କଲମ୍ବୋ,୦୭/୦୮ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ୍ ସିରିଜ୍ ପୂର୍ବରୁ ଭାରତୀୟ ଦ୍ରୁତ ବୋଲର ଜସପ୍ରିତ ବୁମରା ଆହତ ହୋଇ ବାଦ୍ ପଡିଛନ୍ତି । ତାଙ୍କ ଜାଗାରେ ଆକିବ୍ ନବୀଙ୍କୁ ସ୍ଥାନ ମିଳିଛି । ଆକିବଙ୍କ ବୋଲିଂ ବଳରେ ଜମ୍ମୁ କାଶ୍ମୀର ଗତ ସିଜିନରେ ରଣଜୀ ଚାମ୍ପିଅନ୍ ହୋଇଥିଲା । ତେଣୁ ଶ୍ରୀଲଙ୍କା ବିପକ୍ଷରେ ତାଙ୍କୁ ସ୍ଥାନ ଦିଆଯାଇଛି । ହେଲେ ଭାରତୀୟ ଦଳର ପୂର୍ବତନ ଖେଳାଳି ଓ୍ୱାସିମ୍ ଜାଫର ବିସିସିଆଇର ଏପରି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି ।

ଜାଫର କହିଛନ୍ତି ଯେ, ବୁମରାଙ୍କ ବିକଳ୍ପ କେବେହେଲେ ଆକିବ୍ ହୋଇପାରିବେ ନାହିଁ । ସେ ରଣଜୀରେ ଭଲ ପ୍ରଦର୍ଶନ କରିଛନ୍ତି । ତାଙ୍କ ପାଇଁ ଶ୍ରୀଲଙ୍କା ବିପକ୍ଷ ଭାରତୀୟ ଦଳରେ ସାମିଲ ହେବା ଏକ ଭଲ ଖବର । କିନ୍ତୁ ବୁମରାଙ୍କ ପ୍ରଥମ ବିକଳ୍ପ ଭାବେ ସେ ସ୍ଥାନ ପାଇବା ପାଇଁ ଯୋଗ୍ୟ ନୁହେଁ । ସେ ଦଳରେ ସ୍ଥାନ ପାଇବା ପାଇଁ ଯୋଗ୍ୟ । କିନ୍ତୁ ବୁମରାଙ୍କ ବିକଳ୍ପ ଭାବେ ନୁହେଁ । ଅର୍ଥାତ ଭାରତୀୟ ଦଳରେ ଅନ୍ୟ ବୋଲର ମଧ୍ୟ ରହିଛନ୍ତି । ଯିଏ କି ଶ୍ରୀଲଙ୍କାକୁ ମାତ୍ ଦେଇପାରିବେ ବୋଲି ଜାଫର ଜଣାଇଦେଇଛନ୍ତି ।

ସୂଚନାଯୋଗ୍ୟ, ଆକିବ୍ ରଣଜୀର ଗତ ସିଜିନରେ୬୦ଓ୍ୱିକେଟ୍ ଅକ୍ତିଆର କରିଥିଲେ । ଜମ୍ମୁ କାଶ୍ମୀରକୁ ଜିତାଇବାରେ ତାଙ୍କ ଭୂମିକା ଢେର୍ ଅଧିକ ଥିଲା । ତାଙ୍କ ଶାଣିତ ବୋଲିଂ ବିପକ୍ଷ ବ୍ୟାଟରଙ୍କୁ ଅଡୁଆରେ ପକାଇଥିଲା । ଏବେ ସେ ଶ୍ରୀଲଙ୍କାରେଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ନେଟ୍ସରେ ପ୍ଲାକ୍ଟିସ୍ କରୁଛନ୍ତି । ଯାହାର ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି ।

ଘରୋଇ ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ କାରଣରୁ ତାଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ନିଜ ଟିମରେ ନେଇଥିଲା । ଏହାସହ ଶ୍ରୀଲଙ୍କା ବିପକ୍ଷ ମୁକାବିଲାରେ ସେ ଭାରତୀୟ-ଏ ଦଳର ସଦସ୍ୟ ରହିଥିଲେ । ସିରିଜରେ ସେଟି ଓ୍ୱିକେଟ୍ ନେଇଥିଲେ । ଫଳରେ ଭାରତ-ରେ ସିରିଜ୍ କବଜା କରିଥିଲା । ଏହାବ୍ୟତୀତ ଆଫଗାନିସ୍ତାନ ବିପକ୍ଷ ଏକ ଟେଷ୍ଟ୍ ମୁକାବିଲାରେ ତାଙ୍କୁ ଟିମ୍ ବ୍ୟାକଅପ୍ ଟେଷ୍ଟ୍ ବୋଲର ଭାବେ ସୁଯୋଗ ମିଳିଥିଲା ।