ଭୁବନେଶ୍ୱର:ଭୁବନେଶ୍ୱର ମହିଳା ଥାନା ଭିତରୁ ଜଣେ ଅଭିଯୁକ୍ତ ଫେରାର ହୋଇଯିବା ଘଟଣାରେ ପୋଲିସ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ଅଭିଯୋଗରେ ଦାୟିତ୍ୱରେ ଥିବା ସେଣ୍ଟ୍ରି ଏବଂ ଡିସିଓଙ୍କୁ ନିଲମ୍ବିତ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅନ୍ତର୍ଗତ ଏରଡ଼ା ଗାଁର ରୁଦ୍ର ପ୍ରସାଦ ସୂତାର ନାମକ ଜଣେ ଯୁବକଙ୍କୁ ମହିଳା ଥାନା ପୋଲିସ ଗିରଫ କରିଥିଲା। ତେବେ ଶୁକ୍ରବାର ସକାଳେ ଅଭିଯୁକ୍ତ ରୁଦ୍ର ପ୍ରସାଦ ଚତୁରତାର ସହ କାର୍ଯ୍ୟରତ ସେଣ୍ଟ୍ରିଙ୍କୁ ଭୂଆଁ ବୁଲାଇ ଥାନା ପରିସରରୁ ଚମ୍ପଟ ମାରିଥିଲା।

also read- ଚାମେଲିଙ୍କ ଜୀବନ ପ୍ରତି ବିପଦ ! ଅନାସ୍ଥା ପୂର୍ବରୁ FIR ଦେଲେ ତିଖିରି ସରପଞ୍ଚ, ଆଣିଲେ ନୂଆ ଅଭିଯୋଗ

ଥାନା ଭଳି ଏକ ସୁରକ୍ଷିତ ସ୍ଥାନରୁ ଅଭିଯୁକ୍ତ ଫେରାର ହୋଇଯିବା ପରେ ପୋଲିସ ପ୍ରଶାସନର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଘଟଣାକୁ ଗମ୍ଭୀରତାର ସହ ନେଇ ତୁରନ୍ତ ତଦନ୍ତ ନିର୍ଦ୍ଦେଶ ଦେବା ସହ କାର୍ଯ୍ୟରେ ଅବହେଳା ପାଇଁ ଦାୟିତ୍ୱରେ ଥିବା ସେଣ୍ଟ୍ରି ଓ ଡିସିଓଙ୍କୁ ନିଲମ୍ବିତ କରିଛନ୍ତି। ଅନ୍ୟପଟେ, ଫେରାର ହୋଇଯାଇଥିବା ଅଭିଯୁକ୍ତ  ରୁଦ୍ର ପ୍ରସାଦ ସୂତାରକୁ ପୁନର୍ବାର ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି।