ବାରିପଦା: ଗଛରୁ ନଡ଼ିଆ ପଡ଼ି ପଞ୍ଚମ ଶ୍ରେଣୀ ଛାତ୍ରର ମୃତ୍ୟୁ ଅଭିଯୋଗ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାରିପଦା ସହର ମଧୁବନ ଅଞ୍ଚଳରେ। ଘଟଣା ମଙ୍ଗଳବାର ଘଟିଥିବା ବେଳେ, ବୁଧବାର ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରଟିର ମୃତ୍ୟୁ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ମଧୁବନ ତଳସାହି ଅଞ୍ଚଳର ଅଜୟ ପାତ୍ରଙ୍କ ୧୧ ବର୍ଷୀୟ ପୁଅ ବାଦଲ ପାତ୍ର ଗତକାଲି ରିଲିଫ ଖାଦ୍ୟ ନେଇ ଘରକୁ ଫେରିବା ସମୟରେ ଏହି ଦୁଃଖଦ ଘଟଣା ଘଟିଛି। ଅଜୟଙ୍କ କହିବା ଅନୁଯାୟୀ ବନ୍ୟାରେ ତାଙ୍କ ଘରଟି ବୁଡ଼ିଯାଇଥିବାରୁ ଗତକାଲି ତାଙ୍କ ପୁଅ ବାଦଲ ମଧୁବନ ବିଦ୍ୟାଳୟରେ ବଣ୍ଟନ ହେଉଥିବା ରିଲିଫ ଖାଦ୍ୟ ଆଣିବାକୁ ଯାଇଥିଲା। ଆଉ ରିଲିଫ୍ ଆଣିବା ପରେ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଘରେ ଦେଇ ଆସୁଥିବା ସମୟରେ ଏକ ନଡ଼ିଆ ଗଛରୁ ନଡ଼ିଆ ତା’ ମୁଣ୍ଡରେ ପଡ଼ିଥିଲା। ବାଦଲ ଘରକୁ ଫେରି ମୁଣ୍ଡ ଯନ୍ତ୍ରଣା ହେଉଥିବା ନେଇ ଅଜୟଙ୍କୁ ଜଣାଇଥିଲେ।

Also Read: ପାଣିଖାଲକୁ ଖସିଗଲା କାର୍, ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ

ତେବେ ଯନ୍ତ୍ରଣା ଅଧିକ ହେବାରୁ ବୁଧବାର ସକାଳ ୯ଟା ସମୟରେ ବାଦଲକୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଚିକିତ୍ସା ନିମନ୍ତେ ନିଆଯାଇଥିଲା। ମାତ୍ର ଦିନ ୧୧ଟା ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସେପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।