ଜଗତସିଂହପୁର ୨୭।୨: ଥାନାରୁ ଯାଉଥିଲେ କୋର୍ଟ । ମଝିରେ ଅଟକିଲେ ମେଡିକାଲରେ । ସୁଯୋଗ ଦେଖି ପାଚେରୀ ଡେଇଁ ଚମ୍ପଟ ମାରିଲେ । ଜଗତସିଂହପୁର ଥାନା ବିରିଡି ଥାନାରୁ କୋର୍ଟ ଚାଲାଣ ବେଳେ ପୋଲିସକୁ ଚକମା ଜଣେ ଅପରାଧି ଫେରାର ହେବାରେ ସକ୍ଷମ ହୋଇଛି । ଅପରାଧି ଜଣକ ଅଢଙ୍ଗ ମଜୁରାଇ ଗ୍ରାମର ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଏକ ଦୁଷ୍କର୍ମ ମାମଲାରେ ଗୁରୁବାର ଦିନ ଅଭିଯୁକ୍ତ ଜଣକ ଗିରଫ ହୋଇଥିଲେ । ବିରିଡ଼ି ଥାନାରୁ ତାକୁ କୋର୍ଟକୁ ନିଆଯାଉଥିଲା । ଅଭିଯୁକ୍ତକୁ ବିରିଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଡ଼ାକ୍ତରୀ ମାଇନା କରାଇବାକୁ ଆଣିଥିଲା ପୋଲିସ । ସେହି ସମୟରେ ସୁଯୋଗ ଦେଖି ମେଡିକାଲ ପାଚେରୀ ଡେଇଁ ଅଭିଯୁକ୍ତ ଜଣକ ଚମ୍ପଟ ମାରିଛି । ପୋଲିସ ୨ ଘଣ୍ଟା ହେବ ଖୋଜାଖୋଜି ଜାରି ରଖିଥିବା ବେଳେ ଫେରାର ଅଭିଯୁକ୍ତର ସନ୍ଧାନ ପାଇପାରିନାହିଁ ।