ନିଶିନି: ଇଶାନ କିଶନଙ୍କ ଦମଦାର ବ୍ୟାଟିଂ ପରେ ବୋଲରଙ୍କ ଘାତକ ବୋଲିଂ। ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ୍ ଇଭେଣ୍ଟରେ ଭାରତୀୟ ଦଳ ସେମି ଫାଇନାଲରେ ଶ୍ରୀଲଙ୍କାକୁ ଶୋଚନୀୟ ଭାବେ ୧୨୪ ରନରେ ହରାଇ ଫାଇନାଲରେ ପ୍ରବେଶ କରିଛି। ଏବେ ଅକ୍ଟୋବର ୩ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଫାଇନାଲ୍ ଅର୍ଥାତ ସ୍ଵର୍ଣ୍ଣ ପଦକ ମ୍ୟାଚ୍ ଖେଳାଯିବ। ଏହି ମୁକାବିଲା ଭାରତୀୟ ସମୟ ସକାଳ ୧୦ଟାରେ ଆରମ୍ଭ ହେବ। ଭାରତ ପ୍ରଥମେ ବ୍ୟାଟିଂ କରି ଇଶାନ କିଶନଙ୍କ ଅପରାଜିତ ୮୦ ରନ ବଳରେ ୭ ଓ୍ଵିକେଟ୍ ହରାଇ ୧୬୯ ରନ କରିଥିଲା। ଜବାବରେ ଶ୍ରୀଲଙ୍କା ଭାରତୀୟ ବୋଲରଙ୍କ ଘାତକ ବୋଲିଂର ସାମ୍ନା କରି ନ ପାରି ୯.୫ ଓଭରରେ ମାତ୍ର ୪୫ ରନରେ ଅଲଆଉଟ୍ ହୋଇଛି। ବୋଲିଂରେ ଭାରତ ପକ୍ଷରୁ ଯଶପ୍ରୀତ ବୁମରା, ଅକ୍ଷର ପଟେଲ୍ ଏବଂ ଅଭିଷେକ ଶର୍ମା ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି

ଭାରତ ଦ୍ଵାରା ଧାର୍ଯ୍ୟ ୧୭୦ ରନର ବିଜୟ ଲକ୍ଷ୍ୟ ପିଛା କରିବାକୁ କ୍ରିଜକୁ ଓହ୍ଲାଇଥିବା ଶ୍ରୀଲଙ୍କା ଏମିତି ବ୍ୟାଟିଂ ବିପର୍ଯ୍ୟୟର ଶିକାର ହେବ ବୋଲି ଭାବି ପାରି ନ ଥିଲା। ଦଳର କୌଣସି ବ୍ୟାଟରଙ୍କ ପାଖରେ ଭାରତୀୟ ବୋଲରଙ୍କ ମୁକାବିଲା କରିବାର ଜବାବ ନ ଥିଲା। ଦଳର ସ୍କୋର ଖୋଲିବା ପୂର୍ବରୁ ଦୁଇ ଜଣ ବ୍ୟାଟର ପାଭିଲିୟନ ଫେରିଥିଲେ। ସ୍ଥିତି ଏମିତି ଯେ, ଶ୍ରୀଲଙ୍କାର ୬ ଜଣ ବ୍ୟାଟର ଖାତା ଖୋଲି ପାରି ନ ଥିଲେ। ନୁଓ୍ଵାନ୍ଦି ଫର୍ଣ୍ଣାଡୋ(୧୫ ରନ) ଏକମାତ୍ର ବ୍ୟାଟର ଭାବେ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ।

Also Read: ଦିନିକିଆରେ ଶୁଭମନ୍ ଗିଲଙ୍କ ଦ୍ୱିତୀୟ ଦ୍ୱିଶତକ, ରୋହିତଙ୍କ ପରେ ଏପରି କରିବାରେ ଦ୍ୱିତୀୟ ବ୍ୟାଟର

