।  ବରଗଡ଼ରେ କ୍ୟାନସର ହସ୍ପିଟାଲ ନିର୍ମାଣ କରାଗଲା। ମୁଖ୍ୟମନ୍ତ୍ରୀ ଚାହାନ୍ତି ଏହା ରାଜ୍ୟର ସବୁଠୁ ବଡ଼ କ୍ୟାନସର ହସ୍ପିଟାଲ୍ ହେଉ। ଉପନିର୍ବାଚନରେ କେନ୍ଦ୍ର ମନ୍ତ୍ରୀ ତଥା ଅନ୍ୟ ମନ୍ତ୍ରୀ କ୍ୟାନସର ହସ୍ପିଟାଲ୍ ପାଇଁ ସବୁ କିଛି କରିବୁ। କିନ୍ତୁ ସେମାନେ ସବୁ ଭୁଲି ଗଲେ। 

ବିଜେପୁର ଉପ ନିର୍ବାଚନରେ ସେମାନେ ଏକ୍ସପ୍ରେସ୍ ଟ୍ରେନ ଆରମ୍ଭ କରିବୁ ବୋଲି କହିଥିଲେ। କିନ୍ତୁ ଆପଣମାନେ ଜାଣିଥିବେ ଟ୍ରେନ ଗଲା କୁଆଡ଼େ। ପଦ୍ମପୁରରେ କହିଥିଲେ ଟ୍ରେନ ଚଳାଚଳ ସହ ଷ୍ଟେସନ ହେବ। କିନ୍ତୁ ସେମାନେ କିଛି କଲେ ନାହିଁ। ସେମାନେ କେବଳ ଭୋଟ୍ ସମୟରେ କଣ  କୁହାଯିବ ଜାଣିଛନ୍ତି। 

ପାଣ୍ଡିଆନ କହିଛନ୍ତି, ବିଜେପି ମାଗଣା ବିଜୁଳି କଥା କହୁଛି। ସେମାନେ ତୁମକୁ ଦିନରେ ଲଣ୍ଠନ ଦେଖାଉଛନ୍ତି। ଆମ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ଭାବେ କହିଛନ୍ତି, ଆପଣଙ୍କଠୁ ବିଜୁଳି ବିଲ୍ ନିଆଯିବ ନାହିଁ। ଜୁନ ୯ରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଦସ୍ତଖତ ମାଗଣା ବିଜୁଳି ଉପରେ  ହେବ। ଜୁଲାଇ ମାସରୁ ୯୦ ପ୍ରତିଶତ ପରିବାରକୁ ବିଜୁଳି ବିଲ୍ ଦେବାକୁ ପଡ଼ିବ ନାହିଁ। ନବୀନ ଇଞ୍ଜିନ ପେନସେନ ୧୦୦୦ ଟଙ୍କା ଦେଉଥିବା ବେଳେ ଡବଲ ଇଞ୍ଜିନ ଲଣ୍ଠନ ଦେଖାଇ ୨୦୦ ଟଙ୍କା ଭତ୍ତା ଦେଉଛି। ମହିଳା ସଶକ୍ତିକରଣ କଥାରେ ନୁହେଁ କାମରେ କରି ଦେଖାଉଛୁ। ମଞ୍ଚରେ ଦେଖନ୍ତୁ ବରଗଡ଼ କ୍ଷେତ୍ରର ୫ ମହିଳା ବିଧାୟକ ପ୍ରାର୍ଥୀ ଆପଣଙ୍କ ସାମ୍ନାରେ ଛିଡ଼ା  ହୋଇଛନ୍ତି। ମହିଳା ସଶକ୍ତିକରଣରେ ବିଜେପି ୧୦୦ ବର୍ଷରେ ଏମିତି କରି ପାରିବ ନାହିଁ। 

କେନ୍ଦ୍ରମନ୍ତ୍ରୀ ମିଶନ ଶକ୍ତି ବନ୍ଦ କରି ଦେବେ ବୋଲି କହୁଛନ୍ତି। କଣ ଆମକୁ ମିଶନ ଶକ୍ତି ବନ୍ଦ କରିବା ପାଇଁ ସେମାନଙ୍କୁ ଅନୁମତି ଦେବା ଉଚିତ୍ କି । କେବଳ ନବୀନ ପଟ୍ଟନାୟକ ହିଁ ମହିଳା ସଶକ୍ତିକରଣ କରି ପାରିବେ ବୋଲି ପାଣ୍ଡିଆନ କହିଛନ୍ତି। 

 

 

 

 

 

  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.