ଭୁବନେଶ୍ୱର ୨୯।୧୦ : କଂଗ୍ରେସକୁ ବିଜେପିର କଡ଼ା ଜବାବ । କୋଟିଆକୁ ନେଇ ପିସିସି ସଭାପତି ଭକ୍ତ ଦାସଙ୍କ ଅଭିଯୋଗର ଜବାବ ରଖିଛି ବିଜେପି । କଂଗ୍ରେସ ସମୟରୁ କୋଟିଆ ସମସ୍ୟା ରହିଆସିଛି, କିନ୍ତୁ ଏବେ କଂଗ୍ରେସ ନିଜେ ପ୍ରଶ୍ନ କରୁଛି । ରାଜ୍ୟ ସ୍ବାର୍ଥ ସାଙ୍ଗରେ ଏ ସରକାର କୌଣସି ମତେ ସାଲିଶ କରିବ ନାହିଁ ବୋଲି କହିଛନ୍ତି ବିଜେପି ବିଧାୟକ ବାବୁ ସିଂ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କୋଟିଆ ପାଇଁ ସରକାର ସଂକଳ୍ପବଦ୍ଧ, କୋଟିଆବାସୀ କିଭଳି ଭାବେ ସମସ୍ତ ମୌଳିକ ସୁବିଧା ପାଇବେ, ଏବଂ ସେମାନେ ଓଡ଼ିଶାର ସୀମା ଭିତରେ ରହିବେ, ସରକାର ସେଥିପାଇଁ ପ୍ରତିଶୃତିବଦ୍ଧ । ମୁଖ୍ୟମନ୍ତ୍ରୀ, ରାଜ୍ୟର ରେଭିନ୍ୟୁ ମିନିଷ୍ଟର ଏ ବିଷୟରେ ବିସ୍ତୃତ ଭାବରେ କହିଛନ୍ତି ଏବଂ ଆଗକୁ ମଧ୍ୟ କୋଟିଆ ଆମ ସାଙ୍ଗରେ ଥିଲା, ରହିଛି ରହିବ | ଆମ ମନ୍ତ୍ରୀ ବିଧାୟକ କୋଟିଆର ଗ୍ରାଉଣ୍ଡ ଜିରୋକୁ ଯାଇ କାମ କରନ୍ତି, ଆମେ ଦୂରରେ ଥାଇ ଅଫିସର ଲଗେଇ କାମ କରୁନୁ । ଆମ ନେତୃମଣ୍ଡଳି କହିଛନ୍ତି ବିଭିନ୍ନ ସମୟରେ ସରକାର ବିରୋଧୀ ଦଳ ସମସ୍ତଙ୍କ ମିଳିତ ଉଦ୍ୟମରେ ମଧ୍ୟ ଏ କଥା ଆରମ୍ଭ ହେଉ ବୋଲି କହିଛନ୍ତି ।

Watch Video:-

​​​​​​​