LIVE TV

ମୋରଡା : ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର

NEWS7
Morada

ମୋରଡ଼ା ୧୦: ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ତଥା ବେତନଟୀ ଓ ରାସଗୋବିନ୍ଦପୁର ରେଞ୍ଜରେ ହାତୀ ଉପଦ୍ରବ ଥମିବାର ନାଁ ଧରୁନାହିଁ । ବନ ବିଭାଗ ମଧ୍ୟ ଏଥିପ୍ରତି ନୀରବ ଦ୍ରଷ୍ଟା ସାଜିଛି l

ସୂଚନା ଅନୁଯାୟୀ, ରବିବାର ଅପରାହ୍ନ ଟା ସମୟରେ ବେତନଟୀ ରେଞ୍ଜ ଅଧୀନ ଗଣ୍ଡିଗଧା ଜଙ୍ଗଲରେ ସୁଶୀଳା ମହାନ୍ତ ଛେଳି ଚରାଉଥିବା ସମୟରେ ଏକ ଦନ୍ତା ହାତୀ ହାବୁଡ଼ରେ ପଡ଼ିଥିଲେ l ଦନ୍ତା ହାତୀଟି ସୁଶୀଳାଙ୍କୁ ଆକ୍ରମଣ କରି ଗୁରୁତର କରିଥିଲା l ତେବେ ସ୍ଥାନୀୟ ଲୋକେ ଏକ ଖଟିଆ ସାହାଯ୍ୟରେ ସୁଶୀଳାଙ୍କୁ ଜଙ୍ଗଲରୁ  ଘରକୁ ବୋହି ନେଇଥଲେ ଏବଂ ଆମ୍ବୁଲାନ୍ସ ଯୋଗେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ପଠାଯାଇଛି ଘଟଣାସ୍ଥଳରେ ଡେପୁଟି ରେଞ୍ଜର ଧ୍ରୁବେନ୍ଦ୍ରନାଥ ନାଏକ ଏବଂ କେସିପୁର ଫରେଷ୍ଟର କାଞ୍ଚନମଣି ଫରେଷ୍ଟର ପହଞ୍ଚିଥିବାର ଦେଖିବାକୁ ମିଳିଛି l ତେବେ ବେତନଟୀ ରେଞ୍ଜରେ ପୂର୍ବ ଦାୟିତ୍ୱରେ ମନୱାର ଖାଁ ଥିବା ସମୟରେ ଲୋକଙ୍କୁ ହାତୀ ବାବଦରେ ପୂର୍ବ ସୂଚନା ପ୍ରଦାନ କରାଯାଉଥିବା ବେଳେ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଡେପୁଟି ରେଞ୍ଜର ନାଏକ ସଠିକ୍ ଭାବେ ଦାୟିତ୍ୱ ତୁଲାଇ ନଥିବାରୁ ଏପରି ଘଟଣା ଘଟିଛି ବୋଲି ଆଲୋଚନା ହେଉଛି l ତେବେ ଉକ୍ତ ମହିଳାଙ୍କ ଗୋଡ଼ ଭାଙ୍ଗି ଯାଇଥିବା ସୂଚନାରୁ ଜଣାପଡିଛି ।