ପାଟଣାଗଡ଼: ମଦ୍ୟପ ଯୁବକଙ୍କ ଉନ୍ମତ୍ତକାଣ୍ଡ। ମଦ ପିଇବା ପାଇଁ ଟଙ୍କା ନଦେବାରୁ ସମ୍ପର୍କୀୟ ଭାଉଜକୁ ଗୁଳି କରି ହତ୍ୟା ଉଦ୍ୟମ। ଅବଶ୍ୟ ସୌଭାଗ୍ୟବସତଃ ମହିଳାଙ୍କ ସ୍ୱାମୀ ଓ ଗ୍ରାମର ଅନ୍ୟଜଣେ ବ୍ୟକ୍ତି ଗୁଳିମାଡ଼କୁ ରୋକିବାରେ ସଫଳ ହୋଇଛନ୍ତି। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ବର୍ତିଆ ଗ୍ରାମରେ।

ସୂଚନା ମୁତାବକ, ବର୍ତିଆ ଗ୍ରାମର ଉଜ୍ୱଳ ନାଗ ମଦପିଇ ଆସି ସମ୍ପର୍କୀୟ ଭାଉଜଙ୍କୁ ମଦପିଇବା ପାଇଁ ଟଙ୍କା ମାଗିଥିଲେ। ମହିଳାଜଣଙ୍କ ଟଙ୍କା ଦେବାପାଇଁ ମନା କରିବାରୁ ତାଙ୍କୁ ଗୁଳି କରିବାକୁ ଉଦ୍ୟମ କରିଥିଲେ। ହେଲେ ଏହି ସମୟରେ ମହିଳାଙ୍କ ସ୍ୱାମୀ ଓ ଅନ୍ୟଜଣେ ବ୍ୟକ୍ତି ପହଞ୍ଚି ବନ୍ଧୁକ ଛଡ଼ାଇ ଉଦ୍ଧାର କରିଥିଲେ। ତେବେ ଏନେଇ ମହିଳାଙ୍କ ସ୍ୱାମୀ ଲାଠୋର ଥାନାରେ ଅଭିଯୋଗ କରିଥିବା ବେଳେ, ତଦନ୍ତକରି ଲାଠୋର ପୋଲିସ ଅଭିଯୁକ୍ତ ଉଜ୍ୱଳ ନାଗକୁ ଗିରଫକରି କୋର୍ଟ ଚାଲାଣ କରିଛି।