• ସେଣ୍ଟ୍ରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ (ସିବିଆଇ) ଭଳି କୌଣସି ବଡ଼ ଯାଞ୍ଚ ଏଜେନ୍ସୀଙ୍କ ଦ୍ୱାରା ସ୍ୱତନ୍ତ୍ର ତଦନ୍ତ ନିର୍ଦ୍ଦେଶ ଦେବାକୁ ବିଚାର କରନ୍ତୁ
  • ଔପଚାରିକ ଯାଞ୍ଚ ଓ ଏଫଆଇଆର ହୋଇ ନଥିବାରୁ ଏହି ମାମଲାରେ ସଂସ୍ଥାଗତ ପ୍ରତିକ୍ରିୟାକୁ ନେଇ ପ୍ରଶ୍ନ ଉଠୁଛି
  • ଶ୍ରୀରାମ ଜନ୍ମଭୂମି ମନ୍ଦିରକୁ ଦିଆଯାଇଥିବା ଦାନ ସମ୍ପର୍କିତ ମାମଲା ସାଧାରଣ ଆର୍ଥିକ ହେରଫେର ଭଳି ପ୍ରଶ୍ନରୁ ଊର୍ଦ୍ଧ୍ୱରେ
  • ମାମଲାର ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଏସଆଇଟି ଯଥେଷ୍ଟ ନୁହେଁ

ନୂଆଦିଲ୍ଲୀ : ଅଯୋଧ୍ୟା ଶ୍ରୀରାମ ମନ୍ଦିର ଦାନ ହଡ଼ପ ମାମଲା ଶେଷରେ ସୁପ୍ରିମକୋର୍ଟକୁ ପହଞ୍ଚିଛି। କରାଯାଉଥିବା ଅଭିଯୋଗରେ ଏକ ଏତଲା (ଏଫଆଇଆର) ରୁଜୁ କରାଯିବା ଓ କୋର୍ଟଙ୍କ ଦେଖରେଖରେ ତଦନ୍ତ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟରେ ଆବେଦନ ଦାଖଲ ହୋଇଛି। ଭାରତର ପ୍ରଧାନ ବିଚାରପତି (ସିଜେଆଇ)ଙ୍କୁ ସମ୍ବୋଧିତ କରି ଲେଖା ଯାଇଥିବା ଆବେଦନକୁ ଆଡଭୋକେଟ-ଅନ୍-ରେକର୍ଡ ଅନୂପ ପ୍ରକାଶ ଅବସ୍ଥି ଦାଖଲ କରିଛନ୍ତି।ଏଥିରେ ସେ ସୁପ୍ରିମକୋର୍ଟଙ୍କୁ ନିବେଦନ କରିଛନ୍ତି ଯେ ସେଣ୍ଟ୍ରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ (ସିବିଆଇ) ଭଳି କୌଣସି ବଡ଼ ଯାଞ୍ଚ ଏଜେନ୍ସୀଙ୍କ ଦ୍ୱାରା ସ୍ୱତନ୍ତ୍ର ତଦନ୍ତ ନିର୍ଦ୍ଦେଶ ଦେବାକୁ ବିଚାର କରନ୍ତୁ, ଯାହାର ଦେଖରେଖ ନିଜେ ସୁପ୍ରିମକୋର୍ଟ କରିବେ।

ଲୋକଙ୍କ ଆସ୍ଥା ଓ ବିଶ୍ୱାସର ପ୍ରସଙ୍ଗ
ଆବେଦନରେ ଏହି ମାମଲା ଲକ୍ଷଲକ୍ଷ ଲୋକଙ୍କ ଆସ୍ଥା ଓ ଭରସା ସହ ସମ୍ପର୍କିତ ହୋଇଥିବାରୁ ରାମ ମନ୍ଦିର ସମ୍ପର୍କିତ ଦାନ ଅର୍ଥର କଥିତ ଗଡବଡ଼, ତ୍ରୁଟିପୂର୍ଣ୍ଣ ଉପଯୋଗ ଅଥବା ଗାୟବ ହେବା ନେଇ ପ୍ରସାରିତ ହେଉଥିବା ଖବର ଦେଶ ଓ ବିଦେଶରେ ଭକ୍ତଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରିଥିବା କୁହାଯାଇଛି। ଏଥିରେ ଏହା ବି କୁହାଯାଇଛି ଯେ ମାମଲାରେ ଯଦିଓ ଉତ୍ତରପ୍ରଦେଶ ସରକାର ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ଗଠନ କରିଛନ୍ତି ତେବେ ଔପଚାରିକ ଯାଞ୍ଚ ଓ ଏଫଆଇଆର ହୋଇ ନଥିବାରୁ ଏହି ମାମଲାରେ ସଂସ୍ଥାଗତ ପ୍ରତିକ୍ରିୟାକୁ ନେଇ ପ୍ରଶ୍ନ ଉଠୁଛି।

