ମୁମ୍ବାଇ : ବଲିଉଡର "ହିରୋ ନମ୍ବର-1"ଗୋବିନ୍ଦା। ଏବେ ନିଜ ପ୍ରଫେସନାଲ୍ ଲାଇଫ୍ ବ୍ୟତୀତ ପର୍ସନାଲ୍ ଲାଇଫକୁ ନେଇ ବେଶି ଚର୍ଚ୍ଚାରେ ରହୁଛନ୍ତି। ଫିଲ୍ମରେ ଏବେ ସେ ସେତେଟା ନଜର ଆସୁନାହାନ୍ତି, ତଥାପି ସେ ଖୁବ୍ ବିଳାସପୂର୍ଣ୍ଣ ଜୀବନଯାପନ କରୁଛନ୍ତି। ଏମିତି କି ତାଙ୍କ ପତ୍ନୀ ସୁନିତାଙ୍କ ଥାଟ୍ ଓ ଜୀବନଶୈଳୀ ବି କିଛି କମ୍ ନୁହେଁ। ସେ ବି ବଞ୍ଚନ୍ତି ଖୁବ୍ ଲାଭିସ୍ ଲାଇଫଷ୍ଟାଇଲ୍। ଯେବେ ବି ସୁନିତା ଆହୁଜା ଅନେକ ପଡକାଷ୍ଟରେ ପ୍ରକାଶ କରିଛନ୍ତି ଯେ ସେ ଗୋବିନ୍ଦାଙ୍କ ସହିତ ଗୋଟିଏ ଘରେ ରୁହନ୍ତି ନାହିଁ। ସେ ସେମାନଙ୍କର ଦୁଇ ପିଲାଙ୍କ ସହିତ ଏକ ଫ୍ଲାଟରେ ରୁହନ୍ତି। ଏମିତିରେ ଚାଲନ୍ତୁ ଜାଣିବାସୁନିତା ଆହୁଜାଙ୍କ ରୋଜଗାରର ମାଧ୍ୟମ କ'ଣ। ସେ କେମିତି ଏତେ ବିଳାସପୂର୍ଣ୍ଣ ଜୀବନଯାପନ କରନ୍ତି।

ସୁନିତା ଆହୁଜା ୧୯୬୭ ମସିହାରେ ଜନ୍ମଗ୍ରହଣ କରିଥିଲେ।  ବର୍ତ୍ତମାନ ସେ ୫୮ବର୍ଷ ବୟସର। ସେ ଏକ ପଞ୍ଜାବୀ ପରିବାରରେ ଜନ୍ମଗ୍ରହଣ କରିଥିଲେ।  ବିବାହ ପୂର୍ବରୁ ତାଙ୍କର ନାଁ ସୁନିତା ମୁଞ୍ଜାଲ ଥିଲା। ସୁନିତା ଆହୁଜା ଏବଂ ଗୋବିନ୍ଦାଙ୍କ ପ୍ରେମ କାହାଣୀ କେଉଁ ଫିଲ୍ମର କାହାଣୀଠୁ କମ୍ ନୁହେଁ। ଯେତେବେଳେ ଗୋବିନ୍ଦା ପ୍ରଥମ ଥର ସୁନିତାଙ୍କୁ ଭେଟିଥିଲେସେତେବେଳେ ସୁନୀତା ଜାଣିନଥିଲେ ସେ ଜଣେ ଅଭିନେତା ବୋଲି। ଦୁହେଁ ପ୍ରଥମେ ଭଲ ବନ୍ଧୁ ହୋଇଥିଲେ। ତାପରେ ଦୁହିଁଙ୍କ ସମ୍ପର୍କ ପ୍ରେମରେ ପରିଣତ ହୋଇଥିଲା।  ଗୋବିନ୍ଦା ଏବଂ ସୁନିତା ୧୯୮୭ ମସିହାରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ସେହି ସମୟରେ ଗୋବିନ୍ଦା ବଲିଉଡରେ କ୍ୟାରିଅର କରିବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ଦୁହେଁ ବିବାହ ବି କରିଥିଲେ। ସେଥିପାଇଁ ଦମ୍ପତି ସେମାନଙ୍କ ବିବାହ ଖବରକୁ ସାଧାରଣ ଲୋକଙ୍କଠାରୁ ଲୁଚେଇ ରଖିଥିଲେ। ସେମାନଙ୍କର ଦୁଇଟି ସନ୍ତାନ।  ଟିନା ଏବଂ ୟଶବର୍ଦ୍ଧନ। ସୁନିତା ଏବେ ଦୁଇ ପିଲାଙ୍କ ସହ ଏକ ଆପାର୍ଟମେଣ୍ଟରେ ରହୁଛନ୍ତି।ଏବେ ସୁନିତାଙ୍କ ସମ୍ପତ୍ତିର ଆନୁମାନିକ ନୂଲ୍ୟ ୨୫ ରୁ ୩୦କୋଟି ମଧ୍ୟରେ ହେବ।

