ନ୍ୟୁୟର୍କ,|୦୬:ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ପ୍ରସ୍ତାବ ସ୍ୱାକ୍ଷରିତ ହୋଇଛି । ଯୁଦ୍ଧ ବନ୍ଦ କରିବାକୁ ଉଭୟ ଦେଶ ରାଜି ହୋଇଛନ୍ତି । ହର୍ମୋଜରେ ପରିବହନ ସାଧାରଣ ହେଲାଣି । କିନ୍ତୁ ଖୁସି ନାହିଁ ଇସ୍ରାଏଲ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମନଇଚ୍ଛା ନିଷ୍ପତ୍ତିକୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ସମାଲୋଚନା କରିଛନ୍ତି ।

ନେତନ୍ୟାହୁ କହିଛନ୍ତି ଯେ, ଉଭୟ ନେତା ପରସ୍ପରର ସବୁ କଥା ମାନିବାକୁ ବାଧ୍ୟ ନୁହଁନ୍ତି । ଅନେକ ଅସହମତି ରହିଥାଏ । ଆମେରିକା ଏବଂ ଇସ୍ରାଏଲ ଦୁଇଟିସ୍ୱାଧିନଦେଶ । ସେ ଯାହା ଚାହୁଁଛନ୍ତି ଟ୍ରମ୍ପ୍ ସବୁ କରିପାରିବେ ନାହିଁ । ଟ୍ରମ୍ପ୍ ଯାହା ଚାହିଁବେ ତାହା ମଧ୍ୟ ଇସ୍ରାଏଲ କରିବାକୁ ବାଧ୍ୟ ନୁହେଁ ।

Also Read :- US Iran Talks Round 1 Takeaways: ଆମେରିକା-ଇରାନ ଆଲୋଚନାରେ ବଡ଼ ନିଷ୍ପତ୍ତି, ୬୦ ଦିନରେ ଚୂଡ଼ାନ୍ତ ଚୁକ୍ତି, ହୋରମୁଜ୍ ଓ ଲେବାନନ୍ ପାଇଁ ସ୍ୱତନ୍ତ୍ର ପଦକ୍ଷେପ

ତେବେ ନେତନ୍ୟାହୁଙ୍କ ଏହି ବୟାନ ବର୍ତ୍ତମାନ ଖୁବ୍ ଗୁରୁତ୍ୱପୂର୍ଣ୍ଣ । କାରଣ ନିକଟରେ ଅନେକ ପ୍ରସଙ୍ଗରେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ମତଭେଦ ସୃଷ୍ଟି ହୋଇଛି । ଇସ୍ରାଏଲ ହମାସ ଏବଂ ହିଜବୁଲ୍ଲାହ ତଥାଇରାନ ସମର୍ଥିତ ଅନ୍ୟ ସଙ୍ଗଠନ ବିରୋଧରେ ଆକ୍ସନ ନେଉଛି । ଆମେରିକା ଏହି ସବୁ ପ୍ରସଙ୍ଗରେ ଇସ୍ରାଏଲକୁ ସମର୍ଥନ କରୁଥିଲେ ମଧ୍ୟ ଅନ୍ୟ ପ୍ରସଙ୍ଗରେ ମତାନ୍ତର ସୃଷ୍ଟି ହେଉଛି ।

ଅନ୍ୟ ଦିଗରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଆଲୋଚନାକୁ ନେଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ. ସାମ୍ନାକୁ ଆସିଛି । ରୟଟର୍ସ ଅନୁସାରେ, ଇରାନ ଏବଂ ଆମେରିକାର ଅଧିକାରୀଙ୍କ ମଧ୍ୟରେ ୧୮ ଘଣ୍ଟା ଧରି ବୈଠକ ଚାଲିଥିଲା । ଯେଉଁଥିରେ ଅନେକ ମହତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ ସ୍ଥାନ ପାଇଥିଲା । ଏହାର ମଧ୍ୟସ୍ଥତା ପାକିସ୍ତାନ ଏବଂ କତାର କରିଥିଲେ ।

ତେହେରାନ ବୈଦେଶିକ ମୁଖପାତ୍ରଙ୍କ କହିବାନୁସାରେ, ଆଲୋଚନା କରୁଥିବା ପ୍ରତିନିଧିଙ୍କ କାମ ଶେଷ ହୋଇଛି । କିନ୍ତୁ ସବୁ କିଛି ସରିଯାଇଥିବା କହିହେବ ନାହିଁ । ଆବଶ୍ୟକ ପଡିଲେ ଆଗକୁ ପୁଣି ଆଲୋଚନା ହୋଇପାରେ । ଅର୍ଥାତ ଆଲୋଚନାର ଗୋଟିଏ ପର୍ଯ୍ୟାୟ ଶେଷ ହୋଇଥିବା ମୁଖପାତ୍ର ପ୍ରକାଶ କରିଛନ୍ତି ।