LIVE TV

ଭୀମସାର ଓ ଏସ୍‌ସିବି ଡାକ୍ତରୀ ଛାତ୍ରଙ୍କୁ ଏମକେସିଜି ଛାତ୍ରଙ୍କ ମାଡ଼ ଅଭିଯୋଗ : ଅନେକ ଛାତ୍ର ଆହତ ସୂଚନା

NEWS7
VIMSAR

ସମ୍ବଲପୁର ୧୦: ଭୀମସାର ଓ ଏସ୍‌ସିବି ଡାକ୍ତରୀ ଛାତ୍ରଙ୍କୁ ମାଡ଼ ଅଭିଯୋଗ । ଏମ୍‌କେସିଜି ଛାତ୍ର ମାନେ ମାପିଟ କରିଥିବା ଅଭିଯୋଗ ଆଣିଲେ ଡାକ୍ତରୀ ଛାତ୍ର । ଏକ ସ୍ପୋର୍ଟ୍ସ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବ୍ରହ୍ମପୁର ଯାଇଥିଲେ ଭୀମସାର ଓ ଏସ୍‌ସିବି ଡାକ୍ତରୀ ଛାତ୍ର ତେବେ ଏମ୍‌କେସିଜି ସୁକ୍ଷିତ ନୁହେଁ ବୋଲି ଯୋଗ ନଦେଇ ଫେରି ଆସୁଛନ୍ତି ଛାତ୍ରଛାତ୍ରୀ ଏହି ମାପିଟରେ ଅନେକ ଛାତ୍ର ଆହତ ହୋଇଥିବା ଜଣାପଡିଛି ମାଡ ମାରି ବସ୍‌ର କାଚ ଭାଙ୍ଗିଥିବା ମଧ୍ୟ ସୂଚନା ମିଳିଛି 

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ଇଣ୍ଟର ମେଡିକାଲ କଲେଜ ମିଟ୍ ଉତ୍ସବ ଆୟୋଜନ ପୂର୍ବରୁ ଗଣ୍ଡଗୋଳ । ଆସନ୍ତା ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଏହି ମିଟ୍ ଅନୁଷ୍ଠିତ ହୋଇଥାନ୍ତା । ତେବେ ମିଟ୍ ପୂର୍ବରୁ ଗଣ୍ଡଗୋଳ ମେଡିକାଲ କଲେଜରେ ଗଣ୍ଡଗୋଳ ହୋଇଛି ।ଏହି ମିଟ୍‌ରେ ସମ୍ବଲପୁର ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ଆର୍ୟୁବିଜ୍ଞାନ ଗବେଷଣା ପ୍ରତିଷ୍ଠାନ ଓ ଚିକିତ୍ସାଳୟ ଏବଂ ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ଛାତ୍ରଛାତ୍ରୀ ଏକ ସ୍ପୋର୍ଟସ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଏମ୍‌କେସିଜିକୁ ଯାଇଥିଲେ । ସେଠାରେ ପହଞ୍ଚିବା ପରେ ଏମ୍‌କେସିଜିର କିଛି ଛାତ୍ର ଉଭୟ ଭୀମସାର ଏବଂ ଏସ୍‌ସିବି ଛାତ୍ର ମାନଙ୍କ ସହିତ ମାରପିଟ କରିଥିବା ନେଇ ଅଭିଯୋଗ ହୋଇଛି । ଫଳରେ ଉଭୟ ମେଡିକାଲ କଲେଜର ଅନେକ ଛାତ୍ର ଆହତ ହୋଇଥିବା ନେଇ ସୂଚନା ମିଳିଛି । ଏ ନେଇ ଏମ୍‌କେସିଜି ମେଡିକାଲ ଡିନ୍ ପ୍ରଫେସର ଡାକ୍ତର ସୁଚିତ୍ରା ଦାସ ସୂଚନା ଦେଇଛନ୍ତି । ତେବେ କେଉଁ କାରଣରୁ ସେମାନ ମାରପିଟ କରିଛନ୍ତି ତାହା ସ୍ପଷ୍ଟ ଜଣାପଡିନାହିଁ ।

ଏଭଳି ଘଟଣା ପରେ ଏମ୍‌କେସିଜି ସୁକ୍ଷିତ ନୁହେଁ ବୋଲି ଭୀମସାର ଛାତ୍ରଛାତ୍ରୀ ଅଭିଯୋଗ ଆଣି ସମ୍ପୃକ୍ତ ସ୍ପୋର୍ଟସ କାର୍ଯ୍ୟକ୍ରମରେ ଯୋଗ ନଦେଇ ଫେରିଆସୁଥିବା ସୂଚନା ମିଳିଛି । ଏମ୍‌କେସିଜି ଛାତ୍ର ମାନେ ଆକ୍ରମଣ କରିବା ବେଳେ ବସ୍‌ର କାଚ ମଧ୍ୟ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ସେହିଭଳି ଏସ୍‌ସିବି ଛାତ୍ରଛାତ୍ରୀ ମଧ୍ୟ ଫେରିଆସିଛନ୍ତି ।ଚିକିତ୍ସିତ ହେବା ସମସ୍ତ ଛାତ୍ର କଟକ ଏବଂ ବୁର୍ଲା ଫେରିଥିବା ସୂଚନା ରହିଛି । ତେବେ ଏ ଘଟଣାକୁ ନେଇ ଏମ୍‌କେସିଜି ମେଡିକାଲରେ କାଉନସିଲ ବୈଠକ ଅନୁଷ୍ଠିତ ହେବ ।

ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ସମ୍ବଲପୁର ଭୀସାରରେ ବ୍ରହ୍ମପୁର ଏମ୍‌କେସିଜି ଛାତ୍ର ମାନଙ୍କୁ ଆକ୍ରମଣ ହୋଇଥିଲା । ଯେଉଁ ଘଟଣାକୁ ନେଇ ବିଭିନ୍ନ ମହଲରେ ନିନ୍ଦା ମଧ୍ୟ କରାଯାଇଥିଲା । ତେବେ କିଛି ବର୍ଷ ପରେ ପୁଣି ଘଟଣାର ପୁନରାବୃତ୍ତି ଘଟିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ​​​​​​​

​​​​​​​