ଭୁବନେଶ୍ୱର: ରାଜ୍ୟରେ ବର୍ଷା ଲାଗି ରହିଛି। ଧୀରେ ଧୀରେ ନଦୀର ଜଳସ୍ତର ଫୁଲୁଛି। ଏନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ। ସେ କହିଛନ୍ତି ଯେ ବୈତରଣୀ ଜଳସ୍ତର ବଢ଼ୁଥିବାରୁ ଛୋଟ ବନ୍ୟା ଆଶଙ୍କା ରହିଛି। ଏଥିରେ ଯାଜପୁର ଜିଲ୍ଲାର ତଳିଆ ଅଞ୍ଚଳ ପ୍ରଭାବିତ ହୋଇପାରେ।

ସେହିପରି ଆଖୁଆପଦାରେ ଅପରାହ୍ନ ୪ଟା ସୁଦ୍ଧା ଜଳସ୍ତର ବିପଦ ସଂକେତ ଟପିପାରେ। ମହାନଦୀର ଉପର ମୁଣ୍ଡରେ ନୁହେଁ, ଓଡ଼ିଶାରେ ବେଶୀ ବର୍ଷା ହୋଇଛି। ଖଇରମାଳରୁ ବରଗଡ଼ ଭିତରେ ବେଶୀ ବର୍ଷା ହୋଇଛି।

ହୀରାକୁଦର ଜଳଭଣ୍ଡାର ଜଳସ୍ତରର ୬୦୪ ଫୁଟ ରହିଛି। ଏହାର ଜଳସ୍ତର ୬୦୭ ଫୁଟ ଅତିକ୍ରମ କଲେ ନିଷ୍କାସନ ଚିନ୍ତା କରାଯିବ। ୭ ତାରିଖ ପରେ ହୀରାକୁଦ ଡ୍ୟାମ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ। ଅଧିକାଂଶ ରିଜର୍ଭର ଖାଲି ରହିଛି, ସମସ୍ୟା ନାହିଁ। ଏବେ ସୁଦ୍ଧା ବଡ଼ ଧରଣର ବନ୍ୟା ହେବାର ସମ୍ଭାବନା ନାହିଁ ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହି।