କଟକ ୦୨।୦୭: ବହୁଚର୍ଚ୍ଚିତ ମେଡିକାଲ୍ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ଘଟଣା। ପୁରୁଷ ବନ୍ଧୁ ଭୀମସେନ ଟୁଡୁ କୋର୍ଟରୁ ଝଟକା । ଅପରାଧିକ ମାମଲାରେ ବିଚାର ବିଭାଗୀୟ ଜେଲ୍ ହାଜତରେ ଥିବା ପୁରଷ ବନ୍ଧୁ ଭୀମସେନ ଟୁଡୁଙ୍କ ଜାମିନ୍ ଆବେଦନ ଖାରଜ ହୋଇଛି। ଜାମିନ୍ ଆବେଦନକୁ ଖାରଜ କଲେ କଟକ ସ୍ବତନ୍ତ୍ର ଏଡିଜେ କୋର୍ଟ। ଅଭିଯୁକ୍ତ ଭୀମସେନ୍ ଟୁଡୁଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ରହିଛି।ଏଭଳି ଘଟଣାର ସାମାଜିକ ପ୍ରଭାବ ଖୁବ୍ ଅଧିକ ରହିଛି। ତେଣୁ ଏହାକୁ ଆଧାର କରି ଜାମିନ ଖାରଜ କରାଯାଇଥିବା କୋର୍ଟ କହିଛନ୍ତି।

Also Read:-Road Accident: ଗଛରେ ପିଟିହେଲା ସ୍ପିଡ୍ ବାଇକ୍, ଚାଲିଗଲା ଦୁଇ ଯୁବକଙ୍କ ଜୀବନ

ସୂଚନାଯୋଗ୍ୟ ଯେ ,ଜୁନ୍ ୪ ତାରିଖରେ କାଠଯୋଡ଼ି ନଦୀରୁ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତଦେହ ମିଳିଥିଲା। ହେଲେ ପ୍ରେମ ବ୍ୟାପାରକୁ ନେଇ ପୁରୁଷବନ୍ଧୁ ଭୀମସେନ ଜଣେ ଯୁବତୀଙ୍କ ସହ ମିଶି ଚନ୍ଦ୍ରିକାଙ୍କୁ ହତ୍ୟା କରିଥିବା ଚନ୍ଦ୍ରିକାଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ । ପରିବାର ଲୋକେ ଅଭିଯୋଗ କରିଥିଲେ, ଚନ୍ଦ୍ରିକାଙ୍କ ସହ ଦୀର୍ଘ ଦିନର ପ୍ରେମ ସମ୍ପର୍କ ଭିତରେ ଦ୍ୱିତୀୟ ଯୁବତୀ ଆସିବା ପରେ ଓଏଏସ୍ ତାଲିମ ନେଉଥିବା ପୁରୁଷବନ୍ଧୁ ଭୀମସେନ ମାନସିକ ନିର୍ଯାତନା ଦେଇ ଚନ୍ଦ୍ରିକାଙ୍କୁ ଚାପରେ ରଖିବା ଆରମ୍ଭ କରିଥିଲେ । ତେବେ ପୁଲିସ ମାମଲାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତ ପୁରୁଷ ବନ୍ଧୁ ଭୀମସେନ୍ ଟୁଡୁକୁ ଗିରଫ କରିବା ପରେ ବିଚାର ବିଭାଗୀୟ ହେପାଜତକୁ ପଠାଯାଇଛି ।