ଢାକା, ୨୧/୧୨: ଜଳୁଛି ବାଂଲାଦେଶ । ଯେତେ ପ୍ରୟାସ କଲେ ବିହିଂସା ରୋକିବାର ନାଁ ନେଉଁନାହିଁ । ଭାରତ ବିରୋଧୀ ଛାତ୍ରନେତାଙ୍କ ମୃତ୍ୟୁ ପରେ ଦେଖାଦେଇଥିବା ହିଂସା ଆହୁରି ବଢିବାରେ ଲାଗିଛି । ଶନିବାର ହିଂସାକାଣ୍ଡ ଭିତରେ ଜଣେ ଶିଶୁର ମୃତ୍ୟୁ ଘଟିଛି । ହିଂସାକାରୀମାନେ ବାଂଲାଦେଶ ନାସନାଲିଷ୍ଟ ପାର୍ଟିର ନେତା ଏବଂ ତାଙ୍କ ପରିବାର ଲୋକଙ୍କୁ ଆକ୍ରମଣ କରିଛନ୍ତି । ଏହାସହ ସେମନାଙ୍କୁ ଘରେ ବନ୍ଦ କରି ନିଆଁ ଲଗାଇ ଦେଇଛନ୍ତି ।

ରିପୋର୍ଟ ଅନୁସାରେ, ଢାକାରେ ରହୁଥିବା ବେଲାଲ ହୋସେନ ନାମକ ଜଣେ ବ୍ୟବସାୟୀ ତଥା ବାଂଲା ନ୍ୟାଶନାଲିଷ୍ଟ୍ ପାର୍ଟିର ନେତାଙ୍କ ଘର ଜାଳି ଦିଆଯାଇଛି । ଏଥିରେ ତାଙ୍କରବର୍ଷର ଝିଅ ଆୟେଶା ଅକତାରଙ୍କ ମୃତ୍ୟୁ ଘଟିଛି ।ଏହାସହ ତାଙ୍କର ଅନ୍ୟ ଦୁଇ ଝିଅ ସଲମା ଏବଂ ସାମିଆ ଗୁରୁତର ହୋଇଛନ୍ତି । ବେଲାଲଙ୍କୁ ଲକ୍ଷ୍ମୀପୁରର ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେହିପରି ଅନ୍ୟ ଦୁଇ ଝିଅଙ୍କୁ ଢାକା ସ୍ଥାନାନ୍ତର କରାଯାଇଛି ।

ଘଟଣାକୁ ନେଇ ସ୍ଥାନୀୟ ପୋଲିସ ଅଧିକାରୀ ଓ୍ୱାହିଦ ପରଭେଜ୍ କହିଛନ୍ତି ଯେ, ଘଟଣାର ତଦନ୍ତ ଚାଲିଛି । କେଉଁ କାରଣରୁ ଏପରି ଅଘଟଣ ଘଟିଲା ତାହା ସ୍ପଷ୍ଟ ହୋଇ ନାହିଁ । ଅନ୍ୟ ଦିଗରେ ସ୍ଥାନୀୟ ଗଣମାଧ୍ୟମକୁ ମେଡିକାଲ ଅଫିସର ଅରୁପ ପାଲ କହିଛନ୍ତି ଯେ, ଦୁଇ ଜଣ ନାବାଳିକାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ରାତିଟାରେ ସେମାନଙ୍କୁ ହସ୍ପିଟାଲ ଅଣା ଯାଇଥିଲା । ସେମାନଙ୍କୁ ପ୍ଲାଷ୍ଟିତ୍ ସର୍ଜିରୀ ଓ୍ୱାର୍ଡରେ ଭର୍ତ୍ତି କରାଯାଇଛି ।

ବେଲାଲଙ୍କ ମାଆ ହାଜେରା ବେଗମ କହିଛନ୍ତି ଯେ, ଅନେକ ଆତତାୟୀ ଘରର କବାଟ ବନ୍ଦ କରି ନିଆଁ ଲଗାଇ ଦେଇଥିଲେ । ପେଟ୍ରୋଲ ଯୋଗେ ଘରକୁ ଜାଳି ଦିଆଯାଇଥିଲା । ରାତି୧ରେସେ ଘର ଜଳୁଥିବା ଦେଖିଥିଲେ । ଏହା ଦେଖି ସେ ପାଟି କରିଥିଲେ । କିନ୍ତୁ କବାଟକୁ ତାଲା ପକାଇଦେଇଥିଲେ ଦୁର୍ବୃତ୍ତମାନେ । ସୌଭାଗ୍ୟବଶତଃ ବେଲାଲଙ୍କ ପତ୍ନୀ ଏବଂମାସର ଶିଶୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ତେବେ ବାଂଲାଦେଶରେ ଦୁଇ ଦିନ ତଳେ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା କରାଯାଇଥିଲା । ଏବେ ରାଜନେତାଙ୍କ ଘରେ ନିଆଁ ଲଗାଯିବା ପରେ ଦେଶରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଥିବା ସ୍ପଷ୍ଟ ଭାବେ ଜଣାପଡୁଛି ।