ଆବେଦନରେ ଆଉ କ’ଣ କୁହାଯାଇଛି?
ସୁପ୍ରିମକୋର୍ଟରେ ଦାଖଲ ଆବେଦନରେ କୌଣସି ବ୍ୟକ୍ତି, ସଂସ୍ଥା ଅଥବା ପ୍ରାଧିକରଣ ସମ୍ପର୍କରେ କୌଣସି ପୂର୍ବ ରାୟ ଦିଆଯାଇ ନାହିଁ, ସେହିପରି ଟ୍ରଷ୍ଟ ବିରୋଧରେ କୌଣସି ଅଭିଯୋଗ କରାଯାଉନଥିବା ଉଲ୍ଲେଖ ରହିଛି। ତେବେ ଅଭିଯୋଗର ଗୁରୁତ୍ୱ ଓ ସାମିଲ ସଂସ୍ଥାର ଅସାଧାରଣ ଗୁରୁତ୍ୱକୁ ନଜରରେ ରଖି ସାଧାରଣ ମାମଲାର ତଦନ୍ତ ମାନ ଠାରୁ ଅଧିକ ପାରଦର୍ଶି ଓ ବିଶ୍ୱସନୀୟ ତଦନ୍ତର ଆବଶ୍ୟକତା ଥିବାର କୁହାଯାଇଛି।

ମନ୍ଦିରର ମହତ୍ୱକୁ ଉଲ୍ଲେଖ କରି ଆବେଦନରେ କୁହାଯାଇଛି ଯେ ଶ୍ରୀରାମ ଜନ୍ମଭୂମି ମନ୍ଦିରକୁ ଦିଆଯାଇଥିବା ଦାନ ସମ୍ପର୍କିତ ମାମଲା ସାଧାରଣ ଆର୍ଥିକ ହେରଫେର ଭଳି ପ୍ରଶ୍ନରୁ ଊର୍ଦ୍ଧ୍ୱରେ। ଏହା ଅଗଣିତ ଭକ୍ତଙ୍କ ଆସ୍ଥା ସହିତ ଜଡିତ। ପ୍ରସଙ୍ଗ କେବଳ ଏତିକି ନୁହେଁ ଯେ କୌଣସି ଆର୍ଥିକ କ୍ଷତି ହୋଇଛି। ତେବେ ପ୍ରସଙ୍ଗ ହେଉଛି ଦେଶର ସବୁଠୁ ସମ୍ମାନୀତ ଧାର୍ମିକ ଅନୁଷ୍ଠାନ ମଧ୍ୟରେ ଅନ୍ୟତମ ସଂସ୍ଥାର ପ୍ରବନ୍ଧନ ଉପରେ ଜନତାଙ୍କ ଭରସା ଅଛି କି ନା।

ରାଜ୍ୟ ସରକାରଙ୍କ ଏସଆଇଟି ଯାଞ୍ଚ ପାଇଁ ଯଥେଷ୍ଟ ନୁହେଁ
ଏହି ଆବେଦନରେ କୁହାଯାଇଛି ଯେ ମାମଲାର ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଏସଆଇଟି ଯଥେଷ୍ଟ ନୁହେଁ। ଏଥିରେ ତର୍କ ଦିଆଯାଇଛି ଯେ ଯେ ପର୍ଯ୍ୟନ୍ତ କୌଣସି ସାମ୍ବିଧାନିକ କୋର୍ଟଙ୍କ ଦେଖ ରେଖରେ ଯାଞ୍ଚ ନ ହୋଇଛି ସେ ପର୍ଯ୍ୟନ୍ତ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ତଦନ୍ତର ନିରପେକ୍ଷତା ନେଇ ସନ୍ଦେହରେ ରହି ପାରନ୍ତି। କୋଟିକୋଟି ଭକ୍ତଙ୍କ ଦାନ ସମ୍ପର୍କିତ ଅଭିଯୋଗ ସତ୍ତ୍ୱେ ଏ ପର୍ଯ୍ୟନ୍ତ କୌଣସି ଏତଲା ରୁଜୁ ନ ହେବା ସନ୍ଦେହ ସୃଷ୍ଟି କରିଛି । ଏଣୁ କୁହାଯାଇଛି ଯେ ସାଧାରଣ କ୍ରିମିନାଲ ଲ ପ୍ରୋସେସ ଆରମ୍ଭ ନ କରାଯିବା ଯୋଗୁ ଏପରି ଇମ୍ପ୍ରେସନ ହୋଇପାରେ ଯେ ଏହି ମାମଲାକୁ ସମ୍ଭାବିତ ଗୁରୁତର କ୍ରିମିନାଲ ବ୍ରିଚ୍ ଅଫ ଟ୍ରଷ୍ଟ ବଦଳେ ଏକ ସାଧାରଣ ପ୍ରଶାସନିକ ତ୍ରୁଟି ରୂପେ ଦେଖା ଯାଇ ପାରେ।

