ଆଠଗଡ଼ ୧୨।୧୦ : ଅନ୍ଧାରରେ ବାବା ସିଂହନାଥ । ୧୫ ଦିନ ହେଲା ଅନ୍ଧାରରେ ଅଛନ୍ତି ବଡମ୍ବା ଗଡ଼ର ଆରାଧ୍ୟ ଦେବ ବାବା ସିଂହନାଥ ପୀଠ । ବକେୟା ବିଲ୍ ଦେଇନଥିବାରୁ ବାବା ଅନ୍ଧାରରେ ଅଛନ୍ତି ।

ଖବର ଅନୁଯାୟୀ, କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ସିଂହନାଥ ମନ୍ଦିରରେ ୧୫ ଦିନ ଧରି ଅନ୍ଧାର। ବକେୟା ବିଦ୍ୟୁତ୍ ବିଲ୍ ପାଇଁ ବିଦ୍ୟୁତ୍ ସଂଯୋଗ କଟାଯାଇଥିବା ସୂଚନା ମିଳିଛି। ମନ୍ଦିର ପରିସରରେ ଆଲୋକ ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପିରିକି ପୂଜା କରିବା ସମୟରେ ପୂଜକକୁ ମଧ୍ୟ ଅସୁବିଧା ହେଉଛି । ସେପଟେ ଆଲୋକ ନଥିବାରୁ ଭକ୍ତମାନେ ଠିକ ଭାବେ ମନ୍ଦିରକୁ ପ୍ରବେଶ କରିବାରେ ସମସ୍ୟା ଭୋଗୁଛନ୍ତି ।

Also Read:-ଭସାଣୀରେ ବାଜୁଥିଲା DJ, ସାଉଣ୍ଡକୁ ନେଇ ଗାଁର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ

ତେବେ ରାଜ୍ୟ ପ୍ରମୁଖ ଧାର୍ମିକ ପୀଠରେ ଏଭଳି ସ୍ଥିତିକୁ ନେଇ ଉଠିଛି ପ୍ରଶ୍ନ। ଯେଉଁଠିକି ପ୍ରତିଦିନ ରାଜ୍ୟ ଏବଂ ରାଜ୍ୟ ବାହାରୁ ଅନେକ ଭକ୍ତ ଆସିଥାନ୍ତି । ଯଦି ସେଠାରେ ଏପରି ଅବସ୍ଥା ହେବ, ତେବେ କାହାକୁ କୁହାଯିବ । ସନେଇ ପ୍ରଶ୍ନ ଉଠିଛି ।