ରାତି ୮ଟା ପରେ ବନ୍ଦ ରହିବ ଚା’ ଓ ଢାବା ଦୋକାନ, ଗଞ୍ଜାମ ପୋଲିସର ପଦକ୍ଷେପ

Published By : Prameya-News7 Bureau | May 25, 2024 IST

ଛତ୍ରପୁର: ନିର୍ବାଚନ ପରବର୍ତ୍ତୀ ହିଂସା ରୋକିବା ନିମନ୍ତେ ଗଞ୍ଜାମ ପୋଲିସର ପଦକ୍ଷେପ। ଜିଲ୍ଲା ପୋଲିସର ନିଷ୍ପତ୍ତି ଅନୁଯାୟୀ, ରାତି ୮ ଟା ପରେ ବନ୍ଦ ରହିବ ଢାବା ଓ ଚା’ ଦୋକାନ |  ଏନେଇ ଜିଲ୍ଲାର ସମସ୍ତ ଥାନାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଗଞ୍ଜାମ ଏସପି ଜଗମୋହନ ମୀନା | ତେବେ ପରବର୍ତ୍ତୀ ନର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ଲାଗୁ ରହିବ ନିୟମ |

ସୂଚନାଥାଉକି, ଗଞ୍ଜାମ ଜିଲ୍ଲାରେ ୨ ଟି ପର୍ଯ୍ୟାୟରେ ନିର୍ବାଚନ ସରିଛି। ନିର୍ବାଚନ ପରେବି କେଉଁଠି ନା କେଉଁଠି ହିଂସା ଘଟୁଛି। ଯାହାକି ପୋଲିସ ପାଇଁ ଚିନ୍ତାର ବିଷୟ ପାଲଟିଛି | ଏହାକୁ ରୋକିବା ନେଇ ଗଞ୍ଜାମ ପୋଲିସ ଜିଲ୍ଲା ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି | 

ପୋଲିସର ସୂଚନା ଅନୁଯାୟୀ, ରାତିରେ ଢ଼ାବା ଓ ଚା ଦୋକାନୀମାନଙ୍କରେ ଗହଳି ଓ ଖଟି ହେଉଛି, ପରବର୍ତ୍ତୀ ସମୟରେ ରାଜନୀତିକୁ ନେଇ କମେଣ୍ଟ ମାରିବା ସହ ପାଟି ତୁଣ୍ଡ ମଧ୍ୟ ଘଟୁଛି। ଆଉ ଏହାକୁ ଏଡ଼ାଇବା ପାଇଁ ଗଞ୍ଜାମ ପୋଲିସ ଜିଲ୍ଲା ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.