ଭୁବନେଶ୍ବର ୩୦।୭: ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି । ବନ୍ୟା ପ୍ରଭାବରେ ୫ ଜିଲ୍ଲାର ୫ ଲକ୍ଷ ୮୭ ହଜାର ୮୨୨ ଲୋକ ପ୍ରଭାବିତ ହୋଇଛନ୍ତି । ୧ ଲକ୍ଷ ୭୬ ହଜାର ୭୩ ଜଣଙ୍କୁ ସ୍ଥାନାନ୍ତର କରାଗଲାଣି । ବନ୍ୟାରେ ୩ ଜଣଙ୍କର ମୃତ୍ୟୁ ନେଇ ସୂଚନା ମିଳିଛି । ମହାନଦୀ ପାଇଁ କଟକ ଏବଂ ଜଗତସିଂହପୁରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ତେବେ ବନ୍ୟା ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ପଦକ୍ଷେପ ଗ୍ରହଣ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ଆସନ୍ତା ୩୧ ତାରିଖ ଯାଏଁ ସମସ୍ତ ସ୍କୁଲ୍ ଛୁଟି ଘୋଷଣା କରାଯାଇଛି । ଏ ନେଇ ଜିଲ୍ଲାର ସମସ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଜିଲ୍ଲାପାଳଙ୍କ ପକ୍ଷରୁ ଚିଠି କରାଯାଇଛି । ଅଗଷ୍ଟ ୧ ତାରିଖରେ ସ୍କୁଲ୍ ଖୋଲିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ରହିଛି ।

Also Read:- ବନ୍ୟା ସ୍ଥିତି ନେଇ ଜିଲ୍ଲାପାଳଙ୍କ ସହ କଥାହେଲେ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ, ଗସ୍ତ କରିବେ ବନ୍ୟା ପ୍ରଭାବିତ ଅଞ୍ଚଳ

ଏହି ସମୟରେ ଶିକ୍ଷକ ମାନେ ସ୍କୁଲରେ ଉପସ୍ଥିତ ରହିବା ପାଇଁ କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଛି । ଆଗାମୀ ୪ ଦିନ ଯାଏଁ ଛୁଟି ବାତିଲ କରାଯାଇଛି । ସ୍କୁଲ ଗୃହ ଏବଂ ଅନ୍ୟ ଆନୁସଙ୍ଗୀକ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ରହିଛି । ୨୪ଘଣ୍ଟିଆ ସ୍କୁଲ ଖୋଲା ରହିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।