ବରୀରେ ଭି.କେ. ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର, ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଜିତାଇବାକୁ ଅପିଲ

Published By : Prameya-News7 Bureau | May 25, 2024 IST

ଭୁବନେଶ୍ବର ୨୫।୫: ବରୀରେ ବରିଷ୍ଠ ବିଜେଡି ନେତା ଭି.କେ. ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର । ଆୟୋଜିତ ଜନସଭାରେ ପାଣ୍ଡିଆନ୍ କହିଛନ୍ତି, ଏ ସରକାର ଆପଣମାନଙ୍କ ସରକାର, ମା’ମାନଙ୍କ ସରକାର, ଚାଷୀ ଓ ଯୁବପିଢ଼ିର ସରକାର । ଯୁବପିଢ଼ିଙ୍କ ମାଧ୍ୟମରେ ଏକ ସଶକ୍ତ ଓ ନୂଆ ଓଡ଼ିଶା ଗଠନ କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ । ବିରୋଧୀ ନେତାମାନେ ଆସିବେ, ମିଠା ମିଠା କଥା କହିବେ, ମିଛ କଥା କହିବେ, ଅପପ୍ରଚାର କରିବେ । 

ବିଜେପି ଦଳ କହୁଛି ମାଗଣା ବିଜୁଳି ଦେବ । ଏଥିପାଇଁ ଆପଣଙ୍କୁ ୫୦ ହଜାର ଟଙ୍କା ଖର୍ଚ୍ଚ କରି ସୋଲାର ପ୍ୟାନେଲ ବସାଇବାକୁ ପଡ଼ିବ । ସୂର୍ଯ୍ୟକିରଣରୁ ଆପଣମାନେ ବିଜୁଳି ପାଇବେ, ଦିନରେ ଲଣ୍ଠନ ଦେଖାଉଛି ବିଜେପି । ଏମାନେ ବଡ଼ ବଡ଼ କଥା କହିବେ, ନିର୍ବାଚନ ସରିଗଲେ ଖୋଜିଲେ ପାଇବେ ନାହିଁ । ଏମାନଙ୍କୁ ୨୦୧୯ରେ ଦେଖିଥିଲେ, ୨୦୨୪ରେ ଦେଖୁଛନ୍ତି ଏବଂ ୨୦୨୯ରେ ପୁଣି ଦେଖିବେ, ଅନ୍ୟ ସମୟରେ ଦେଖିବେ ନାହିଁ । ଏବେ ନିର୍ବାଚନ ୧୦ ଦିନ ଅଛି, ଏମାନଙ୍କର ଚାଷୀଙ୍କ କଥା ମନେ ପଡ଼ୁଛି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । 

କଳାମାଟି ସହିଦ ସ୍ମୃତି ପୀଠର ବିକାଶ ପାଇଁ ୪୦ ଲକ୍ଷ ଟଙ୍କା, ବରୀ ନିର୍ବାଚନ ମଣ୍ଡଳୀରେ ୫ଟି ବଡ଼ ସେତୁ ପାଇଁ ୨୦୦ କୋଟି ଟଙ୍କା ଏବଂ ଦୁଇଟି ଜଳସେଚନ ପ୍ରକଳ୍ପ ପାଇଁ ୯୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି । ଯାଜପୁର ଜିଲ୍ଲାରେ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ, ଯଯାତିକେଶରୀ ମେଡିକାଲ କଲେଜ ଖୁବ୍‍ ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି । ଜୁନ୍ ୯ ତାରିଖରେ ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଶପଥ ନେବା ପରେ ପ୍ରଥମ ଦସ୍ତଖତରେ ଓଡ଼ିଶାର ୯୦ ପ୍ରତିଶତ ପରିବାରର ବିଜୁଳି ବିଲ୍‍ ଛାଡ଼ ହେବ । ଦ୍ୱିତୀୟ ଦସ୍ତଖତରେ ବି.ଏସ୍‍.କେ.ୱାଇ କାର୍ଡ ଯେଉଁମାନେ ପାଇନାହାନ୍ତି ସମସ୍ତଙ୍କୁ ମିଳିବ ତୃତୀୟ ଦସ୍ତଖତ ହେବ ମିଶନଶକ୍ତି ସଦସ୍ୟାମାନଙ୍କ ପାଇଁ ୬୦ ବର୍ଷ ପରେ ପେନ୍‍ସନ ସୁବିଧା । ଚତୁର୍ଥ ଦସ୍ତଖତରେ କଲେଜ ପିଲାମାନଙ୍କୁ ସଂଶୋଧିତ ନୂଆ-ଓ ସ୍କଲାରସିପ୍‍, ଝିଅ ପାଇବେ ୧୪ ହଜାର ଟଙ୍କା ଏବଂ ପୁଅ ପାଇବେ ୧୨ ହଜାର ଟଙ୍କା ।

ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ୫୦ ହଜାର ଭୋଟ ବ୍ୟବଧାନରେ ଜିତାଇବା ପାଇଁ ଅନୁରୋଧ କଲେ ପାଣ୍ଡିଆନ । କର୍ମୀମାନଙ୍କୁ ଉତ୍ସାହିତ କରି କହିଲେ ଯେ, ପରିଶ୍ରମ କରନ୍ତୁ ଆଶୀର୍ବାଦ ଆଣିବା, ଓଡ଼ିଶାକୁ ଆଗେଇନେବା, ଯେଉଁଠାରେ ଗରିବ ଲୋକ ମଧ୍ୟ ବଡ଼ ବଡ଼ ସ୍ୱପ୍ନ ଦେଖିବା ପାଇଁ ସାହସ କରିପାରିବ ।

You Can Read :

ଇଚ୍ଛାମୃତ୍ୟୁ ଚାହୁଁଥିବା ଶୀତଳ ଏବେ ସୁସ୍ଥ ହୋଇ ଚଳାଉଛନ୍ତି ଗାଡି, ଭେଟିଲେ ସବ୍ୟ-ଅର୍ଚ୍ଚିତା

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.