ରବିବାର ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ, ସାଢେ ୧୧ଟାରେ ୱେବସାଇଟ୍‌ରେ ହେବ ଉପଲବ୍ଧ

Published By : Prameya-News7 Bureau | May 25, 2024 IST

କଟକ ୨୫।୫: ରବିବାର ଦିନ ପ୍ରକାଶ ପାଇବ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ । ସକାଳ ସାଢେ ୧୦ଟାରେ ପରୀକ୍ଷା ଫଳ ପ୍ରକାଶିତ ହେବ । ଦିନ ସାଢେ ୧୧ଟାରୁ ପରୀକ୍ଷାର୍ଥୀମାନେ ବୋର୍ଡ ୱେବସାଇଟରୁ ସେମାନଙ୍କର ରେଜଲ୍ଟ ଜାଣିପାରିବେ । ପ୍ରଥମେ  ଏସଏମଏସ ଜରିଆରେ ପରୀକ୍ଷାର୍ଥୀମାନେ ସେମାନଙ୍କ ପରୀକ୍ଷା ଫଳ ଜାଣିପାରିବେ । ପରେ ଅର୍ଥାତ ଅପରାହ୍ନ ୪ଟା ପରଠାରୁ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସଫଳ ପରୀକ୍ଷାର୍ଥୀମାନେ, ଅନଲାଇନ୍ କିମ୍ବା ହ୍ବାଟ୍ସଆପ ଜରିଆରେ ସେମାନଙ୍କ ମାଟ୍ରିକ ସାର୍ଟିଫିକେଟକୁ ଡାଉନଲୋଡ କରିପାରିବେ । ଚଳିତ ବର୍ଷ ପ୍ରଥମ ଥରଲାଗି ଏହି ବ୍ୟବସ୍ଥା ଲାଗୁ କରିଛନ୍ତି  ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ । ଯାହାକୁ ଡିଜିଟାଲ ସାର୍ଟିଫିକେଟ କୁହାଯାଉଛି ।

ରେଜଲ୍ଟ ପ୍ରକାଶ ପାଇବାର ୧ ଘଣ୍ଟା ପରେ, ଅର୍ଥାତ ସାଢେ ୧୧ଟା ପରଠାରୁ ବୋର୍ଡ ୱେବସାଇଟ୍ www.bseodisha.ac.inରେ ରେଜଲ୍ଟ ଉପଲବ୍ଧ ହେବ । ଏସଏମଏସ ଜରିଆରେ ମଧ୍ୟ ପରୀକ୍ଷାର୍ଥୀମାନେ ରେଜଲ୍ଟ ଜାଣି ପାରିବେ । ସେଥିଲାଗି ପରୀକ୍ଷାର୍ଥୀ ମାନେ OR10 ସ୍ପେସ ନିଜ ରୋଲ ନମ୍ବର ଲେଖି , ୫୬୭୬୭୫୦କୁ ପଠାଇବେ । ତାପରେ ନିଜ ନିଜର ରେଜଲ୍ଟ ଜାଣିପାରିବେ ପରୀକ୍ଷାର୍ଥୀ । ତେବେ ଚଳିତ ବର୍ଷ ପ୍ରଥମ ଥର ଲାଗି ଏକ ନୂଆ ବ୍ୟବସ୍ଥା ଲାଗୁ କରିଛି ବୋର୍ଡ । ପରୀକ୍ଷା ଫଳ ପ୍ରକାଶ ପାଇବା ଦିନ ହିଁ କୃତ୍ତି ଛାତ୍ରଛାତ୍ରୀ ମାନେ ସେମାନଙ୍କର ହାଇସ୍କୁଲ ସାର୍ଟିଫିକେଟ ପାଇପାରିବେ । ଯାହା ରବିବାର ଅପରାହ୍ନ ୪ଟା ପରଠାରୁ ପାଇପାରିବେ ।

ଚଳିତ ବର୍ଷ ଫେବୃୟାରୀ ୨୦ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ମାସ ୪ ତାରିଖରେ ଶେଷ ହୋଇଛି । ଏଥର ୫ଲକ୍ଷ ୫୧ହଜାର ୬୧୧ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ଏବଂ ନିର୍ଦ୍ଧାରିତ ସମୟରେ ମଧ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବାକୁ ଯାଉଛି । ତେବେ ଡିଜିଟାଲ  ସାର୍ଟିଫିକେଟ ହାସଲ କରିବା ଲାଗି ପରୀକ୍ଷାର୍ଥୀ ମାନେ ଉଭୟ ଅନଲାଇନ କିମ୍ବା ହ୍ବାଟ୍ସଆପକୁ ବ୍ୟବହାର କରି ରେଜଲ୍ଟ ଜାଣି ପାରିବେ। ହ୍ବାଟ୍ସଆପରେ ରେଜଲ୍ଟ ଜାଣିବାକୁ ହେଲେ, ପ୍ରଥମେ  ୭୭୧୦୦୫୮୧୯୨ ନମ୍ବରକୁ BSE/Hi ଲେଖିକରି ପଠାଇବାକୁ ହେବ ।  ପରେ, ଯେଉଁସବୁ ନିର୍ଦ୍ଦେଶ ଆସିବ, ତାକୁ ଫଲୋ କଲେ ପରୀକ୍ଷାର୍ଥୀ ମାନେ ସେମାନଙ୍କ ସାର୍ଟିଫିକେଟ ପାଇପାରିବେ ।

You Can Read :

ଇଚ୍ଛାମୃତ୍ୟୁ ଚାହୁଁଥିବା ଶୀତଳ ଏବେ ସୁସ୍ଥ ହୋଇ ଚଳାଉଛନ୍ତି ଗାଡି, ଭେଟିଲେ ସବ୍ୟ-ଅର୍ଚ୍ଚିତା

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.