ନିର୍ବାଚନ ଡ୍ୟୁଟି ସମୟରେ ମହିଳା ପୋଲିଂ ଅଫିସରଙ୍କ ମୃତ୍ୟୁ, ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟ ନିର୍ବାଚନ ଅଧିକାରୀ

Published By : Prameya-News7 Bureau | May 25, 2024 IST

କଟକ: ନିର୍ବାଚନ ଡ୍ୟୁଟି ସମୟରେ ମହିଳା ପୋଲିଂ ଅଫିସରଙ୍କ ମୃତ୍ୟୁ। ମହିଳା ପୋଲିଂ ଅଫିସରଙ୍କ ନାଁ ସୁଜାତା ମିତ୍ର। ସେ କଟକ ହାଡ଼ିବନ୍ଧୁ ସ୍କୁଲ ୧୧୪ ନଂ ବୁଥର ପୋଲିଂ ଅଫିସର ଦାୟିତ୍ବରେ ରହିଥିଲେ। 

ତେବେ ନିର୍ବାଚନ ଡ୍ୟୁଟି ସମୟରେ ଅସୁସ୍ଥ ହୋଇ ପଡ଼ିଥିଲେ ସୁଜାତା ମିତ୍ର। ତାଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା।‌ ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ସେପଟେ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ୧୫ ଲକ୍ଷ ଟଙ୍କା ଅନୁକମ୍ପା ସହୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.