ଭୁବନେଶ୍ୱର: ବିରୋଧୀ ଦଳ ବିଜେଡି ନିଜ ସଂଗଠନକୁ ମଜଭୁତ କରିବା ପାଇଁ ଲଗାତାର ସଂଗଠନାତ୍ମକ ସ୍ତରରେ ନୂଆ ନିଯୁକ୍ତି ଦେଉଛି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନରେ ଶୁକ୍ରାବର ୧୨ ଜିଲ୍ଲା ପାଇଁ ନୂଆ କମିଟି ଗଠନ କରିଛନ୍ତି । ବରଗଡ, ରାୟଗଡା, କୋରାପୁଟ, ନୂଆପଡା, ଢେଙ୍କାନାଳ, ଜଗତସିଂହପୁର, ନବରଙ୍ଗପୁର, ବଲାଙ୍ଗୀର, କଟକ, ମୟୁରଭଞ୍ଜ ୧, ମୟୁରଭଞ୍ଜ ୨ ଓ ଯାଜପୁର ପାଇଁ ନୂଆ କମିଟି ଗଠନ କରାଯାଇଛି ।

ପୂର୍ବରୁ ଗତ ଡିସେମ୍ବର ୨୭ରେ କଳାହାଣ୍ଡି, ଝାରସୁଗୁଡା, ସୁନ୍ଦରଗଡ଼, ମାଲକାନଗିରି, ଅନୁଗୁଳ, କେନ୍ଦୁଝର, ବୌଦ୍ଧ, ଗଜପତି, ଦେବଗଡ଼, କନ୍ଧମାଳ ଓ ସୁବର୍ଣ୍ଣପୁର ଆଦି ୧୧ଟି ଜିଲ୍ଲା କମିଟି ଗଠନ କରାଯାଇସାରିଛି ।