News7 Logo

ଭେଜାହାଣ୍ଡି ହଷ୍ଟେଲରେ ପଶିଲା ଡାକ୍ତରୀ ଦଳ, ଖୋଜୁଛି ଝାଡାବାନ୍ତିର କାରଣ

NEWS7
diarrhea

ବୈପାରୀଗୁଡା ୧୪/୦୯: ଝାଡାବାନ୍ତି ଆତଙ୍କ ପରେ ହଷ୍ଟେଲରେ ପଶିଲା ଡାକ୍ତରୀ ଦଳ । ହଷ୍ଟେଲ ପରିମଳ ବ୍ୟବସ୍ଥା ତଦାରଖ କରାଯାଇଛି । ଝାଡାବାନ୍ତିର କାରଣ ଖୋଜା ଚାଲିଛି । ଛାତ୍ରୀମାନେ ବ୍ୟବହାର କରୁଥିବା ପାଣି ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଲ୍ୟାବ୍‌କୁ ପଠାଯାଇଛି । ରବିବାର କୁନ୍ଦୁରା ବ୍ଲକ୍ ଅନ୍ତର୍ଗତ ଭେଜାହାଣ୍ଡି ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ ୧୩ ଜଣ ଛାତ୍ରୀ ।

ଚିକିତ୍ସା ପାଇଁ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଏବେ ସୁଧାର ଆସିଥବା ଜଣା ପଡିଛି । ସୋମବାର ଆକ୍ରାନ୍ତ ଛାତ୍ରୀଙ୍କୁ ଭେଟିଛନ୍ତି ଜିଲ୍ଲାସ୍ତରୀୟ ଡାକ୍ତର ଓ ଜିଲ୍ଲା ମଙ୍ଗଳ ସାମ୍ପ୍ରସରଣ ଅଧିକାରୀ । ହଷ୍ଟେଲର ପରମଳ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।

ହଷ୍ଟେଲ ପରିଚାଳନା କର୍ତ୍ତୃପକ୍ଷଙ୍କ ଅବହେଳା ଯଗୁଁ ଏଭଳି ସ୍ଥିତି ଉପୁଜିଛି । ବୋଲି ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି । ସେପଟେ ଜିଲ୍ଲା ମଙ୍ଗଳ ସାମ୍ପ୍ରସରଣ ଅଧିକାରୀ କହିଛନ୍ତି ପିଲାମାନେ ବାହାର ଜିନିଷ ଖାଇବା ଯୋଗୁଁ ଡାଇରିଆ ଆକ୍ରାନ୍ତ ହୋଇଛନ୍ତି । ବାହାର ଜିନିଷ ନ ଖାଇବା ପାଇଁ ଆଜି ସେମାନଙ୍କୁ ସଚେତନ କରାଯାଉଛି ।