ଲକ୍ଷ୍ନୌ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ଆୟୋଗ ୨୪ ପ୍ରଗଣାରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। କେବଳ କେନ୍ଦ୍ରୀୟ ସୁରକ୍ଷା ବଳ ନୁହେଁ ଏଥର ଯୋଗୀ ସରକାରଙ୍କ ତଥାକଥିତ ‘ଏନକାଉଣ୍ଟର’ ବିଶେଷଜ୍ଞ ତଥା ବିବାଦୀୟ ଆଇପିଏସ ଅଫିସର ଅଜୟ ପାଲ ଶର୍ମାଙ୍କୁ ନିର୍ବାଚନରେ ଅବଜର୍ଭର ଭାବେ ମୁତୟନ କରାଯାଇଛି। ଅଜୟ ପାଲ ବେଙ୍ଗଲ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଦକ୍ଷିଣ ୨୪ ପ୍ରଗଣାର ପୋଲିସ ଅବଜର୍ଭର ଭାବେ ମୁତୟନ ହୋଇଛନ୍ତି। ଅଜୟ ପାଲଙ୍କୁ ୟୁପି ପୋଲିସରେ ‘ସିଂଘମ’ ବୋଲି କୁହାଯାଉଛି ଓ ସେ ମୁଖମନ୍ତ୍ରୀ ଯୋଗୀଙ୍କ ଅତ୍ୟନ୍ତ ବିଶ୍ୱସ୍ଥ। ଏବେ ପଶ୍ଚିମବଙ୍ଗ ନିର୍ବାଚନରେ ତାଙ୍କର ମୁତୟନ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଅଜୟ ପାଲଙ୍କ ମୁତୟନକୁ ନେଇ ସମାଜବାଦୀ ପାର୍ଟି (ସପା) ନେତା ଅଖିଳେଶ ଯାଦବ ନିର୍ବାଚନ ଆୟୋଗଙ୍କ ଉପରେ ଅଙ୍ଗୁଳି ଉଠାଇଛନ୍ତି। ସେ କହିଛନ୍ତି ବିଜେପି ପଶ୍ଚିମବଙ୍ଗକୁ ରାମପୁର ଓ ସମ୍ଭଲରେ ଟେଷ୍ଟ ହୋଇଥିବା ତାଙ୍କ ଏଜେଣ୍ଟକୁ ପୋଲିସ ଅବଜର୍ଭର କରି ଆଣିଛି। ହେଲେ ଏଥିରୁ କିଛି ମିଳିବାର ନାହିଁ ‘ଦିଦି ଅଛନ୍ତି ଓ ଦିଦି ହିଁ ରହିବେ!’ଅଖିଳେଶ କହିଛନ୍ତି ଯେ ଏମାନେ ସବୁ ଅଧିକାରୀ ରୂପରେ ଅନରେଜିଷ୍ଟର୍ଡ ଲୋକଙ୍କ ଅନରେଜିଷ୍ଟର୍ଡ ଅଣ୍ଡରଗ୍ରାଉଣ୍ଡ ସଦସ୍ୟ। ଆମେ ସେମାନଙ୍କୁ ନା ପଳୟାନ କରିବାକୁ ଦେବୁ ନା ଭୂମିଗତ ହେବାକୁ ଦେବୁ। ଏମାନଙ୍କୁ ଖୋଜିକି ଅଣାଯିବ।

ଅଜୟ ପାଲଙ୍କ ଉପରେ ପ୍ରଶ୍ନ ଉଠାଇଛି ଟିଏମସି
ତେବେ କେବଳ ଅଖିଳେଶ ନୁହନ୍ତି ପଶ୍ଚିମବଙ୍ଗ ତୃଣମୂଳ କଂଗ୍ରେସ (ଟିଏମସି) ମଧ୍ୟ ଆଇପିଏସ୍ ଅଜୟ ପାଲ ଶର୍ମାଙ୍କୁ ନେଇ ପ୍ରଶ୍ନ ଉଠାଇଛି। ଏ ନେଇ ଟିଏମସି ଏକ୍ସରେ ପୋଷ୍ଟ କରିଥିବା ବେଳେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ଶାସିତ ରାଜ୍ୟର ଆଇପିଏସ ଅଫିସରଙ୍କୁ ଆଣି ପୋଲିସ ଅବଜର୍ଭର ନିଯୁକ୍ତ କରିବା ନେଇ ପ୍ରଶ୍ନ ଉଠାଇଛି। ଅଜୟ ପାଲଙ୍କୁ ନିର୍ବାଚନ ଆୟୋଗ ଦକ୍ଷିଣ ୨୪ ପ୍ରଗଣା ପାଇଁ ନିର୍ବାଚନ ଅବଜର୍ଭର ନିଯୁକ୍ତ କରିଛନ୍ତି। ଇଏ ସେହି ଅଫିସର ଯାହାଙ୍କୁ ୟୁପିରେ ଯୋଗୀଙ୍କ ଏନକାଉଣ୍ଟର ସ୍ପେଶାଲିଷ୍ଟ କୁହାଯାଏ। ଅଜୟପାଲ ଜଣେ ବଦନାମ ଅଫିସର ଓ ତାଙ୍କ ଟ୍ରାକ୍ ରେକର୍ଡ ମଧ୍ୟ ଖରାପ। ଯୋଗୀ ସରକାର ତାଙ୍କୁ ଏସପି ଭାବେ ରାମପୁର ପଠାଇଥିଲେ। ସେଠାରେ ସେ ସପା ନେତା ଆଜମ ଖାଁଙ୍କୁ ହଇରାଣ କରିଥିଲେ।

ଅଜୟପାଲଙ୍କ ଖରାପ ଟ୍ରାକ୍ ରେକର୍ଡ
ଜାନୁୟାରୀ ୨୦୨୦ରେ ଅଜୟ ପାଲଙ୍କୁ ରାମପୁରରୁ ଉନ୍ନାଓ ପୋଲିସ୍ ଟ୍ରେନିଂ ସେଣ୍ଟର ଟ୍ରାନ୍ସଫର କରାଯାଇଥିଲା। କ୍ୟାସ୍-ଫର- ପୋଷ୍ଟିଂ ସ୍କାଣ୍ଡାଲରେ ନାମ ଆସିବା ପରେ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ କରାଯାଇଥିଲା। ଏଥି ପାଇଁ ବିଜେପି ସରକାରଙ୍କୁ ତାଙ୍କ ବିରୋଧରେ ଏସଆଇଟି ଗଠନ କରିବାକୁ ପଡିଥିଲା। ଟିଏମସି କହିଛି ଯେ ଏପରି ‘ଇମ୍ପ୍ରେସିଆଲ’ ପୋଲିସ ଅବଜର୍ଭରଙ୍କୁ ଇଲେକ୍ସନ କମିଶନର ପଶ୍ଚିମବଙ୍ଗ ପାଇଁ ବାଛୁଛନ୍ତି। କରପ୍ଟ ଓ କ୍ରିମନାଲ ଟ୍ରାକ୍ ରେକର୍ଡ ଏପରି କାମ ପାଇଁ ଏବେ କ୍ୱାଲିଫିକେସନ ପାଲଟିଥିବା ଟିଏମସି କହିଛି।

Also Read..ଅନ୍ତିମ ପର୍ଯ୍ୟାୟ ମତଦାନ ପାଇଁ ସରିଲା ପ୍ରଚାର, ବୁଧବାର ୧୪୨ ଆସନରେ ପଡ଼ିବ ଭୋଟ୍‌