୧୮ ରନରେ ଦଳ ଅଧା ଓ୍ଵିକେଟ୍ ହରାଇଥିବା ବେଳେ ୯.୫ ଓଭରରେ ପୂରା ଶ୍ରୀଲଙ୍କା ଟିମ୍ ୪୫ ରନରେ ଅଲଆଉଟ୍ ହୋଇଛି। ଭାରତ ମ୍ୟାଚକୁ ସହଜରେ ୧୨୪ ରନରେ ଜିତି ଫାଇନାଲରେ ପ୍ରବେଶ କରିଛି। ଏବେ ଗୋଲ୍ଡ ମୁକାବିଲାରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ଭାରତ ଓ ପାକିସ୍ତାନ। ବୋଲିଂରେ ଭାରତ ପକ୍ଷରୁ ଯଶପ୍ରୀତ ବୁମରା, ଅକ୍ଷର ପଟେଲ୍ ଏବଂ ଅଭିଷେକ ଶର୍ମା ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

ଭାରତ ଇନିଂସ

ନିଶିନର କୋରୋଗୀ ସ୍ପୋର୍ଟସ୍ ପାର୍କରେ ଖେଳା ଯାଉଥିବା ଏହି ମ୍ୟାଚରେ ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ପିଚ୍ କଠିନ ରହିଥିବାରୁ ଭାରତୀୟ ଶୀର୍ଷକ୍ରମର ବ୍ୟାଟର ମଇଦାନରେ ତିଷ୍ଠି ପାରି ନ ଥିଲେ। ଓପନର୍ ଅଭିଷେକ ଶର୍ମା (୦୭), ସଞ୍ଜୁ ସାମସନ (୦୭), ଅକ୍ଷର ପଟେଲ (୦୮), ତିଲକ ବର୍ମା (୦୨), ଶିବମ ଦୁବେ (୦୩) ଏବଂ ଅଧିନାୟକ ଶ୍ରେୟସ ଆୟର (୧୩) ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ। ମାତ୍ର ୫୯ ରନ ମଧ୍ୟରେ ଦଳ ନିଜର ପ୍ରମୁଖ ୩ଟି ଓ୍ବିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା।

Also Read: ପ୍ରଜ୍ଞାନ ଓଝା ନୂଆ ସିଲେକ୍ଟର ! ଅଗରକରଙ୍କ ପରେ ସମ୍ଭାଳି ପାରନ୍ତି ଦାୟିତ୍ୱ

ଏଭଳି କଠିନ ସମୟରେ ପାଞ୍ଚ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଇଶାନ କିଶନ ଦଳର ଇନିଂସକୁ ସମ୍ଭାଳିଥିଲେ। ଇଶାନ ମାତ୍ର ୪୫ ବଲ୍ରୁ ୪ଟି ଚୌକା ଏବଂ ୫ଟି ଚମତ୍କାର ଛକା ସହାୟତାରେ ଅପରାଜିତ ୮୦ ରନ୍ର ବିସ୍ଫୋରକ ଇନିଂସ ଖେଳିଥିଲେ। ତାଙ୍କ ବ୍ୟତୀତ ଯୁବ ଓପନର୍ ବୈଭବ ସୂର୍ଯ୍ୟବଂଶୀ ୨୧ ବଲ୍ରୁ ୬ଟି ଚୌକା ଓ ୨ଟି ଛକା ବଳରେ ୩୮ ରନ୍ର ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିଲେ। ଯଦି ଇଶାନ ଏହିଭଳି ଦୃଢ଼ ବ୍ୟାଟିଂ କରି ନଥା’ନ୍ତେ, ତେବେ ଭାରତ ପାଇଁ ୧୦୦ ରନ୍ ଅତିକ୍ରମ କରିବା ମଧ୍ୟ କଷ୍ଟକର ହୋଇପଡ଼ିଥାନ୍ତା। ଶ୍ରୀଲଙ୍କା ପକ୍ଷରୁ ଅଧିନାୟକ ସହାନ ଅରାଚ୍ଚିଗେ ଏବଂ ଥରିନ୍ଦୁ ରତ୍ନାୟକେ ପ୍ରଭାବଶାଳୀ ବୋଲିଂ କରି ସର୍ବାଧିକ ୨ଟି ଲେଖାଏଁ ଓ୍ବିକେଟ୍ ଅକ୍ତିଆର କରିଥିଲେ।