ଧର୍ମଯୁଦ୍ଧ ପାଇଁ ଡାକରା ଦେଲେ ବାଲେଶ୍ଵର ସାଂସଦ ପ୍ରାର୍ଥୀ, ଏକଜୁଟ ହେଲେ ପ୍ରତାପ ଓ ସନ୍ତୋଷଙ୍କ କର୍ମୀ

Published By : Prameya-News7 Bureau | May 06, 2024 IST

ନୀଳଗିରି: ଏବେ ଧର୍ମ ଯୁଦ୍ଧର ସମୟ ଆସିଛି।ଅହଙ୍କାର, କ୍ଷମତାଲୋଭୀଙ୍କୁ ପତନ କରି ନୀଳଗିରି ବାସୀଙ୍କ ପାଇଁ ଏକ ସୁଶାସନ ଦେବାପାଇଁ ସଂକଳ୍ପ ନେବୁ।ସବୁ କର୍ମୀ ଜଣେ ଜଣେ ଦେବ ଦୁର୍ଲଭ କାର୍ଯ୍ୟକର୍ତ୍ତା।ଏଠି ପୁରୁଣା ଓ ନୂଆ କିଛି ଭେଦଭାବ ନାହିଁ।ସମସ୍ତେ ଏକାଠି ହୋଇ ସଂକଳ୍ପ ନେଇ ନିର୍ବାଚନ ମଇଦାନକୁ ବାହାରିବୁ।ଏଭଳି କିଛି ବିଜେପି କର୍ମୀଙ୍କ ବନ୍ଧୁମିଳନ ଉତ୍ସବରେ ବକ୍ତବ୍ୟ ଦେଇ କର୍ମୀମାନଙ୍କୁ ଉତ୍ସାହିତ କରିଛନ୍ତି ବାଲେଶ୍ଵର ବିଜେପି ସାଂସଦ ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ ଓ ନୀଳଗିରି   ନୀଳଗିରି ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆ।ନୀଳଗିରି ବାଇପାସ ରୋଡ଼ ଏକ କଲ୍ୟାଣ ମଣ୍ଡପରେ ନୀଳଗିରି ନିର୍ବାଚନ ମଣ୍ଡଳୀ ସ୍ତରୀୟ ଏକ ସାଙ୍ଗଠନିକ ସମ୍ମନୟ ବୈଠକ ଓ କର୍ମୀଙ୍କ ବଂଧୁମିଳନ  ଉତ୍ସବ ଅନୁଷ୍ଠିତ ହୋଇଅଛି।

Also read: ଭୁବନେଶ୍ଵରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଜଭବନରେ ରାତ୍ରିଯାପନ

ଏହି କାର୍ଯ୍ୟକ୍ରମରେ ବାଲେଶ୍ୱର ସାଂସଦ ପ୍ରାର୍ଥୀ ତଥା ବରିଷ୍ଠ ବିଜେପିନେତା ପ୍ରତାପ ଷଡ଼ଙ୍ଗୀ,ବିଜେପିର ନୀଳଗିରି ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆ,ନୀଳଗିରି ବିଧାନସଭା ପ୍ରଭାରୀ କମଲ ଲୋଚନ ବେହେରା,ବିଧାନସଭା ସଂଯୋଜକ କରୁଣାକର ପଣ୍ଡା,ଜିଲ୍ଲା ପରିଷଦ ସଭ୍ୟା ରଂଜିତା ସିଂ,ସମର ଶଙ୍କର କାନୁନଗୋ,ବିଜୟ ସାହୁ ପ୍ରମୁଖ ମଂଚାଷୀନ ଥିଲେ।ଏହା ସହିତ ସମସ୍ତ ମଣ୍ଡଳର ସଭାପତି,ଦଳର ସମସ୍ତ ପଦାଧିକାରୀ,ଶକ୍ତି କେନ୍ଦ୍ର ପ୍ରମୁଖ ଓ ସହାପ୍ରମୁଖ ମାନେ ଯୋଗ ଦେଇଥିଲେ।ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀଙ୍କ କାର୍ଯ୍ୟକର୍ତା ମାନଙ୍କୁ ନେଇ ବନ୍ଧୁମିଳନ ହୋଇଥିଲା।କେହି ନୂଆ ଓ ପୁରୁଣାର ଭେଦଭାବ ନରଖି ଏକ ପରିବାର ନେଇ ଏକାଠି ହେବାକୁ ଶ୍ରୀଯୁକ୍ତ ଷଡ଼ଙ୍ଗୀ ପରାମର୍ଶ ଦେଇଥିଲେ।

ଆଗାମୀ ନିର୍ବାଚନରେ ସଂଗଠନକୁ ତୃଣମୂଳ ସ୍ତରରେ ଆହୁରି ଅଧିକ ଶକ୍ତିଶାଳୀ କରିବା ସହ ବିଜେଡି ସରକାରର ଦୁର୍ନୀତି,ଭ୍ରଷ୍ଟାଚାର,ବ୍ୟଭିଚାର,ଅପାରଗତା ଏବଂ ଓଡ଼ିଆ ଅସ୍ମିତା ଉପରେ ଆଜି ଓଡିଶାରେ ହୋଇଥିବା ଆକ୍ରମଣ କୁ ଲୋକଙ୍କ ପାଖରେ ପହଂଚିବା ପାଇଁ ନିବେଦନ କରିଥିଲେ।ନୀଳଗିରି ବିଧାନସଭାରେ ଏକ ଲକ୍ଷ ୮ ହଜାର ଭୋଟ ବିଜେପି ପାଇବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିବାବେଳେ ପୁଣି ଥରେ ଡବଲ ଇଞ୍ଜିନ ସରକାର ଗଢ଼ିବ ବୋଲି   ସନ୍ତୋଷ ଖଟୁଆ କହିଥିଲେ।ଏହି ବୈଠକରେ ବିଜେପି ନେତା

  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.