ନୂଆଦିଲ୍ଲୀ,୨୭ /୦୩: ଯୁଦ୍ଧରେ ଥରୁଛି ମଧ୍ୟପ୍ରାଚ୍ୟ । ଇରାନ ଉପରେ ଘନ ଘନ ଆକ୍ରମଣ କରୁଛନ୍ତି ଇସ୍ରାଏଲ ଏବଂ ଆମେରିକା । ଡୋନାଲ୍ଡ ଟ୍ରମ୍ପ୍ ବାରମ୍ବାର ଯୁଦ୍ଧ ବିରତି କଥା କହୁଛନ୍ତି । ତଥାପି ଆକ୍ରମଣ ଥମୁନି । ତେବେ ଇରାନ ମଧ୍ୟ ଷ୍ଟ୍ରେଟ୍ ଅଫ୍ ହର୍ମୋଜକୁ ନିଜ ଦଖଲରେ ରଖିଛି । ଶତ୍ରୁ ତଥା ଶତ୍ରୁର ସହଯୋଗୀ ଦେଶର ଜାହାଜକୁ ଛାଡୁନି । ଫଳରେ ସାରା ବିଶ୍ୱରେ ତୈଳ ଏବଂ ଗ୍ୟାସ୍ ସଙ୍କଟ ଦେଖିବାକୁ ମିଳିଲାଣି । ତେବେ ଏହାରି ଭିତରେ ଜଣାପଡିଛି ଆଉ ଏକ କଥା । କେବଳ ଷ୍ଟ୍ରେଟ୍ ଅଫ୍ ହର୍ମୋଜ ନୁହେଁ ଆଗକୁ ଆଉ ଏକ ଷ୍ଟ୍ରେଟରେ ଦେଖିବାକୁ ପଡିପାରେ ଅସ୍ଥିରତା ।

ରିପୋର୍ଟ ଅନୁସାରେ, ୟେମେନର ବିଦ୍ରୋହୀ ସଙ୍ଗଠନ ହୁତି ଓ୍ୱାଶିଂଟନକୁ ଧମକ ଦେଇଛି । ଇରାନ ସମର୍ଥିତ ଏହି ସଙ୍ଗଠନ କହିଛି ଯେ, ସେମାନେ ଇରାନ ସହ ମିଶି ଯୁଦ୍ଧ କରିବାକୁ ପ୍ରସ୍ତୁତ ଅଛନ୍ତି । ସମସ୍ତ ବିକଳ୍ପ ଧରି ଲଢିବାକୁ ସେମାନେ ପ୍ରସ୍ତୁତ । ହୁତି ଅନ୍ୟ ଏକ ଯୁଦ୍ଧ ଆରମ୍ଭ କରିପାରିବ । ଏପରିକି ବାବ୍-ଅଲ୍-ମଣ୍ଡାବ୍ ଷ୍ଟ୍ରେଟ୍ କୁ ଦଖଲକୁ ନେଇପାରିବେ । ଯାହାକୁ ଗେଟ୍ ଅଫ୍ ଟିଅର୍ସ ବୋଲି କୁହାଯାଏ ।

Also Read :-୧୦ ଦିନ ଯାଏଁ ଯୁଦ୍ଧ ବନ୍ଦ ! ଟ୍ରମ୍ପ୍ କଲେ ଘୋଷଣା, ଇରାନର ଶକ୍ତିକେନ୍ଦ୍ର ଉପରେ ହେବନି ଆକ୍ରମଣ

ରୟଟର୍ସ ସହ ଆଲୋଚନା କରି ହାଉଥିର ନେତା ଘୋଷଣା କରିଛନ୍ତି ଯେ, ଯୁଦ୍ଧ ପାଇଁ ସବୁ ଯୋଜନା ସରିଛି । ଯେଉଁଥିରୁ ତେହେରାନ ସହ ସେମାନେ କଥା ହୋଇଥିବା ସନ୍ଦେହ କରାଯାଉଛି । ଏବେସୁଦ୍ଧା ଇରାନ ସଠିକ ଭାବେ ଜବାବ ଦେଉଛି । ସବୁଦିନ ଶତ୍ରୁଙ୍କ ଉପରେ ଭାରି ପଡୁଛି । ଯୁଦ୍ଧ ଠିକ୍ ଦିଗରେ ଚାଲିଛି । ଯଦି ଏହାକ ବିପରୀତ ଘଟଣା ଘଟେ ତେବେ ହାଉଥି ଚୁପ୍ ବସିବନି । ସେମାନେ ଲୋହିତ ସାଗରରେ ଆଉ ଏକ ଯୁଦ୍ଧ ଆରମ୍ଭ କରିପାରିବେ ।

କେତେ ଜରୁରୀ ବାବ୍-ଅଲ୍-ମଣ୍ଡାବ୍ ?

ବାବ୍-ଅଲ୍-ମଣ୍ଡାବ୍ ଷ୍ଟ୍ରେଟ୍ ହେଉଛି ୨୦ ମାଇଲର ଏକ ସାମୁଦ୍ରିକ ଅଞ୍ଚଳ । ଏଠାରେ ଲୋହିତ ସାଗର ସହ ଗଲଫ୍ ଅଫ୍ ଆଡେନ୍ ମିଶିଛି ।ଏହା ସେତେ ବଡ ଜଳମାର୍ଗ ନୁହେଁ । କିନ୍ତୁ ବାର୍ଷିକ ପ୍ରାୟ ୧ ଟ୍ରିଲିୟନ ଡଲାରର କାରବାର ଏହି ଜଳମାର୍ଗ ଦେଇ ସମ୍ପାଦନ ହୋଇଥାଏ । ଏହା ୟୁରୋପ ଏବଂ ଏସିଆର ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଜଳମାର୍ଗ ।

ଇସ୍ରାଏଲ-ହମାସ ଯୁଦ୍ଧ ବେଳେ ଏହି ଷ୍ଟ୍ରେଟ୍ ଚର୍ଚ୍ଚାରେ ରହିଥିଲା । ଏହି ଜଳମାର୍ଗ ଦେଇ ଯାଉଥିବା ଜାହାଜକୁ ହମାସ ଆକ୍ରମଣ କରି ବିଶ୍ୱର ବାଣିଜ୍ୟ କାରବାର ପ୍ରଭାବିତ କରିଥିଲା । ଏବେ ମାହୋଲ ଅଧିକ ଅଶାନ୍ତ ରହିଛି । ଷ୍ଟ୍ରେଟ୍ ଅଫ୍ ହର୍ମୋଜ ଅଧିକାଂଶ ଗଲଫ୍ ଦେଶକୁ ପ୍ରଭାବିତ କରିଛି । ଏହି ଜଳମାର୍ଗ ଦେଇ ସର୍ବାଧିକ ତୈଳ କାରବାର ହୋଇଥାଏ । ବର୍ତ୍ତମାନ ପ୍ରାୟ ୯୦ ପ୍ରତିଶତ କାରବାର ଠପ୍ ହୋଇଯାଇଛି । ଯଦି ହୁତି ବାବ୍-ଅଲ୍-ମଣ୍ଡାବକୁ ହାଉଥି କବଜା କରିନିଏ ତାହାଲେ ତୈଳ ସଙ୍କଟ ଅଧିକ ଘନେଇବା ନେଇ ଆଶଙ୍କା କରାଯାଉଛି ।