‘ସନ୍ଦେହ ସୃଷ୍ଟି କରିବାକୁ ଉଦ୍ୟମ, ପ୍ରତିଟି ବିଷୟର ହେବ ଖୁଲାସା’, ଫର୍ମ 17c ବିବାଦ ଉପରେ ସିଇସି ରାଜୀବ କୁମାର

Published By : Prameya-News7 Bureau | May 25, 2024 IST

ନୂଆଦିଲ୍ଲୀ: ପୋଲିଂ ବୁଥ ୱାରି ଭୋଟିଂ ପ୍ରତିଶତ ଡାଟା ୱେବସାଇଟରେ ଅପଲୋଡ୍ କରିବା ପାଇଁ ଦାଖଲ କରାଯାଇଥିବା ଯାଚିକା ଉପରେ ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେବାକୁ ମନା କରିଛନ୍ତି । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଶନିବାର ଏହା ଉପରେ ନିଜ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, 'ସତକୁ ସ୍ୱୀକାର କରାଯାଇଛି । ସନ୍ଦେହର ମାହୋଲ ସୃଷ୍ଟି କରିବା ପାଇଁ ଉଦ୍ୟମ କରାଯାଉଥିଲା । ଆମେ ନିଶ୍ଚିତ ରୂପେ ସମସ୍ତଙ୍କ ସହ ଏହା ଉପରେ ଚର୍ଚ୍ଚା କରିବୁ ।' ରାଜୀବ କୁମାର ଦେଶର ନିର୍ବାଚନୀ ପ୍ରକ୍ରିୟାର ବିଶ୍ୱାସନିୟତା ସହ ଜଡିତ ଚିନ୍ତାକୁ ଦୂର କରିବା ପାଇଁ ନିଜ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି । ପୋଲ୍ ପ୍ୟାନେଲ୍ ଚିଫ୍ କହିଛନ୍ତି, 'ଏଇଠି କେଉଁ ଖେଳ ଚାଲିଛି, ସନ୍ଦେଶ କାହିଁକି ସୃଷ୍ଟି କରାଯାଉଛି ? ପ୍ରଶ୍ନ ମଧ୍ୟ ଉଠାଯାଉଛି । ଆମେ ଦିନେ ସବୁ କହିବୁ ଏବଂ ଦେଖାଇବୁ କିପରି ଲୋକଙ୍କୁଭ ଭ୍ରମିତ କରାଯାଉଛି ।'

ନ୍ୟୁଜ୍ ଏଜେନ୍ସି ଏଏନଆଇକୁ ପ୍ରତିକ୍ରିୟାକୁ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି, 'ଲୋକଙ୍କ ମନରେ କିପରି ସନ୍ଦେଶ ସୃଷ୍ଟି ହେଉଛି ?  ଏପରି କଥା କହୁଛନ୍ତି ଯେ ହେଇପାରେ ଇଭିଏମ ଠିକ୍ ଭାବେ କାମ କରୁ ନାହଁ, ମତଦାନ ସୂଚୀ ଭୁଲ କିମ୍ୱା ମତଦାନ ସଂଖ୍ୟାରେ ହେରଫେର କରାଯାଇଛି ।' ସେ କହିଛନ୍ତି ଯେ ସୁପ୍ରିମକୋର୍ଟ ଶୁକ୍ରବାର ନିଜ ଜବାବ ଦେଇଛନ୍ତି, କିନ୍ତୁ ଆମେ ଆମର ଜବାବ ଦେବୁ ଆଉ ନିଶ୍ଚିଚ ଦେବୁ । ଉଲ୍ଲେଖଯୋଗ୍ୟ ଯେ ମତଦାନ ଡାଟାରେ ଜାଲିଆତି କରାଯାଇ ପାରିବ ଯୁକ୍ତିକୁ ଇସି ଖାରଜ କରିଛନ୍ତି । ସୂତ୍ର ଅନୁସାରେ ଫର୍ମ 17c ପ୍ରାର୍ଥୀଙ୍କୁ ଦିଆଯିବା ଏବଂ ଇଭିଏମକୁ ଷ୍ଟ୍ରଙ୍ଗ ରୁମରେ ରଖାଯିବା ପରେ ଡାଟା ସହ ଜାଲିଆତି କରାଯାଇ ପାରିବ ନାହିଁ । ଫର୍ମ 17cରେ ପ୍ରତିଟି ମତଦାନ କେନ୍ଦ୍ରରେ ହୋଇଥିବା ଭୋଟିଂର ରେକର୍ଡ ରହିଥାଏ । ଇଭିଏମକୁ ଷ୍ଟ୍ରଙ୍ଗ ରୁମକୁ ନିଆଯିବା ପୂର୍ବରୁ ସିଲ୍ କରାଯିବା ବେଳେ ଏହା ପ୍ରାର୍ଥୀ କିମ୍ୱା ସେମାନଙ୍କ ଏଜେଣ୍ଟଙ୍କୁ ଦିଆଯାଇଥାଏ ।

ରିପୋର୍ଟ ଅନୁସାରେ, ଜଣେ ଅଧିକାରୀ କହିଛନ୍ତି ଯେ ଯଦି କାଳ୍ପନିକ ସ୍ଥିତିରେ ପ୍ରତି ମତଦାନ କେନ୍ଦ୍ରରେ ୪ ଜଣଙ୍କୁ ଫର୍ମ 17c ଦିଆଯାଏ ତେବେ ବି ୪୨ ଲକ୍ଷରୁ ଅଧିକ ଲୋକଙ୍କ ପାଖରେ ଏହି ଦସ୍ତାବିଜ ରହିବ କାରଣ ୧୦.୫ ଲକ୍ଷ ମତଦାନ କେନ୍ଦ୍ର ଅଛି । ସେ କହିଛନ୍ତି, ବିଭିନ୍ନ ରାଜନୈତିକ ଦଳର ୪୨ ଲକ୍ଷ ଲୋକଙ୍କୁ କିପରି ମୁର୍ଖ କରାଯାଇ ପାରିବ ଏବଂ ଡାଟା ସହ ଜାଲିଆତି କରାଯାଇ ପାରିବ । ଆୟୋଗ ଚିନ୍ତା ବ୍ୟକ୍ତ କରିଥିଲେ ଯେ ଆବେଦନକାରୀ ମହତ ଉଦ୍ଦେଶ୍ୟରେ କୋର୍ଟ ଯାଉନାହାନ୍ତି । ଆୟୋଗ କହିଛନ୍ତି ଯେ ଆବେଦନକାରୀ ଷଡଯନ୍ତ୍ର ଆଧାରରେ ମତଦାତାଙ୍କ ମନରେ ଲଗାତାର ସନ୍ଦେହ ସୃଷ୍ଟି କରିବାର ଏଜେଣ୍ଡା ସହ ମଞ୍ଚର ଦୁରୁପଯୋଗ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.