ନୂଆଦିଲ୍ଲୀ: ଦକ୍ଷିଣ ଆମେରିକୀୟ ଦେଶ କଲମ୍ବିଆର ମାଗଡାଲେନା ନଦୀ ଉପତ୍ୟକାରେ ରହୁଥିବା ୮୦ ଟି ଜଳହସ୍ତୀଙ୍କୁ ହତ୍ୟା କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ଏହି ଖବର ସାମ୍ନାକୁ ଆସିବା ପରେ ସେମାନଙ୍କ ଜୀବନ ବଞ୍ଚାଇବା ପାଇଁ ଆଗେଇ ଆସିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏବଂ ବିଶ୍ୱର ସର୍ବବୃହତ ବନ୍ୟପ୍ରାଣୀ ଉଦ୍ଧାର ଏବଂ ସଂରକ୍ଷଣ କେନ୍ଦ୍ର ମଧ୍ୟରୁ ଗୋଟିଏ, ବନ୍ତରାର ପ୍ରତିଷ୍ଠାତା ଅନନ୍ତ ମୁକେଶ ଅମ୍ବାନୀ।

ଏହି ଜଳହସ୍ତୀଙ୍କ ଜୀବନ ରକ୍ଷା କରିବାକୁ କଲମ୍ବିଆ ସରକାରଙ୍କୁ ଆନୁଷ୍ଠାନିକ ଭାବରେ ସେ ଅନୁରୋଧ କରିଛନ୍ତି। କେବଳ ସେତିକି ନୁହେଁ, ସେ ଏକ ମାନବୀୟ ବିକଳ୍ପ ପ୍ରସ୍ତାବ ମଧ୍ୟ ଦେଇଛନ୍ତି। କଲୋମ୍ବିଆ ସରକାର ଚାହିଁଲେ ସେହି ପ୍ରାଣୀମାନଙ୍କୁ ସୁରକ୍ଷିତ ଏବଂ ବୈଜ୍ଞାନିକ ଭାବରେ ଗୁଜରାଟର ଜାମନଗରରେ ଅବସ୍ଥିତ ବନ୍ତାରାକୁ ଅଣାଯାଇପାରିବ। ଏବଂ ସେଠାରେ ସେମାନେ ଏକ ସ୍ଥାୟୀ ଭାବେ ରଖାଯାଇପାରିବ ବୋଲି ଅନନ୍ତ ଅମ୍ବାନୀ ପରାମର୍ଶ ଦେଇଛନ୍ତି।

କଲମ୍ବିଆର ପରିବେଶ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅନନ୍ତ ଅମ୍ବାନୀ

ଏନେଇ ଅନନ୍ତ ଅମ୍ବାନୀ କଲମ୍ବିଆର ପରିବେଶ ମନ୍ତ୍ରୀ ଇରେନ୍ ଭେଲେଜ୍ ଟୋରେସଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଜଳହସ୍ତୀମାନଙ୍କୁ କଲମ୍ବିଆ କର୍ତ୍ତୃପକ୍ଷଙ୍କ ତଦାରଖ କରିପାରିବେ ଓ ପ୍ରଶାସନିକ ଅନୁମୋଦନ ପାଇଁ ବନ୍ତାରା ସମ୍ପୂର୍ଣ୍ଣ ସହଯୋଗ କରିବ ବୋଲି ଅନନ୍ତ ଅମ୍ବାନୀ ପ୍ରତିଶ୍ରୁତି ଦେଇଛନ୍ତି। ଏହି ପ୍ରସ୍ତାବ ଅନନ୍ତ ଅମ୍ବାନୀଙ୍କ ପ୍ରାଣୀ କଲ୍ୟାଣ ପ୍ରତି ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ତାଙ୍କର ପ୍ରାଣୀ ପ୍ରେମ ପାଇଁ ଅନନ୍ତଙ୍କୁ ସମ୍ପ୍ରତି ଗ୍ଲୋବାଲ୍ ହ୍ୟୁମାନ୍ ଆୱାର୍ଡ ସମ୍ମାନିତ କରାଯାଇଛି। ସେ ଏହି ସମ୍ମାନଜନକ ସମ୍ମାନ ପାଇବାରେ ସବୁଠାରୁ କମ୍ ବୟସ୍କ ବ୍ୟକ୍ତି ଏବଂ ପ୍ରଥମ ଏସୀୟ ବ୍ୟକ୍ତି ହୋଇପାରିଛନ୍ତି।

