ବ୍ରହ୍ମପୁର ୧୨।୧୨:ଆଇନଜୀବୀ ତଥା ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ପୀତବାସ ପଣ୍ଡା ହତ୍ୟା ମାମଲାରେତୃତୀୟ ଏଡିଜେ କୋର୍ଟରେ ହେଲା ଶୁଣାଣି । ତୃତୀୟ ଅତିରିକ୍ତ ଜିଲ୍ଲା କୋର୍ଟରେ ହେଲା ବିକ୍ରମ ପଣ୍ଡାଙ୍କ ସମେତ ୫ ଜଣଙ୍କ ଜାମିନ ଆବେଦନର ଶୁଣାଣିରାୟ ସଂରକ୍ଷିତ ରଖିଲେ କୋର୍ଟପରବର୍ତ୍ତୀ ଶୁଣାଣି ଆସନ୍ତା ୧୬ ତାରିଖକୁ ଧାର୍ଯ୍ୟ କରିଛନ୍ତିକୋର୍ଟ ।ଗତ ୯ ତାରିଖରେ ପୋଲିସ ପକ୍ଷରୁ ସିଡି ଦାଖଲ ହୋଇଥିଲା ।

ଗିରଫ ହୋଇଥିବା ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡାଙ୍କ ସମେତ ପୂର୍ବତନ ମେୟର ଶିବଶଙ୍କର ଦାସ ଓରଫ ପିଣ୍ଟୁ ଦାସ,ମଦନ ଦଳାଇ,ଶୂନ୍ୟ ଦାସଏବଂ ସୁନୀଲ ହୋତାଙ୍କ ଜାମିନ ପାଇଁ ତାଙ୍କ ଓକିଲ ଆଜି ତୃତୀୟ ଅତିରିକ୍ତ ଜିଲ୍ଲା କୋର୍ଟରେ ଆବେଦନ କରିଥିଲେ। କୋର୍ଟ ଜାମିନ ଆବେଦନ ଶୁଣାଣିକରିବା ସହିତ ରାୟ ସଂରକ୍ଷିତ ରଖିଛନ୍ତି । ଆସନ୍ତା ୧୬ ତାରିଖରେ ପରବର୍ତ୍ତୀ ଶୁଣାଣିପାଇଁ ତାରିଖ ଧାର୍ଯ୍ୟ କରିଥିବା ବିକ୍ରମଙ୍କ ଓକିଲ କହିଛନ୍ତି । ଅକ୍ଟୋବର ୬ ତାରିଖରେ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ଏହି ମାମଲାରେ ପୋଲିସ ୧୬ ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ୫ ଜଣଙ୍କ ଜାମିନ ପାଇଁ ଆବେଦନ ହୋଇଥିଲା । ମୁଦାଲାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମାନସ ଚାନ୍ଦ,ଦୀପକ ପଟ୍ଟନାୟକ,କୁମାର କାନ୍ତ ବେହେରା,କୈଳାସ ପଣ୍ଡା ମାମଲା ପରିଚାଳନା କରିଥିବା ବେଳେ ସରକାରଙ୍କ ତରଫରୁ ସ୍ୱତନ୍ତ୍ର ପିପି କାଳୀ ଚରଣ ମିଶ୍ର,ଅଭିନାଶ ପାଢ଼ୀ,ପିପି ବିଶ୍ୱଜିତ ବରାଳ ମାମଲା ପରିଚାଳନା କରିଥିଲେ । ପୋଲିସ ଦାଖଲ କରିଥିବା ସିଡିରେ ବିକ୍ରମ ପଣ୍ଡାଙ୍କ ନାମରେ ଆଉ ଦୁଇଟି ମାମଲା ଯୋଡ଼ିଥିବା କୁହାଯାଇଛି । ଜେଲ୍ଭିତରେ ରହି ବିକ୍ରମ,ପୀତବାସ ପଣ୍ଡାଙ୍କ ପରିବାର ବର୍ଗଙ୍କୁ ଧମକ ଦେଉଥିବା ନେଇ ସିଡିରେ ଉଲ୍ଲେଖ କରିଛି ପୋଲିସ । ଯାହାକୁ ନେଇ କୋର୍ଟରେ ମୁଦାଲାଙ୍କ ଓକିଲ ଏବଂ ସରକାରୀ ଓକିଲ ମଧ୍ୟରେ ଯୁକ୍ତିତର୍କ ହୋଇଥିବା ଜଣାପଡିଛି । ତେବେ ଆସନ୍ତା ୧୬ ତାରିଖରେ ଜାମିନ ଆବେଦନ ଉପରେ କଣ ଶୁଣାଣିହେବ ତା ଉପରେ ରହିଛି ସମସ୍ଥସ୍ତଙ୍କ ନଜର