ପାଟନା: ବିହାରରେ ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ, ତାକୁ ନେଇ ଚର୍ଚ୍ଚା ଲାଗିରହିଛି । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦିଲ୍ଲୀ ପହଞ୍ଚିଥିବା ବେଳେ ଶୁକ୍ରବାର ରାଜ୍ୟସଭା ସାଂସଦ ଭାବରେ ଶପଥ ନେବେ । ନୀତୀଶ ଦିଲ୍ଲୀ ଯିବା ପରେ, ରାଜ୍ୟର ମଙ୍ଗ କିଏ ସମ୍ଭାଳିବେ ? ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀ ରେସ୍ରେ ୮ ବିଧାୟକ ଥିବା କୁହାଯାଉଛି । ସୂଚନା ଅନୁସାରେ, ସମ୍ରାଟ ଚୌଧୁରୀ, ସଂଜୀବ ଚୌରାସିଆ, ରମା ନିଷାଦ, ବିଜୟ ସହ୍ନା ଏବଂ ଜନକ ରାମ ରେସ୍ରେ ଅଛନ୍ତି । ଏହା ବ୍ୟତୀତ ବିଜୟ କୁମାର ସିହ୍ନା, ନିତ୍ୟାନନ୍ଦ ରାୟ, ଦିଲୀପ ଜୟସ୍ବାଲଙ୍କ ନାମ ମଧ୍ୟ ଏହି ତାଲିକାରେ ଅଛି ବୋଲି ଚର୍ଚ୍ଚା ହେଉଛି ।

ଏପ୍ରିଲ ୧୪ରେ ଇସ୍ତଫା ଦେଇପାରନ୍ତି ନୀତୀଶ

ସୂତ୍ର ଅନୁସାରେ, ନୀତୀଶ କୁମାର ଏପ୍ରିଲ ୧୪ ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି। ଏହାରି ମଧ୍ୟରେ, ସମ୍ରାଟ ଚୌଧୁରୀ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଲେଖାଥିବା ପୋଷ୍ଟର ପାଟନାର ଗଳିକନ୍ଦିର ଲାଗିଥିଲା । ଏହି ପୋଷ୍ଟରଗୁଡ଼ିକ ବାଲ୍ମିକି ସମ୍ପ୍ରଦାୟ ଦ୍ୱାରା ଲଗାଯାଇଥିବା ବେଳେ ଏବେ ପୋଷ୍ଟରଗୁଡ଼ିକୁ ହଟାଇ ଦିଆଯାଇଛି । ବିହାରର ନୂତନ ମୁଖ୍ୟମନ୍ତ୍ରୀ ବିଜେପିରୁ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ହେବେ କି ସିଏମ ?

Also Read: ନୀତୀଶ କୁମାର ନିଃସର୍ତ୍ତ କ୍ଷମା ମାଗିବା ଦରକାର, ହିଜାବ କଣ୍ଟ୍ରୋଭର୍ସି ଉପରେ କହିଲେ ଜାଭେଦ ଅଖତର

ବିହାରରେ ଖୁବଶୀଘ୍ର ନୂତନ ସରକାର ଗଠନ ହେବାର ସମ୍ଭାବନା ଥିବାରୁ, ମୁଖ୍ୟମନ୍ତ୍ରୀ ଦୌଡ଼ରେ ସମ୍ରାଟ ଚୌଧୁରୀ ସବୁଠୁ ଆଗରେ ରହିଛନ୍ତି । ବର୍ତ୍ତମାନ ସେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ଅଛନ୍ତି। ୨୦୧୮ରେ ବିଜେପିରେ ଯୋଗ ଦେଇଥିଲେ ସମ୍ରାଟ । ସେ ଅଳ୍ପ ସମୟ ମଧ୍ୟରେ ରାଜ୍ୟ ସଭାପତି ପଦବୀରେ ପହଞ୍ଚି ନିଜର ରାଜନୈତିକ ଦକ୍ଷତା ପ୍ରଦର୍ଶନ କରିଥିଲେ। ସେ କୋଏରୀ ଜାତି (ଓବିସି)ରୁ ଆସିଛନ୍ତି । ଆରଜେଡି ସରକାରରେ ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ସମ୍ରାଟ ଚୌଧୁରୀ ।