ଭୋଗରାଇ : ଜାରି ରହିଛି ବର୍ଷାର ବିଭୀଷିକା। ରାଜ୍ୟର ଅନେକ ସ୍ଥାନ ଜଳମଗ୍ନ। ଏଥିରୁ ବାଦ୍ ପଡ଼ିନି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକ ସାନଡଭା ଗାଁ ।୧୫ ଦିନ ହେବ ବର୍ଷା ପାଣି ଘେରରେ ଏହି ଗାଁର ଲୋକେ। ନାକେଦମ ୧୫ରୁ ଉର୍ଦ୍ଧ୍ବ ପରିବାର। ପାଣି ନିଷ୍କାସନ ପାଇଁ ବାଟ ନ ଥିବାରୁ ଗାଁ ଭିତରେ ପାଣି ଜମି ରହୁଛି। ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ପ୍ରଶାସନ ଚୁପ।

ସୂଚନା ଅନୁଯାୟୀ ସମୁଦ୍ରକୁ ଲାଗି ଭୋଗରାଇ ବ୍ଳକ ବାଜିତପୁର ପଂଚାୟତର ସାନଡଭା ଗାଁ। ଲଘୁଚାପ ଜନିତ ବର୍ଷା ହେବା ପରେ ଦୀର୍ଘ ୧୫ ଦିନ ହେବ ଗାଁ ଲୋକେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି। ଗାଁର ୧୫ରୁ ଅଧିକ ପରିବାର ଏବେ ବି ବର୍ଷା ପାଣିରେ ଉବୁଡ଼ୁବୁ ହେଉଛନ୍ତି। ପଡ଼ୋଶୀ ମାନେ ପାଣି ନିଷ୍କାସିତ ହେଉଥିବା ସ୍ଥାନଟି ଉଚ୍ଚ କରି ମାଟି ଭର୍ତି କରିବା ଫଳରେ ଏଭଳି ସମସ୍ୟା ଉପୁଜିଛି। ରାସ୍ତାଘାଟ, ଚୁଲି, ଶୌଚାଳୟ ଯୁଆଡେ ଦେଖିବେ ସବୁଠି ପାଣି। ଏନେଇ ଗ୍ରାମବାସୀ ସମିତି ସଭ୍ୟକୁ କହିବା ପରେ,ସେ ଆଜି ଗାଁରେ ବୁଲି ସ୍ଥିତି ଅନୁଧ୍ୟାନ କରି ଖୁବ ଶୀଘ୍ର ଏକ ଜେସିବି ଲଗାଇ ନାଳ କାଟିବା ସହିତ ପାଣି ନିଷ୍କାସନର ବ୍ୟବସ୍ଥା କରିବେ ବୋଲି କହିଛନ୍ତି ।

ବର୍ଷାରେ ବୁଡ଼ିଲା ବାଲଶ୍ୱର ବଜାର

ବାଲେଶ୍ୱରରେ ବର୍ଷାର ବିତ୍ପାତ୍ତ ଜାରି ରହିଛି। ସକାଳ ସାଢ଼େ ୮ଟା ସୁଦ୍ଧା ୨୪୬.୬ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।ଲଗାଣ ବର୍ଷା ଯୋଗୁ ବୁଡ଼ିଲା ବାଲେଶ୍ୱର ସହରର ମୁଖ୍ୟ ରାସ୍ତା। ଫୁଲୁଚି ବୁଢ଼ା ବଳଙ୍ଗ ନଦୀ। ତଳିଆ ଅଞ୍ଚଳରେ ବନ୍ୟା ସମ୍ଭାବନା। ଲଗାତାର 18 ଘଣ୍ଟା ଧରି ବର୍ଷା ଲାଗି ରହିବା ଫଳରେ ଚିନ୍ତାରେ ତଳିଆ ଅଞ୍ଚଳର ଲୋକେ।

 Also Read- High Alert as Heavy Rain : ରାଜ୍ୟରେ ବର୍ଷାର ଲହର ; ସତର୍କ ରହିବାକୁ ନିର୍ଦ୍ଦେଶ, ୫ ଜିଲ୍ଲାରେ ସ୍କୁଲ୍ ଛୁଟି