ବେଙ୍ଗାଲୁରୁ : ଆଶା ଛାଡି ଦେଇଥିଲେ ଡାକ୍ତର । କହିଥିଲେ ଆଉ ହାତରେ ସମୟ ନାହିଁ । ମାତ୍ର ୬ ମାସ ହିଁ ତୁମେ ବଞ୍ଚିପାରିବ । ଏତିକି ସମୟକୁ ଭରପୁର ଉପଯୋଗ କର । ଏକଥା ଶୁଣି ହାର୍ ମାନିନଥିଲେ ବ୍ୟକ୍ତି। ବାହାରି ଯାଇଥିଲେ ବିଶ୍ୱ ଭ୍ରମଣରେ । ଲାଗିଗଲା ବର୍ଷ ମାସ ଏବଂ ୨୨ ଦିନ । ଏତିକି ଦିନରେ ସେ ବୁଲିଗଲେ ୨୪୫ଦିନ । ଆଉ ମୃତ୍ୟୁ ବି ତାଙ୍କ ମନବଳ ଆଗେ ହାର ମାନିଗଲା । ତେବେ ଏପରି ମୃତ୍ୟୁକୁ ବିଜୟ କରିଥିବା ବ୍ୟକ୍ତି ହେଲେ ବାଙ୍ଗାଲୋରରେ ଜନ୍ମିତ ସଙ୍ଗୀତକାର ବେନି ପ୍ରସାଦ । ବର୍ତ୍ତମାନ ନିଜର ବିଶ୍ୱ ଭ୍ରମଣ ନେଇ ସେ ଇନଷ୍ଟାଗ୍ରାମରେ ଭିଡିଓ ପୋଷ୍ଟ୍ କରିଛନ୍ତି ।ଇନଷ୍ଟାଗ୍ରାମରେ ପୋଷ୍ଟ୍ କରାଯାଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ସେ ୨୪୫ଟି ଦେଶ ଏବଂ ସହର ସେ ବୁଲି ସାରିଛନ୍ତି । ଏହାର ପ୍ରମାଣ ଭାବେ ସେ ଟି ଭାରତୀୟ ପାସପୋର୍ଟ୍ ଦେଖାଇଛନ୍ତି । ଯାହା ଫୁଲ୍ ହୋଇ ଯାଇଛି । ଏଥିରେ ଅନେକ ଦେଶର ଲୋଗୋ ଏବଂ ଷ୍ଟାମ୍ପ୍ ବାଜିଛି । ସେ ପାସପୋର୍ଟରେ ଗୋଟିଏ ପରେ ଗୋଟିଏ ପୃଷ୍ଠା ମଧ୍ୟ ଦେଖାଉଛନ୍ତି । ଏଥିରେ ଆଣ୍ଟାର୍କଟିକା ସହ ଟି ମହାଦ୍ୱୀପରେ ପ୍ରବେଶ କରିଥିବାର ଷ୍ଟାମ୍ପ୍ ରହିଛି । ଭିଡିଓରେ ବେନି ଆହୁରି କହୁଛନ୍ତି ଯେ, ସେ ଭାରତୀୟ ଅଟନ୍ତି । କମ୍ ସମୟ ମଧ୍ୟରେ ଅନେକ ଦେଶର ଯାତ୍ରା କରିଛନ୍ତି । ଏଥିରେ 45ଟି ଦେଶ ରହିଛି । ଏଥିପାଇଁ ତାଙ୍କୁ ବର୍ଷ ଏବଂ ସପ୍ତାହର ସମୟ ଲାଗିଥିଲା ।

ସୋସିଆଲ ମିଡିଆରେ ନେଟିଜେନ୍ସଙ୍କ ପ୍ରତିକ୍ରିୟା:

ଟି ପାସପୋର୍ଟ ଦେଖିବା ପରେ ନେଟିଜେନ୍ସ ତାଙ୍କ ପୋଷ୍ଟରେ ରିଆକ୍ଟ୍ କରିଛନ୍ତି । କାରଣ ଏତେ ଦେଶ ବୁଲିବା ସହଜ କଥା ନୁହେଁ । ଏଥିପାଇଁ ଅନେକ ଡକ୍ୟୁମେଣ୍ଟ୍ ତିଆରି କରିବାକୁ ପଡିଥାଏ । ଆଉ କେହି କେହି ବେନିଙ୍କ କଥା ଭାବି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ବେନି ପ୍ରସାଦ କିଏ ?

