ଭୁବନେଶ୍ଵର: ବାପାଙ୍କୁ ବିଦା, ଝିଅଙ୍କୁ ଖୋଜା । ରାଜ୍ୟ କଂଗ୍ରେସରେ ଏବେ ମହମ୍ମଦ ମୋକିମ ଓ ତାଙ୍କ ଝିଅ ତଥା ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କୁ ନେଇ ଚାଲିଛି ଚର୍ଚ୍ଚା । ବାପା ମହମ୍ମଦ ମୋକିମ୍ କଂଗ୍ରେସରୁ ବହିଷ୍କୃତ ହୋଇଥିବା ବେଳେ ଆଜି କଂଗ୍ରେସ ଆନ୍ଦୋଳନରେ ଝିଅ ସୋଫିଆ ଫିର୍ଦ୍ଦୋସଙ୍କୁ ଦେଖିବାକୁ ମିଳିଥିଲା । ମୋକିମ ଦଳରୁ ବହିଷ୍କାର ହେବାପରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖି ସୋଫିଆ କହିଛନ୍ତି କଟକରେ ଯେମିତି ଚାଲିଥିଲା ଦଳ ସେମିତି ଚାଲିବ । ବିଧାୟିକା ହିସାବରେ ଲୋକଙ୍କର ସେବା କରିବା ପାଇଁ ଆମେ ଅଛୁ । ଆଗକୁ ବି ପ୍ରସ୍ତୁତ ରହିବୁ।

ସେପଟେ ମୋକିମଙ୍କ ସପକ୍ଷରେ ବାହାରିଛନ୍ତି ବରିଷ୍ଠ କଂଗ୍ରେସ ନେତା ନୃରସିଂହ ମିଶ୍ର । କହିଛନ୍ତି ମୋକିମଙ୍କୁ କଂଗ୍ରେସରୁ ବିହିଷ୍କାର କରିବା ଦଳ ପାଇଁ କ୍ଷତିକାରକ । ସେପଟେ ସମସ୍ତଙ୍କୁ ହାତ ଯୋଡ଼ି ଦଳ ପାଇଁ କାମ କରିବାକୁ ଅନୁରୋଧ କରିଛନ୍ତି ପିସିସି ସଭାପତି ଭକ୍ତ ଦାସ । ରାଜ୍ୟ କଂଗ୍ରେସରେ ଏବେ ମହମ୍ମଦ ମୋକିମ ଓ ତାଙ୍କ ଝିଅ ତଥା ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କୁ ନେଇ ଚାଲିଛି ଚର୍ଚ୍ଚା । ବାପା ମହମ୍ମଦ ମୋକିମ୍ କଂଗ୍ରେସରୁ ବହିଷ୍କୃତ ହୋଇଥିବା ବେଳେ ଆଜି କଂଗ୍ରେସ ଆନ୍ଦୋଳନରେ ଝିଅ ସୋଫିଆ ଫିର୍ଦ୍ଦୋସଙ୍କୁ ଦେଖିବାକୁ ମିଳିଥିଲା । ବିଜେପି ରାଜ୍ୟ କାର୍ଯ୍ୟାଳୟ ଘେରାଉ ବେଳେ ଆଜି କଂଗ୍ରେସର ଆନ୍ଦୋଳନରେ ସମସ୍ତଙ୍କ ନଜର ଥିଲା କଟକ ବାରବାଟୀ କଂଗ୍ରେସ ବିଧାୟିକା ସୋଫିଆଙ୍କ ଉପରେ ।

ଆନ୍ଦୋଳନରେ ସାମିଲ ହୋଇ ପ୍ରମାଣ ଦେଲେ ବାପା ଗଲେ ବି ସେ କିନ୍ତୁ କଂଗ୍ରେସରେ ଅଛନ୍ତି । ମୋକିମ ଦଳରୁ ବହିଷ୍କାର ହେବାପରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖି ସୋଫିଆ କହିଛନ୍ତି କଟକରେ ଦଳ ଯେମିତି ଚାଲିଥିଲା ସେମିତି ଚାଲିବ । ବିଧାୟିକା ହିସାବରେ ଆମେ ଲୋକଙ୍କର ସେବା କରିବା ପାଇଁ ଅଛୁ । ଆଗକୁ ବି ପ୍ରସ୍ତୁତ ରହିବୁ ବୋଲି କହିଛନ୍ତି ସୋଫିଆ ।

ସେପଟେ ମୋକିମ କଂଗ୍ରେସରୁ ବହିସ୍କୃତ ହେବା ଘଟଣାକୁ ନାପସନ୍ଦ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ଏପରି କି ମୋକିମ କିଏ ବୋଲି ଭକ୍ତ ଦାସ କରିଥିବା ପ୍ରଶ୍ନକୁ ମଧ୍ୟ ସେ ସମାଲୋଚନା କରିଛନ୍ତି । କହିଛନ୍ତି ଏଭଳି ମନ୍ତବ୍ୟ ଦେବା ଦେବା ଉଚିତ ନୁହେଁ । ମୋକିମଙ୍କୁ କଂଗ୍ରେସରୁ ବହିସ୍କୃତ କରିବା କଂଗ୍ରେସ ପାଇଁ କ୍ଷତି କାରକ ବୋଲି କହିଛନ୍ତି ନରସିଂହ ମିଶ୍ର ।

ସେପଟେ ସବୁ ନେତାଙ୍କୁ ହାତ ଯୋଡ଼ି ପିସିସି ସଭାପତି ଭକ୍ତ ଦାସ ଅନୁରୋଧ କରିଛନ୍ତି ଯେ, ଦଳରେ ଯେଉଁମାନେ ଅଛନ୍ତି ସମସ୍ତେ ଦଳକୁ ଆଗେଇ ନିଅନ୍ତୁ। ଦଳର କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତୁ । ଦଳକୁ ଆଗକୁ ନେବା ସହିତ ସେମାନେ ଆଗକୁ ବଢନ୍ତୁ । କାହା ପ୍ରରୋଚନାରେ ପଡ଼ି ଦଳରେ ବିଶୃଙ୍ଖଳା କରନ୍ତୁ ନାହିଁ । ସେପଟେ ମୋକିମଙ୍କୁ ମନେଇବା ପାଇଁ ଆଜି ଦିଲ୍ଲୀରୁ ଏକାଧିକ କଂଗ୍ରେସ ନେତାଙ୍କ ଫୋନ୍ ଆସିଥିବା ଚର୍ଚ୍ଚା ହେଉଛି ।