ଭୁବନେଶ୍ଵର: ଗୁଟଖା ବିକିଲେ ରଦ୍ଦ ହେବ ଲାଇସେନ୍ସ । ଏମିତି ବଡ଼ ନିଷ୍ପତି ନେଇଛି ଭୁବନେଶ୍ଵର ମହାନଗର ନିଗମ । ଭେଣ୍ଡିଂ ଜୋନ , ଓମ୍ଫେଡ଼, ଓପେଲଫେଡ ମାଲିକ ଅମାନିଆ ହେଲେ ହେବ କାର୍ଯ୍ୟାନୁଷ୍ଠାନ । ଏହି ନିଷ୍ପତି ହୋଇଛି ଆଜି ବିଏମସିର କର୍ପୋରେସନ ବୈଠକରେ । ଉଲ୍ଲେଖନୀୟ ରାଜ୍ୟ ସରକାର ରାଜ୍ୟରେ ଗୁଟଖା ବ୍ୟାନ କରିବା ପରେ ଧରପଗଡ଼  ଚାଲିଛି। ତେଣୁ ରାଜଧାନ

ରାଜଧାନୀରେ ଜୋରଦାର ହେବ ଗୁଟଖା ଏନଫୋର୍ସମେଣ୍ଟ। ବିଏମସି ଅଞ୍ଚଳରେ ସମ୍ପୂର୍ଣ୍ଣ ନିଷେଷ ହେବ ଗୁଟଖା ବିକ୍ରି। ଅନ୍ୟ ଦୋକାନରେ ମଧ୍ୟ କଡାକଡି ଏନ୍ଫୋର୍ସମେଣ୍ଟ ହେବ । ସରକାର କରିଥିବା ନିୟମକୁ କଡ଼ାକଡ଼ି ପାଳନ କରାଯିବ ବୋଲି ମେୟର କହିଛନ୍ତି। ଏହା ଛଡ଼ା ବିଏମସି ଅଞ୍ଚଳରେ ଗୁଟଖା ହୋର୍ଡିଂ ବାହାର କରିବାକୁ ନିଷ୍ପତ୍ତି ହୋଇଛି। ଏହା ଛଡ଼ା ଆଜି ହଜାରେ ୫୦ କୋଟି ଟଙ୍କାର ଏକ ଡ୍ରାଫ୍ଟ ବିଲ ମଧ୍ୟ କର୍ପୋରେସନରେ ଆଗତ ହୋଇଛି। ବିଏମସି ନିଜ ଆୟ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି। ଚଳିତ ବର୍ଷ ୩୦୦ କୋଟି ଟଙ୍କା ଆଦାୟ କରିବାକୁ ବିଏମସିର ନିଷ୍ପତି ହୋଇଛି।​​​​​​​

ବିଏମସିର ଆୟ ବୃଦ୍ଧି କରିବା ସଂପର୍କରେ ଗୁରୁତ୍ୱାରୋପ କରିଥିଲେ ମେୟର ସୁଲୋଚନା ଦାସ । ବିଏମସିର ଆୟ ଯେଉଁ ଅନୁପାତରେ ବୃଦ୍ଧି ପାଇବ, ସେହି ଅନୁପାତରେ ୧୫ ଓ ୧୬ ତମ ଫାଇନାନ୍ସ କମିଶନରଙ୍କ ଅନୁଦାନ ମିଳିବ । ତେଣୁ ବିଏମସିର ଆୟ ବୃଦ୍ଧି କରିବା ନିମନ୍ତେ ନିୟମ ଅନୁଯାୟୀ କାର୍ଯ୍ୟକରିବାକୁ ସମସ୍ତ ଅଧିକାରୀଙ୍କୁ ସେ ପରାମର୍ଶ ଦେଇଛନ୍ତି । 
ଭଡାରେ ଚାଲିଥିବା ଅର୍ବାନ ହେଲ୍ଥ ଆଣ୍ଡ ଓ୍ୱେଲନେସ୍ ସେଣ୍ଟର (UHWC)କୁ ଏଣିକି ସରକାର ଭଡା ଦେବେ ନାହିଁ । ସରକାରୀ ଗୃହ କିମ୍ବା ନିଜସ୍ୱ ଗୃହରେ ଚଳାଇବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେବେ ବିଏମ୍ ସିର କୌଣସି ୟୁଏଚ୍ ଡବ୍ଲ୍ୟୁସିକୁ ବନ୍ଦ କରାଯିବ ନାହିଁ ବୋଲି ଗୃହରେ ନିଷ୍ପତ୍ତି ହୋଇଛି । 
ପାଣ୍ଡରା ନିକଟରେ ଅତ୍ୟାଧୁନିକ ମାଛ ମାର୍କେଟ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ବର୍ଷା ଦିନ ପୂର୍ବରୁ ଇସ୍କନ ଓ ରସୁଲଗଡ ଡ୍ରେନ କାମ ବର୍ଷା ଋତୁ ପୂର୍ବରୁ ସାରିବାକୁ ନିର୍ଦେଶ ଦିଆଯାଇଛି । ସେହିପରି ପ୍ରମୁଖ ଡ୍ରେନ ସହ ବିଭିନ୍ ଗଳିକନ୍ଦିରେ ଥିବା ଡ୍ରେନଗୁଡିକରୁ ପଙ୍କୋଦ୍ଧାର କାର୍ଯ୍ୟ ମଧ୍ୟ ବର୍ଷାଋତୁ ପୂର୍ବରୁ ସାରିବା ପାଇଁ କୁହାଯାଇଛି । ଚନ୍ଦ୍ରଶେଖରପୁର କଲ୍ୟାଣ ମଣ୍ଡପ ନବୀକରଣ କାର୍ଯ୍ୟ ତୁରନ୍ତ ଆରମ୍ଭ ହେବ ।  ଏକ ନମ୍ବର ହାଟପୋଡି ପ୍ରଭାବିତଙ୍କୁ ୩୦ ଦିନ ମଧ୍ୟରେ ଥଇଥାନ କରିବା ପାଇଁ ମଧ୍ୟ ଗୃହରେ ଆଲୋଚନା ହୋଇଛି ।