LIVE TV

ଚୌଦ୍ୱାର ଜେଲ୍‌ରୁ ୨ କଏଦୀ ଚମ୍ପଟ ଘଟଣା, ଏତଲା ଦେଲେ ଜେଲ୍ ସୁପରିନ୍‌ଟେଣ୍ଡେଣ୍ଟ

NEWS7
jail update

ଚୌଦ୍ୱାର ୦୪/୧୦: ଚୌଦ୍ଵାର ଜେଲରୁ ଦୁଇ କଏଦୀ ଫେରାର ଘଟଣା । ଫେରାର ନେଇ ଚୌଦ୍ଵାର ଜେଲ ସୁପରିନ୍‌ଟେଣ୍ଡେଣ୍ଟ ସୁଜିତ୍ ରାଉଳ ଦେଲେ ଏତଲା । ମାମଲା ରୁଜୁ କରି ପୋଲିସ ଆରମ୍ଭ କରିଛି ତଦନ୍ତ। ଦୁଇଟି ଭିନ୍ନ ଭିନ୍ନ ସେଲ୍‌ର ଲୁହା ଗେଟ୍ କାଟି ଫେରାର ହୋଇଛନ୍ତି ଦୁଇ ଅଭିଯୁକ୍ତ । ଚୌଦ୍ଵାର, ରେଳ ଷ୍ଟେସନ, ବସ ଷ୍ଟାଣ୍ଡର ସିସିଟିଭି କ୍ୟାମେରା ଯାଞ୍ଚ କରୁଛି ପୋଲିସ । ବିହାର ପୋଲିସ ସହ ଯୋଗାଯୋଗରେ ରହିଛି କମିଶନରେଟ ପୋଲିସ । 

ସୂଚନା ଥାଉକି, କଏଦୀଙ୍କୁ ଧରିବା ପାଇଁ ତିନୋଟି ଟିମ୍‌ ଗଠନ କରାଯାଇଛି । ଏହି ଟିମ୍ ମଧ୍ୟ ବାହାର ରାଜ୍ୟକୁ ଯାଇ ଖୋଜାଖୋଜି କରିବା ଆରମ୍ଭ କରିଛନ୍ତି । ଜେଲରୁ କଏଦୀ ଫେରାର ହେବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ପାଚେରୀ ଚଢ଼ି କଏଦୀ ଫେରାର ହୋଇଛନ୍ତି । ଜେଲ୍‌ ପାଚେରୀରେ ଝୁଲିଥିବା କମ୍ବଳକୁ ଯୋଡ଼ି ତିଆରି କରିଥିବା ଦଉଡ଼ି ସହାୟତାରେ ପାଚେରୀ ଡେଇଁ ଚମ୍ପଟ ମାରିଛନ୍ତି ଦୁଇ କଏଦୀ ।

ଗୁରୁବାର ରାତି ପ୍ରାୟ ଗୋଟାଏ । ହାଇ ସିକ୍ୟୁରିଟି ସେଲରେ ଥିବା ଦୁଇ ବିହାରୀ କୁଖ୍ୟାତ ଡକାୟତ ମଧୁକାନ୍ତ ଓ ରାଜା ସାହାଣୀ ଚୌଦ୍ବାର ଜେଲ କର୍ତ୍ତୃପକ୍ଷଙ୍କୁ ଚକମା ଦେଇ ଚମ୍ପଟ ମାରିଛନ୍ତି । ଦୁଇ କଏଦୀଙ୍କ ଫଟୋ ଜାରି କରିଛି ପୁଲିସ । ଅପରାଧୀଙ୍କ ସମ୍ପର୍କରେ ସୂଚନା ଦେଲେ ୫୦ ହଜାର ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି । କାର୍ଯ୍ୟରେ ଅବହେଳା ଯୋଗୁଁ ସେଲ୍‌ର ଦାୟିତ୍ୱରେ ଥିବା ୱାର୍ଡର ଓ ଚିଫ୍ ୱାର୍ଡରଙ୍କୁ ନିଲମ୍ବନ କରାଯାଇଛି ।