ନୂଆଦିଲ୍ଲୀ: ମହାକାଶରୁ ପୃଥିବୀର ଏକ ଆଶ୍ଚର୍ଯ୍ୟଜନକ ଏବଂ ମନମୁଗ୍ଧକର ଦୃଶ୍ୟ ସେୟାର କରିଛନ୍ତି ମହାକାଶଚାରୀ ଡନ୍ ପେଟିଟ୍ (Don Pettit)। ମହାକାଶରୁ ଦୃଶ୍ୟମାନ ହେଉଥିବା ସବୁଜ ରଙ୍ଗର ନାଚୁଥିବା ନର୍ଦ୍ଦନ୍ ଲାଇଟ୍ସ କିମ୍ବା ଅରୋରା (Auroras) ର ଏକ ସୁନ୍ଦର ଭିଡିଓ ସେ ସୋସିଆଲ ମିଡିଆ 'X' ରେ ପୋଷ୍ଟ କରିଛନ୍ତି।

ଏହି ଅବିଶ୍ୱସନୀୟ ଦୃଶ୍ୟକୁ ବର୍ଣ୍ଣନା କରି ସେ ଲେଖିଛନ୍ତି, ‘ନାଚୁଥିବା ସବୁଜ ଅରୋରା ଉପରେ କକ୍ଷପଥରେ ଭ୍ରମଣ! ଏଭଳି ମୁହୂର୍ତ୍ତଗୁଡ଼ିକ ମହାକାଶ ଯାତ୍ରାର ସବୁଠାରୁ ଆଶ୍ଚର୍ଯ୍ୟଜନକ ଅନୁଭୂତି ।’ପୃଥିବୀ ପୃଷ୍ଠରୁ ଆକାଶରେ ରଙ୍ଗବେରଙ୍ଗର ଆଲୋକମାଳା ଦେଖିବା ଯେତିକି ମନୋରମ, ମହାକାଶରୁ ଏହାକୁ ଦେଖିବାର ଅନୁଭବ ତା'ଠାରୁ  ଅଲଗା।

ଭିଡିଓରେ ସବୁଜ ଆଲୋକର ଲହରୀ ପୃଥିବୀର ବାୟୁମଣ୍ଡଳ ଉପରେ ଖେଳିବୁଲୁଥିବାର ଦେଖିବାକୁ ମିଳୁଛି।
ମହାକାଶଚାରୀମାନେ ପୃଥିବୀଠାରୁ ଶହ ଶହ କିଲୋମିଟର ଉଚ୍ଚରେ ଥାଇ ଅନ୍ଧକାର ମହାକାଶ ମଧ୍ୟରେ ଏହି ଚମତ୍କାର ଆଲୋକମାଳାକୁ ଦେଖିଥାନ୍ତି। ଡନ୍ ପେଟିଟଙ୍କ ଏହି ପୋଷ୍ଟ ପୃଥିବୀର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ମହାକାଶ ଯାତ୍ରାର ଅନନ୍ୟ ଅନୁଭୂତିକୁ ପୁଣି ଥରେ ଦର୍ଶକଙ୍କ ସାମ୍ନାକୁ ଆଣିଛି।