LIVE TV

ରୋହିତ ଶର୍ମାଙ୍କୁ କଣ ହେଲା?...IND-AUS ସିରିଜ ପୂର୍ବରୁ ଭାଇରାଲ୍ ହେଲା ଫଟୋ

NEWS7
rohit sharma

ନୂଆଦିଲ୍ଲୀ ୨୫/୦୯: ଅକ୍ଟୋବର ୧୯ରୁ ଆରମ୍ଭ ହେବ ଇଣ୍ଡିଆ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ । ତେବେ କଙ୍ଗାରୁ ବିପକ୍ଷରେ ମୈଦାନକୁ ଓହ୍ଲାଇବେ ରୋହିଟ ଶର୍ମା । ଦୀର୍ଘ ଦିନର ଗ୍ୟାପ ପରେ ନଜର ଆସିବେ ହିଟ୍ ମ୍ୟାନ୍ । ନିକଟରେ ଫିଟ୍‌ନେସ୍ ଟେଷ୍ଟା ପାସ୍ କରିଥିଲେ ରୋହିତ୍ । ତେବେ ଏହି ମ୍ୟାଚ୍ ପୂର୍ବରୁ ନିଜକୁ ପୁରା ତୟାର କରୁଛନ୍ତି କ୍ୟାପଟେନ୍ । ସିରିଜ୍ ପୂର୍ବରୁ ୧୦ କିଲୋଗ୍ରାମ ଓଜନ କମାଇଛନ୍ତି ସେ । ଯାହାର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି ।

Abhishek Nayar story

ପୂର୍ବତନ ବ୍ୟାଟିଂ କୋଚ୍‌ ଅଭିଷେକ ନାୟାରଙ୍କ ସହ ତାଙ୍କର ଫଟୋ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ସେ ପୁରା ଝଡୁଥିବାର ନଜର ଆସିଛନ୍ତି । ୧୦ କେଜି କମାଇବା ପରେ ରୋହିତ ଅଭିଷେକ ଏକାଠି ଜିମ୍‌ରେ ନଜର ଆସିଛନ୍ତି । ରୋହିତ ନିଜ ଲୁକ୍ ସହ ମୁମ୍ୱାଇ ଟ୍ରେନିଂ କରୁଥିବାର ଦେଖିବାକୁ ମିଳିଛନ୍ତି । ଅଭିଷେକ ଏହି ଫଟୋ କ୍ୟାପସନରେ ଲେଖିଛନ୍ତି ୧୦୦୦୦ ଗ୍ରାମ୍ କମ୍ କରିବା ପରେ ବି ଆମେ ଆମର ପ୍ରୟାସ ଜାରି ରଖିଛୁ । ରୋହିତ ଶର୍ମା ଶେଷ ଥର ପାଇଁ ଟିମ୍‌ ପାଇଁ ଚାମ୍ପିଅନ୍ସ ଟ୍ରଫି ଖେଳୁଥିବାର ଦେଖିବାକୁ ମିଳିଥିଲା । ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସରିଜ୍ ପର୍ଥରେ ଆରମ୍ଭ ହେବ । ଏହା ପରେ ଆଗାମୀ ଦିନିକିଆ ଏଡିଲେଡ୍ ଏବଂ ପରେ ଶେଷ ଦିନିକିଆ ସିଡନୀରେ ଖେଳାଯିବ ।