LIVE TV

ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ସରକାରଙ୍କ ଆଉ ଏକ ବଡ଼ ପଦକ୍ଷେପ, ଡିଜିସିଏ ମ୍ୟାପ୍‌ର ରେଡ୍‌ ଜୋନ୍‌ରେ ସ୍ଥାନ ପାଇଲା ଶ୍ରୀମନ୍ଦିର

NEWS7
Jagannath temple area is now comes under red zone of the DGCA map

ପୁରୀ: ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ସରକାରଙ୍କ ଐତିହାସିକ ପଦକ୍ଷେପ। ଶ୍ରୀଜଗନ୍ନାଥ ମନ୍ଦିର ଅଞ୍ଚଳକୁ ରେଡ୍‌ ଜୋନ୍‌ ଘୋଷଣା କଲା ଡିଜିସିଏ। ଏୟାରସ୍ପେଶ୍ ମ୍ୟାପରେ କିଛି ଏଭଳି ତଥ୍ୟ ରହିଥିବା ଭାରତ ସରକାରଙ୍କ ଡିଜିସିଏ ୱେବସାଇଟରେ ଉପଲବ୍ଧ ରହିଛି। ରେଡ୍ ଜୋନ୍ ଅବଧି ୨୦୨୫ ସେପ୍ଟେମ୍ବର ୨୬ରୁ 2028 ୨୦୨୮ସେପ୍ଟେମ୍ବର ୨୫ ଅର୍ଥାତ ତିନି ବର୍ଷ ପାଇଁ ରହିଛି।

ଶ୍ରୀ ଜଗନ୍ନାଥ ମନ୍ଦିରକୁ ରେଡ୍‌ ଜୋନ୍ ଭାବେ ଘୋଷଣା ହେବାପରେ ଡ୍ରୋନ୍ ଉଡାଣକାରୀଙ୍କ ଉପରେ କଟକଣା ଲାଗିପାରିବ ବୋଲି କହିଛନ୍ତି ପୁରୀ ଏସପି। ଅନ୍ୟପଟେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ତତ୍କାଳୀନ ସରକାରଙ୍କ ଅପାରଗତାକୁ ମହାପ୍ରଭୁ ଜଗନ୍ନାଥଙ୍କ ବାଡ଼ଗ୍ରାହୀ ଦାୟୀ କରିଥିବା ବେଳେ ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି।

ବିଗତ ଦୁଇବର୍ଷ ଧରି ଶ୍ରୀମନ୍ଦିର ଉପରେ ବାରମ୍ବାର ଡ୍ରୋନ୍ ଉଡିବା ଘଟଣା ନଜରକୁ ଆସିଥିବା ବେଳେ ଶ୍ରୀମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଶ୍ରୀମନ୍ଦିର ଚତୁପାର୍ଶ୍ବରେ ଓ ମନ୍ଦିର ଭିତରେ ସ୍ୱତନ୍ତ୍ର ବାଟାଲିୟନ ମୁତୟନ, ଟେରୋରିଷ୍ଟ ଆଟାକକୁ ନେଇ ବଜ୍ର ଗାଡ଼ ମୁତୟନ ଏବଂ ପୋଲିସଙ୍କ ଦେହରେ ବଡି କ୍ୟାମେରା ଲାଗାଇବା ଭଳି ପଦକ୍ଷେପ ନିଆଯାଇଥିଲା।

ଆଉ ଏବେ ଶ୍ରୀମନ୍ଦିର ଉପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଲାଗୁ ହୋଇଛି ରେଡ୍ ଜୋନ ବ୍ୟବସ୍ଥା କରାଯିବାକୁ ସେବାୟତ, ବୁଦ୍ଧିଜୀବୀ ଓ ଆଇନଜୀବୀ ମହଲରେ ସ୍ୱାଗତ କରିଛନ୍ତି। ଏହା ସହ ଖୁବଶୀଘ୍ର ରାଜ୍ୟ ସରକାରଙ୍କ ନିଷ୍ପତ୍ତି ମୁତାବକ ଆଣ୍ଟି ଡ୍ରୋନ୍ ଡିଭାଇସ୍ ଲଗାଇବାକୁ ଦାବି ହୋଇଛି।