କୋଇଡ଼ା: ଗୋଟିଏ ପଟେ ରାଜ୍ୟର ବିଭିନ୍ନ ସ୍ଥାନରୁ ଶହ ଶହ ଅଙ୍ଗନବାଡି କର୍ମଚାରୀ ଓ ସହାୟିକା ନିଜ ଦାବି ନେଇ ଭୁବନେଶ୍ବର ଯାଇଥିବାବେଳେ, ବ୍ଲକ ସ୍ତରରେ ବି ଜାରି ରହିଛି ବିକ୍ଷୋଭ ପ୍ରତିବାଦ । ଏହି କ୍ରମରେ ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ସିଡିପିଓଙ୍କ କାର୍ଯ୍ୟାଳୟ ଆଗରେ ଶତାଧିକ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ଦାବି ନେଇ ପ୍ରତିବାଦ କରିଛନ୍ତି ।

ସ୍ଥାୟୀ ନିଯୁକ୍ତି, ପାରିଶ୍ରମିକ ବୃଦ୍ଧି ଓ ଗ୍ରାଚୁଇଟି ପ୍ରଦାନ ଦାବି ପୂରଣ ନହେଲେ ଆନ୍ଦୋଳନ ତୀବ୍ର କରିବାକୁ କର୍ମୀମାନେ ଚେତାବନୀ ଦେଇଛନ୍ତି । ଦାବି ପୂରଣ ନହେଲେ ଆନ୍ଦୋଳନକୁ ଆଗକୁ ଆହୁରି ତୀବ୍ର କରାଯିବ ବୋଲି ଚେତାବନୀ ଦେଇଛନ୍ତି କର୍ମୀ ଓ ସହାୟିକା । ଏବେ ସରକାର ଏହି ଦାବି ଉପରେ କି ପଦକ୍ଷେପ ନେଉଛନ୍ତି ତା ଉପରେ ନଜର ।

Also Read: ଅସୁସ୍ଥ ପିଲା ପାଇଁ ମିଳିଲାନି ଛୁଟି, ଥାନାରେ କାନ୍ଦିଲେ ମହିଳା କନଷ୍ଟେବଲ​​​​​​​