ସମ୍ବଲପୁର ୧୭।୦୫: ସମ୍ବଲପୁରରେ ପୁଣି ଏନ୍‌କାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ମନିଷ ସାହୁଙ୍କୁ ଏନ୍‌କାଉଣ୍ଟର କରିଛି ପୋଲିସ । ସମ୍ବଲପୁର ବୁର୍ଲା ଥାନା ଫିସରୀ ଛକ ନିକଟରେ ଏନକାଉଣ୍ଟର କରିଛି ପୋଲିସ ।

ଖବର ଅନୁଯାୟୀ, ସମ୍ବଲପୁର ବୁର୍ଲା ଫିସରୀ ଛକରେ ଦୁର୍ଦ୍ଦାନ୍ତ ଅପରାଧୀ ମନୀଷକୁ ପୋଲିସର ଏନକାଉଣ୍ଟର । ଅଭିଯୁକ୍ତର ଡାହାଣ ପାଦରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାକୁ ଭୀମସାର ମେଡିକାଲରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ମନୀଷ ପ୍ରଥମେ ପୋଲିସ ଦଳ ଉପରକୁ ୩ ରାଉଣ୍ଡ ଗୁଳି ଚାଳନା କରିଥିଲା। ଜବାବରେ ପୋଲିସ ପକ୍ଷରୁ ଦୁଇ ରାଉଣ୍ଡ ନିୟନ୍ତ୍ରିତ ଗୁଳିଚାଳନା କରାଯାଇଥିଲା। ଏଥିରେ ଅଭିଯୁକ୍ତଙ୍କ ଡାହାଣ ପାଦରେ ଗୁଳି ବାଜିଥିଲା।

Also Read:-Horoscope Today : ମେ'୧୭ ତାରିଖ, ରବିବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ତେବେ ଅଭିଯୁକ୍ତ ମନୀଷ ନାଁରେ ଡକାୟତି, ଆର୍ମସ୍ ଆକ୍ଟ ଏବଂ କୋରେକ୍ସ ସମ୍ବନ୍ଧୀୟ ଅପରାଧ ସମେତ ୧୪ରୁ ଅଧିକ ଅପରାଧିକ ମାମଲା ରହିଛି | ଏହି ଘଟଣାରେ ମନୀଷର ତିନିଜଣ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଛି। ଏମାନଙ୍କ ଠାରୁ ଗୋଟିଏ ପିସ୍ତଲ, ଗୁଳି, ଗୋଟିଏ କାର, ୫ଟି ମୋବାଇଲ ଫୋନ ଏବଂ ୧୦ଟି କାର୍ଟୁନ କୋରେକ୍ସ ଜବତ କରିଛି ପୋଲିସ।