ବାରିପଦା: ଭିଜିଲାନ୍ସ ପଞ୍ଝାରେ ନିର୍ବାହୀ ଯନ୍ତ୍ରୀ(EE)। ବାରିପଦା ଆର ଆଣ୍ଡ ବି ଡିଭିଜନ ଅଧିନ ବେତନଟୀ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ଅରବିନ୍ଦ ମହାନ୍ତି ଗିରଫ। ଆୟ ବହିରର୍ଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ମଙ୍ଗଳବାର ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଗତ ଦୁଇ ଦିନ ଧରି ତାଙ୍କର ବିଭିନ୍ନ ଠିକଣାରେ ରେଡ୍ ଚଲାଇବା ସହ ତନାଘନା ଜାରି ରଖିଥିଲା ଭିଜିଲାନ୍ସ।

ଚଢାଉ ବେଳେ EEଙ୍କ କୋଟି କୋଟିର ସଂପତ୍ତି ଠାବ ହୋଇଛି। ସବୁଠୁ ବଡ଼ କଥା ମାଟି ତଳୁ ଉଦ୍ଧାର ହୋଇଛି ୨୦ଟି ପ୍ଲଟର ଦସ୍ତାବିଜ। ବେନାମୀ ଲକରରୁ ମିଳିଛି ପୁଳା ପୁଳା କଳାଧନ। ୨ଟି ବହୁତଳ କୋଠା, ୨୩ଟି ମୂଲ୍ୟବାନ ପ୍ଲଟ ବି ଠାବ ହୋଇଛି। ୫ ଏକର ଜମିରେ ବିଶାଳ ଫାର୍ମ ହାଉସ ସହ ବିଭିନ୍ନ ବ୍ୟାଙ୍କରେ ୬୯.୬୯ ଲକ୍ଷ ଜମା ଟଙ୍କା ଠାବ ହୋଇଛି। ଏପରିକି ମୋଟ୍ ୧୦ ଲକ୍ଷ ୫୭ ହଜାରରୁ ଅଧିକ ଟଙ୍କା ଜବତ।

Also Read: ଖୁବ୍ ଶୀଘ୍ର ପୋଲିସ ଏସଆଇ ପରୀକ୍ଷା : ଆସନ୍ତା ସପ୍ତାହରେ ଆସିବ ବିଜ୍ଞପ୍ତି, ଶୀତ ଦିନେ ଫିଜିକାଲ୍ ଟେଷ୍ଟ୍

ଗିରଫ ହେବା ପୂର୍ବରୁ ଆଜି ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ନିକଟ କଞ୍ଚିଲୋ ଗାଁରେ ଥିବା ଏକ ଦୁଇ ମହଲା ଘରୁ ନଗଦ ଅଢେଇ ଲକ୍ଷ ଟଙ୍କା ଏବଂ କିଛି ଜମି କାଗଜପତ୍ର ମଧ୍ୟ ଜବତ କରିଛି ଭିଜିଲାନ୍ସ ଟିମ୍। ଭିଜିଲାନ୍ସ ବିଭାଗର ନିର୍ଦ୍ଦେଶକ ଯଶବନ୍ତ ଜେଠଓ୍ଵାଙ୍କ ନିର୍ଦ୍ଦେଶକ କ୍ରମେ ନଅଟି ସ୍ଥାନରେ ଚଢାଉ ହୋଇଥିଲା। ମାମଲାରେ ଭିଜିଲାନ୍ସର ତଦନ୍ତ ଜାରି ରହିଛି