ଭୁବନେଶ୍ବର ୨୧।୧୦: ମୁମ୍ବାଇ ଗସ୍ତରେ ଯିବା ପୂର୍ବରୁ ରାଜ୍ୟର ଆଇନ ଶୃଙ୍ଖଳା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମଧ୍ୟାହ୍ନରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବଡ଼ ବୈଠକ ବସିବ । ଏହି ବୈଠକରେ ପୋଲିସ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବେ ।

ଏହି ବୈଠକରେ ପୋଲିସ ଡିଜି, ମୁଖ୍ୟ ଶାସନ ସଚିବ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ, ଟ୍ୱିନ୍ସିଟି ପୋଲିସ କମିଶନର ମଧ୍ୟ ଉପସ୍ଥିତ ରହିବେ । ଶାନ୍ତି ଶୃଙ୍ଖଳାର ସହ କିପରି ମା’ ଦୁର୍ଗାଙ୍କର ବିସର୍ଜନ କାର୍ଯ୍ୟ ସମାପ୍ତ ହେବ ସେ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇପାରେ ।

Also Read:- ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, INDIA CHEM 2026ରେ ଯୋଗଦେବେ

ଏହାସହ ଆଗକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ ସୁରକ୍ଷାକୁ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇପାରେ ।

Watch Video: