LIVE TV

ପ୍ରବଳ ବର୍ଷାରେ ବେହାଲ୍ ସମ୍ବଲପୁରବାସୀ, ହୀରାକୁଦରେ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ

NEWS7
Hirakud dam open

ସମ୍ବଲପୁର ୨/୦୯: ସମ୍ବଲପୁରରେ ପ୍ରବଳ ବର୍ଷା ଯୋଗୁ ସାଂଘାତିକ ସ୍ଥିତି ବେହାଲ ଜନଜୀବନ । ତଳିଆ ଅଞ୍ଚଳରେ ପାଣି ଜମିଛି । ଘରେ ବାହାରେ ସୁଅ କାଟୁଛି ପାଣ । ସହରର ଜଗନ୍ନାଥ କଲୋନୀ ରାସ୍ତାରେ ପାଣି ଲହଡି ଭାଙ୍ଗୁଛି । ସାକ୍ଷୀପଡାରୁ ଜଗନ୍ନାଥ କଲୋନୀ ସଂଯୋଗ କରୁଥିବା ଅଣ୍ଡରପାସରେ ମଧ୍ୟ ଆଣ୍ଠୁଏ ଉଚ୍ଚର ପାଣି ଜମିଛି । ବାଲ୍‌ଟି ଧରି ଲୋକେ ପାଣି କାଢିବାରେ ଲାଗିଛନ୍ତି । ଯଦି ବର୍ଷା ଲାଗିରହେ ତେବେ ଆଗକୁ ସ୍ଥିତି ସଂଗୀନ ହୋଇପାରେ ।

ବର୍ଷାର ପରିମାଣ ବଢିବା ଦେଖି ହୀରାକୁଦ ଜଳଭଣ୍ଡାରରେ ଖୋଲିଛି ଆଉ ୪ ଗେଟ୍‌ । ୪ଟି ଗେଟ୍‌ ଖୋଲିବା ପରେ ଏବେ ମୋଟ୍‌ ୧୨ଟି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି । ଏବେ ବାମ ପାର୍ଶ୍ବର ୮ଟି ଓ ଡାହାଣ ପାର୍ଶ୍ବର ୪ଟି ଗେଟ୍ ଖୋଲା ରହିଛି | ଉପରମୁଣ୍ଡରେ ବର୍ଷା ପାଇଁ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ଲକ୍ଷ ୫ ହଜାର ୪୨୬ କ୍ୟୁସେକ୍‌ଜଳ ପ୍ରବେଶ କରୁଛି । ସେହିପରି ପ୍ରତି ସେକେଣ୍ଡରେ ୧ଲକ୍ଷ ୬୭ ହଜାର ୩୦୭ କ୍ୟୁସେକ୍‌ ଜଳ ଛଡାଯାଉଛି ।  ହୀରାକୁଦକୁ ଜଳ ପ୍ରବେଶ ବଢୁଥିବାରୁ ଜଳସ୍ତର ୬୨୯.୯୭ ଫୁଟରେ ପହଞ୍ଚିଛି ।

ସେପଟେ ଲଘୁଚାପ ପ୍ରଭାବରେ ଆସୁଛି ବଡ ବର୍ଷା । ଆଗକୁ ପ୍ରବଳ ବର୍ଷିବ । ୨୮ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ନେଇ ଆଲର୍ଟ କରିଛି ପାଣିପାଗ ବିଭାଗ । ଉତ୍ତର ପୂର୍ବ ବଙ୍ଗୋପସାଗର ଓ ଏହାର ଆଖପାଖ ଅ଼୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ପ୍ରଭାବରେ ରାଜ୍ୟବ୍ୟାପୀ ପ୍ରବଳ ବର୍ଷା ନେଇ ଆଲର୍ଟ କରିଛି ପାଣିପାଗ ବିଭାଗ । ସେପଟେ ବୁଧବାର ସାରା ରାଜ୍ୟ ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ଘଡଘଡି ସହ ପ୍ରବଳ ବର୍ଷା ନେଇ ୩ ଜିଲ୍ଲା ସମ୍ବଲପୁର, ଝାରସୁଗୁଡା ଓ ସୁନ୍ଦରଗଡକୁ ଅରେଞ୍ଜ ୱାର୍ଣ୍ଣିଂ ହୋଇଥିବାବେଳେ ଅନ୍ୟ ୨୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।୨୫ ତାରିଖରେ ବର୍ଷାର ପରିମାଣ ଅଧିକ ରହିବ ।  ସମୁଦ୍ର ଅଶାନ୍ତ ରହିବା କାରଣରୁ ୨୬ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି । ବିଭିନ୍ନ ସ୍ଥାନରେ ମାଇକରେ ଲୋକଙ୍କୁ ସତର୍କ କରାଯାଇଛି ।