ଯାଜପୁର: ପ୍ରବଳ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ। ଏହାରି ମଧ୍ୟରେ ଘାରିଛି କୁମ୍ଭୀର ଭୟ। ଯାହାକୁ ନେଇ ଚିନ୍ତାରେ ଲେକେ।

ଯାଜପୁର ଯମୁନା ନାଳରେ ବୁଲୁଛି କୁମ୍ଭୀର ।  ଏନଏଚ ୨୦ କୁଆଖିଆ  ଯାଜପୁର  ରାସ୍ତା  କଡ଼  ବରମୁଣ୍ଡା ଛକ ନିକଟସ୍ଥ ଯମୁନା ନାଳରେ ଏକ ବଡ଼ କୁମ୍ଭୀର ବୁଲୁଥିବା ନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। ଆଉ ନାଳରେ କୁମ୍ଭୀର ବୁଲୁଥିବା ଖବର ପରେ ଏବେ ସ୍ଥାନୀୟ ଅଞ୍ଚଳରେ ଲୋକେ ଭୟଭୀତ ହୋଇଛନ୍ତି।

ଯାଜପୁର ସଦର ଥାନା ଅନ୍ତର୍ଗତ ସିମିଳିଆ ମଇଦିପୁର ବନ୍ତ ଆଦି  ସ୍ଥାନୀୟ ଅଞ୍ଚଳର  ଗ୍ରାମବାସୀ , ଚାଷୀ ଓ ମତ୍ସ୍ୟଜୀବୀ ଏହି ନାଳ ଉପରେ ନିର୍ଭର କରୁଥିବା ବେଳେ ପ୍ରଥମ ଥର କୁମ୍ଭୀର ରହିବାକୁ ନେଇ ଭୟଭୀତ ହୋଇଛନ୍ତି । ବନ ବିଭାଗ ପକ୍ଷରୁ କୁମ୍ଭୀରକୁ ଏଠାରୁ ଘଉଡ଼ାଇବାକୁ ଦାବି ହୋଇଛି । ତେବେ ନଦୀରେ ପାଣି ଆସିବା ଦ୍ବାରା କୁମ୍ଭୀରଟି ପଳାଇ ଆସିଥିବା ଅନୁମାନ କରାଯାଉଛି। ସେପଟେ ଏହି ଗୋଟିଏ କୁମ୍ଭୀର ନା ଆଉ କୁମ୍ଭୀର ଅଛି ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।