ବାଲିପାଟଣା: ରାଜଧାନୀ ଉପକଣ୍ଠ ବାଲିଅନ୍ତା ହତ୍ୟାକାଣ୍ଡ ଘଟଣାକୁ ୨୪ ଘଣ୍ଟା ପୂରିନଥିବା ବେଳେ, ପୁଣି ଘଟିଛି ଆଉ ଏକ ଜଘନ୍ୟ ହତ୍ୟାକାଣ୍ଡ। ଏଥର ବି ସେହି ବାଲିପାଟଣା ଥାନା ଅନ୍ତର୍ଗତ ଅଠାନ୍ତର ଗ୍ରାମର ଜଣେ ଯୁବକଙ୍କୁ ହତ୍ୟା କରିଛନ୍ତି କିଛି ଯୁବକ। ମୃତକ ହେଉଛନ୍ତି ଅଠାନ୍ତର ଗ୍ରାମର ରାକେଶ ଦାସ ।

ସୂଚନା ଅନୁସାରେ, ରାକେଶଙ୍କ ଘରକୁ ୨ ଜଣ ଦୁର୍ବୃତ୍ତ ୨୦ ହଜାର ଟଙ୍କା ମାଗିବାକୁ ଆସିଥିଲେ। ଆଉ ଟଙ୍କା ନଦେଲେ ମାରି ଦେବାକୁ ମଧ୍ୟ ଧମକ ଦେଇଥିଲେ । ହେଲେ ସନ୍ଧ୍ୟାରେ ରାକେଶ ଅଠାନ୍ତର ଛକ ନିକଟରେ ଥିବା ବେଳେ ୪ରୁ ଉର୍ଦ୍ଧ୍ବ ଯୁବକ ଲୁହା ରଡ଼ ଏବଂ ଠେଙ୍ଗାରେ ପିଟିପିଟି କେନାଲରେ ପକାଇ ଦେଇଥିଲେ। ଖବର ପାଇ ପରିବାର ଲୋକ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ସେଠାରେ ରାକେଶଙ୍କୁ ମୃତ ଘୋଷଣା କରିଛନ୍ତି। ରାକେଶ ଜଣେ ଟ୍ରକ୍ ଡ୍ରାଇଭର । ତେବେ ଏହି ଘଟଣାରେ ପୋଲିସ ଜଣକୁ ଅଟକ ରଖିଛି ।