କ'ଣ କରନ୍ତି ସୁନୀତା ?

ସୁନିତାଙ୍କ ରୋଜଗାର ବିଷୟରେ କହିବାକୁ ଗଲେସେ ବ୍ରାଣ୍ଡ୍ ଏଣ୍ଡୋର୍ସମେଣ୍ଟ ମାଧ୍ୟମରେ ଯଥେଷ୍ଟ ଆୟ କରନ୍ତି। ଏହା ସହିତସେ ତାଙ୍କ ସ୍ୱାମୀ ଗୋବିନ୍ଦାଙ୍କ ସହ ମିଶି ରିଅଲ୍ ଇଷ୍ଟେଟରେ ନିବେଶ କରିଛନ୍ତି - ଏକ ନିବେଶ ଯାହା ତାଙ୍କୁ ଏକ ସୁନ୍ଦର ରିଟର୍ଣ୍ଣ ପ୍ରଦାନ କରେ। ସୁନିତା ଆହୁଜା ଗତ ବର୍ଷ 'ମନ୍ନତ ୱିଥ୍ ସୁନିତାଶୀର୍ଷକରେ ନିଜର ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ମଧ୍ୟ ଲଞ୍ଚ କରିଥିଲେ। ସେ ନିୟମିତ ଭାବରେ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ବ୍ଲଗ୍ ଏବଂ ଭିଡିଓ ସେୟାର କରନ୍ତି। ସୁନିତା ଏବେ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରୁ ମଧ୍ୟ ଭଲ ଟଙ୍କା ରୋଜଗାର କରୁଛନ୍ତି। ସୁନିତାଙ୍କର ଏକ ବିଳାସପୂର୍ଣ୍ଣ କାର ମଧ୍ୟ ଅଛି। ଗୋବିନ୍ଦ ତାଙ୍କୁ କରୱା ଚୌଥ ଅବସରରେ ଏକ BMW 3 ଉପହାରରେ ଦେଇଥିଲେ। 

ଅନ୍ୟପଟେ ଗୋବିନ୍ଦାଙ୍କ ବିଷୟରେ କହିଲେ, ସେ ୧୪୦କୋଟି ସମ୍ପତ୍ତିର ମାଲିକ। ଯଦିଓ ଏବେ ସେ ଫିଲ୍ମ ଦୁନିଆରୁ ଦୂରରେ ଅଛନ୍ତି, ତଥାପି ବିଭିନ୍ନ ମଧ୍ୟମରୁ ତାଙ୍କର ଭଲ ଆୟ। ଯେଉଁଥିପାଇଁ ସେ ବିଳାସପୂର୍ଣ୍ଣ ଜୀବନ ଯାପନ କରନ୍ତି।

 Also Read- ବିବାହ ବନ୍ଧନରେ ବାନ୍ଧିହେଲେ ଅଭିନେତ୍ରୀ ମେହରିନ ପିରଜାଦା, ସ୍ୱାମୀଙ୍କ ସହ ସେୟାର କଲେ ରୋମାଣ୍ଟିକ୍ ଫଟୋ