ଭୁବନେଶ୍ବର: ଯୁବକଙ୍କ ଉନ୍ମତ୍ତ କାଣ୍ଡ। ଆତ୍ମହତ୍ୟା କରିବାକୁ ଯାଇ ଫସିଗଲେ ପାଚେରୀରେ ଲାଗିଥିବା ତାର ଜାଲିରେ। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଭୁବନେଶ୍ବର ଭରତପୁର ସ୍ଥିତ ଚନ୍ଦକା ଜଙ୍ଗଲ ନିକଟରେ।

ମିଳିଥିବା ସୂଚନା ଅନୁସାରେ, ଜଣେ ଯୁବକ ଜଙ୍ଗଲକୁ ଘେରି ରହିଥିବା ପାଚେରୀ ଉପରେ ଚଢ଼ି ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲେ। ମାତ୍ର ଏହି ସମୟରେ ପାଚେରୀରେ ଲାଗିଥିବା ସୁରକ୍ଷା ତାରରେ ଫସିଯାଇଥିଲେ। ଆଉ ସେଠାରୁ ଆଦୌ ବାହାରିପାରିନଥିଲେ ଯୁବକ ଜଣକ।

Also Read: ପିଲାଟି ଘର ବାରଣ୍ଡାରେ ଶୋଇଥିବା ବେଳେ ଆକ୍ରମଣ କଲା ବାଘ, ତାପରେ ଯାହା ହେଲା ଶୁଣିଲେ ବି ବିଶ୍ୱାସ ହେବନି...

ତେବେ ଖବର ପାଇ ପହଞ୍ଚିଲେ ପିସିଆର୍- ୨୦, ଚନ୍ଦ୍ରଶେଖରପୁର ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ମୈତ୍ରୀ ବିହାର ଥାନା ପୋଲିସ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଛନ୍ତି। ଯୁବକଙ୍କ ପରିଚୟ ମିଳିନଥିବା ବେଳେ ସ୍ଥାନୀୟ ପୋଲିସ ଥାନାରେ ରଖି ପଚରାଉଚରା କରାଯାଉଛି।