କେମିତି ଏସବୁ ହେବ,ପୂରା ଯୋଜନା ବତାଇଲେ ଅନନ୍ତ ଅମ୍ବାନୀ

ଅନନ୍ତ ଅମ୍ବାନୀ କହିଛନ୍ତି, "ଏହି ୮୦ ଟି ଜଳହସ୍ତୀ ସମ୍ବେଦନଶୀଳ ପ୍ରାଣୀ, ଏମାନେ ପରିବର୍ତ୍ତିତ ପରିସ୍ଥିତିର ଶିକାର ହୋଇଛନ୍ତି। ଯଦି ଆମେ ସେମାନଙ୍କୁ ସୁରକ୍ଷିତ ଏବଂ ମାନବିକ ଭାବରେ ଉଦ୍ଧାର କରିବାର କ୍ଷମତା ରଖୁଛୁ, ତେବେ ସମସ୍ତ ସମ୍ଭବ ପ୍ରୟାଶ କରିବା ଆମର ଦାୟିତ୍ୱ।" ଏହି ଚିଠିରେ ବନ୍ତାରା ପକ୍ଷରୁ କଲମ୍ବିଆ କର୍ତ୍ତୃପକ୍ଷଙ୍କୁ ଏକ ବିସ୍ତୃତ ଯୋଜନା ଦିଆଯାଇଛି। ଯେଉଁଥିରେ ପଶୁଚିକିତ୍ସା ବିଶେଷଜ୍ଞଙ୍କ ଏକ ଦଳ, ସୁରକ୍ଷିତ ପରିବହନ ବ୍ୟବସ୍ଥା, ଜୈବ ସୁରକ୍ଷା ପ୍ରୋଟୋକଲ ଏବଂ ସେମାନଙ୍କର ପ୍ରାକୃତିକ ପରିବେଶ ସହିତ ସମାନ ବାସସ୍ଥାନ ସୁବିଧା ପ୍ରଦାନ କରାଯିବ ବୋଲି କୁହାଯାଉଛି।

Also Read-  Hardoi News: ‘ୟୁ ସଟ୍ଅପ..ଗେଟ୍ ଲଷ୍ଟ’ କହିଥିବା ପ୍ରିନ୍ସିପାଲ ହାତଯୋଡି ମାଗିଲେ ଭୁଲ ; ମାମଲା ରୁଜୁ ପରେ ସ୍କୁଲ୍‌ର ମାନ୍ୟତା ରଦ୍ଦ କରିବାକୁ ନୋଟିସ୍

ବନ୍ତାରା ପାଖରେ ବିଶେଷଜ୍ଞତା ଏବଂ ଭିତ୍ତିଭୂମି ଅଛି

ଅନନ୍ତ ଅମ୍ବାନୀ ଆହୁରି କହିଛନ୍ତି, "କରୁଣା ଏବଂ ପ୍ରାଣୀ ଜୀବନର ସୁରକ୍ଷା ପରସ୍ପର ଭିନ୍ନ ନୁହେଁ। ସଠିକ୍ ବୈଜ୍ଞାନିକ ଆଭିମୁଖ୍ୟ ଏବଂ ଯୋଜନା ସହିତ, ସମ୍ପ୍ରଦାୟ ଏବଂ ପ୍ରକୃତିକୁ ସୁରକ୍ଷା ଦେବା ସହିତ ପ୍ରାଣୀମାନଙ୍କୁ ରକ୍ଷା କରିବା ସମ୍ଭବ। ଏହି କାର୍ଯ୍ୟକୁ ସଫଳ କରିବା ପାଇଁ ବନ୍ତାରାର ବିଶେଷଜ୍ଞତା ଏବଂ ଭିତ୍ତିଭୂମି ଅଛି।"

ସମ୍ପୂର୍ଣ୍ଣ ବିଚାର ନହେବା ପର୍ଯ୍ୟନ୍ତ ପ୍ରାଣୀମାନଙ୍କୁ ହତ୍ୟା କରିବାର ନିଷ୍ପତ୍ତିକୁ ସ୍ଥଗିତ ରଖିବାକୁ ଆବେଦନ

ବନ୍ତାରା ପକ୍ଷରୁ ଦିଆଯାଇଥିବା ବୈକଳ୍ପିକ ଅନୁରୋଧ ବିଷଯରେ ସମ୍ପୂର୍ଣ୍ଣ ବିଚାର ନହେବା ପର୍ଯ୍ୟନ୍ତ ଏହି ଜଳହସ୍ତୀମାନଙ୍କୁ ହତ୍ୟା କରିବାର ନିଷ୍ପତ୍ତିକୁ ସ୍ଥଗିତ ରଖାିବାକୁ ଅନନ୍ତ ଅମ୍ବାନୀ କୋଲୋମ୍ବିଆ ସରକାରଙ୍କୁ ଚିଠି ଲେକିଛନ୍ତି। ଏହା ବ୍ୟତୀତ, କଲମ୍ବିଆ କର୍ତ୍ତୃପକ୍ଷଙ୍କ ସହିତ ସିଧାସଳଖ ସମ୍ପର୍କ ସ୍ଥାପନ କରିବାକୁ ଏବଂ ଏକ ବିସ୍ତୃତ ବୈଜ୍ଞାନିକ, କାର୍ଯ୍ୟକ୍ଷମ ଏବଂ କଲ୍ୟାଣକାରୀ ପ୍ରସ୍ତାବ ଉପସ୍ଥାପନ କରିବାକୁ ବନ୍ତାରା ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ଅନନ୍ତ ଅମ୍ବାନୀ ଚିଠିରେ ଲେଖିଛନ୍ତି।