ସେହପରି ଜ୍ଞାପନରେ କୁହାଯାଇଛି ଯେ ‘କୋଟିକୋଟି ଭକ୍ତ ଦାନ ସମ୍ପର୍କିତ ଅଭିଯୋଗ ସତ୍ତ୍ୱେ ପ୍ରାରମ୍ଭରେ କୌଣସି ପ୍ରକାରର ଔପଚାରିକ ଅପରାଧିକ ତଦନ୍ତ କରା ନଯିବା ଏହି ମାମଲାର ସଂସ୍ଥାଗତ ପ୍ରତିକ୍ରିୟାକୁ ନେଇ ପ୍ରଶ୍ନ ଛିଡା କରିପାରେ’। ଏଥିରେ ସେହି ସବୁ ରିପୋର୍ଟର ମଧ୍ୟ ଉଲ୍ଲେଖ ରହିଛି ଯେଉଁଥିରେ ଦାନ ପ୍ରବନ୍ଧନ ସମ୍ପର୍କିତ କିଛି ଲୋକଙ୍କ ପାଖରେ ଏହାର ଜ୍ଞାତ ଆୟ ସ୍ରୋତରୁ ଅନେକ ଅଧିକ ସମ୍ପତ୍ତି ମିଳିଥିବାର ଅଭିଯୋଗ ହୋଇଛି। ଏହା ସହିତ ଏହା ବି ସ୍ପଷ୍ଟ କରାଯାଇଥିଲା ଯେ ଏପରି ଅଭିଯୋଗ ସଠିକ ଅଥବା ଭୁଲ ଏହା ଏକ ଉପଯୁକ୍ତ ଯାଞ୍ଚର ବିଷୟ।

ବିଚାରବିଭାଗୀୟ ହସ୍ତକ୍ଷେପ ଦାବି
ବିଚାରବିଭାଗୀୟ ହସ୍ତକ୍ଷେପ ଦାବି କରି ଏହି ଆବେଦନରେ ସୁପ୍ରିମକୋର୍ଟଙ୍କୁ ନିବେଦନ କରାଯାଇଛି ଯେ ସେ ତାଙ୍କ ଦେଖରେଖରେ ମାମଲାର ସିବିଆଇ ତଦନ୍ତ ଆଦେଶ ଦିଅନ୍ତୁ, ଦାନରେ ମିଳିଥିବା ପାଣ୍ଠିକୁ ସୁରକ୍ଷିତ ରଖିବାକୁ ଓ ଏହାର ସୁରକ୍ଷା ପାଇଁ ଏକ ପ୍ରଣାଳୀ ଗଠନ କରନ୍ତୁ ଓ ମନ୍ଦିରକୁ ମିଳୁଥିବା ଦାନ କଲେକ୍ସନ, ଆକାଉଣ୍ଟିଂ, କଷ୍ଟଡି, ମ୍ୟାନେଜମେଣ୍ଟ ଓ ବିତରଣ ସମ୍ପର୍କିତ ସବୁ ଦିଗର ଯାଞ୍ଚ ଆଦେଶ ଦିଅନ୍ତୁ। ଏଥିରେ କୁହାଯାଇଛି ଯେ ‘ଯେଉଁ ମାମଲାରେ ଇନଷ୍ଟିଟ୍ୟୁସନ ଉପରେ ଜନତାଙ୍କ ଭରସା ବାଜିରେ ଲାଗିଛି ,ସେଠାରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ବିଶ୍ୱାସ ସେତେବେଳେ ସ୍ଥାପିତ ଯେତେବେଳେ ତଦନ୍ତ ସମ୍ପୂର୍ଣ୍ଣ ସ୍ୱାଧୀନ, ବ୍ୟାପକ ଓ କୌଣସି ପ୍ରକାରର ପ୍ରଭାବ, ଚାପ ଅଥବା କନଫ୍ଲିକ୍ଟ ଅଫ ଇଣ୍ଟରେଷ୍ଟର ସମ୍ଭାବନାରୁ ମୁକ୍ତ ରହିବ’।