ବେନି ହେଲେ ଜଣେ ଗିଟାରିଷ୍ଟ୍ । ୧୯୭୫ ମସିହା ଅଗଷ୍ଟ ୬ ତାରିଖରେ ସେ ବେଙ୍ଗାଲୁରୁରେ ଜନ୍ମ ହୋଇଥିଲେ । ସେ ଜନ୍ମ ହେଲା ପରେ ପରିବାର ଲୋକେ ଖୁସି ହୋଇଥିଲେ । ଦିନକୁ ଦିନ ବଡ ହେବା ପରେ ତାଙ୍କ ଠାରେ ଦେଖାଗଲା ଭୟଙ୍କର ସ୍ୱାସ୍ଥ୍ୟସମସ୍ୟା । ଯେଉଁଥିପାଇଁ ତାଙ୍କୁ କାର୍ଟିସନ୍ ଷ୍ଟେରଏଡ୍ ନେବାକୁ ପଡିଥିଲା । ତାଙ୍କ ୬୦ ପ୍ରତିଶତ ଫୁସଫୁସ୍ କ୍ଷତିଗ୍ରସ୍ତ ହୋଇଥିଲା । ଏପରିକି ଶରୀରରେ ପ୍ରତିରକ୍ଷା ଶକ୍ତି ଦୁର୍ବଳ ହୋଇଯାଇଥିଲା । ଯାହା ଆଜି ବି ତାଙ୍କ ଦୀବନ ପାଇଁ ବିପଦ ହୋଇ ରହିଛି । ଏସବୁ ସତ୍ତ୍ୱେ ସେ ଗଣିତ ଏବଂ ବିଜ୍ଞାନ ଭଲ ପଢନ୍ତୁ ବୋଲି ତାଙ୍କର ପିତାମାତା ଚାହୁଁଥିଲେ । ହେଲେ ସବୁ କିଛି ବ୍ୟର୍ଥ ହୋଇଯାଇଥିଲା । ଏପରିକି ୧୬ ବର୍ଷ ବୟସରେ ବେନିଙ୍କ ମନରେ ଆତ୍ମହତ୍ୟା ଭାବନା ଆସିଥିଲା । କିନ୍ତୁ ଧିରେ ଧୀରେ ସେ ସଙ୍ଗୀତ ପ୍ରତି ଆକର୍ଷିତ ହୋଇଥିଲେ । ଯାହା ତାଙ୍କର ମନୋବଳ ବଢାଇଥିଲା । ସେ ନିଜ ସଙ୍ଗୀତ ମାଧ୍ୟମରେ ୪୦​​​​​​​ରୁ ୫୦ ଦେଶ ଗସ୍ତ କରିବା ସହ ଲୋକଙ୍କ ମନରେ ଇଶ୍ୱରଙ୍କ ଉପରେ ବିଶ୍ୱାସ ଜନ୍ମାଇ ସାରିଛନ୍ତି । ତେବେ ଏସବୁକୁ ନେଇ ସେ କୁହନ୍ତି ଯେ, ଯଦି ସେ ନିଜେ ଦକ୍ଷ ହୋଇପାରିବେ ଅନ୍ୟମାନଙ୍କୁ ମଧ୍ୟ ଦକ୍ଷ କରିପାରିବେ । ଯଦି ସେ ତାଙ୍କ ସ୍ୱପ୍ନ ସତ କରିପାରୁଛନ୍ତି ତାହାଲେ ଅନ୍ୟମାନେ ମଧ୍ୟ କରିପାରିବେ । ଯେଉଁମାନଙ୍କ ମନରେ କୌଣସି ଆଶା ନଥାଏ ସେମାନଙ୍କ ପାଇଁ ଜୀବନ ବହୁତ ଗୁରୁତ୍ୱପୂର୍ଣ୍ଣ । ଭଗବାନ ତାଙ୍କୁ ଆତ୍ମହତ୍ୟା ପ୍ରୟାସ ପାଇଁ କ୍ଷମା କରିଦେଇଛନ୍ତି । ଏବେ ସେ ନୂଆ ଜୀବନ ପାଇ ବହୁତ ଖୁସି ଅଛନ୍ତି |