ସୋର ୧୧।୦୯ : ଆମ୍ବୁଲାନ୍ସ ବି ଦେଲା ଧୋକ୍କା । ରୋଗୀଙ୍କୁ ସଠିକ୍ ସମୟରେ ମେଡିକାଲ ନେବା ପାଇଁ ସରକାର ଆମ୍ବୁଲାନ୍ସର ବ୍ୟବସ୍ଥା କରିଛନ୍ତି । ହେଲେ ସେହି ଆମ୍ବୁଲାନ୍ସ ଏବେ ହୋଇଛି ଖରାପ । ଯାହାଫଳରେ ଅଧାରାସ୍ତାରେ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଯାଇଛି । ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅଞ୍ଚଳରୁ ଆସିଛି ଏପରି ଘଟଣା ।

ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ତୋରାଣିପଦା ଗାଁରେ ଭାଗବତ ସାହୁ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ । ଏହାପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ମେଡିକାଲକୁ ପଠାଯାଉଥିଲା । ହେଲେ ଜଲଙ୍ଗ ଛକ ନିକଟରେ ଆମ୍ବୁଲାନ୍ସ ଖରାପ ହୋଇଯାଇଥିଲା । ଦୀର୍ଘ ସମୟ ଧରି ଅଧାରାସ୍ତାରେ ଅଟକି ରହିଥିଲା ଆମ୍ବୁଲାନ୍ସ । ଯାହାଫଳରେ ଗାଡ଼ିରେ ଥିବା ଗୁରୁତର ରୋଗୀଙ୍କର ମୃତ୍ୟୁ ହୋଇଯାଇଛି ।

Also Read:-ପ୍ରେମ ପାଇଁ ଘର ଛାଡ଼ିଥିଲେ, ଏବେ ଜୀବନ ହାରିବାକୁ ବି ପଛାଇଲେନି

ତତେବେ ଏଠି ପ୍ରଶ୍ନ ଉଠୁଛି । ଯେଉଁ ଆମ୍ବୁଲାନ୍ସ ଲୋକଙ୍କୁ ଠିକ୍ ସମୟରେ ମେଡିକାଲରେ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଇଛି । ଆଜି ସେହି ଆମ୍ବୁଲାନ୍ସ ଅଧାରାସ୍ତାରେ ହୋଇଯାଇଛି ଖରାପ । ଏ ଦାୟିତ୍ୱ ହୀନତା ନା ଆଉ କିଛି ।