LIVE TV

ପୁଣି ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ୍, ବାନା ପରିବର୍ତ୍ତନ ବେଳେ ଦେଖିବାକୁ ମିଳିଥିଲା

NEWS7
Temple

ପୁରୀ ୨୮।୯: ପୁଣି ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ୍ । ଦୀର୍ଘ ୧୫ ମିନିଟ୍ ଧରି ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡିଥିବା ଦେଖିବାକୁ ମିଳିଛି । ଶ୍ରୀମନ୍ଦିର ସହିତ ଆନନ୍ଦ ବଜାର, ସ୍ନାନ ମଣ୍ଡପ ଉପରେ ଡ୍ରୋନ୍ ଉଡ଼ିଥିବା ବେଳେ ଚୂନରା ସେବାୟତ ମାନେ ବାନା ପରିବର୍ତ୍ତନ କରୁଥିବା ସମୟରେ ଡ୍ରୋନ୍ ଦ୍ବାରା ସମସ୍ତ ଭିଡିଓ ନିଆଯାଇଥିବା ଦେଖିବାକୁ ମିଳିଛି । ନୋ ଫ୍ଲାଇଙ୍ଗ ଜୋନ୍‌ରେ ବାରମ୍ବାର ଏଭଳି ଡ୍ରୋନ୍ ଉଡୁଥିବାରୁ ତାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି । ଡ୍ରୋନ୍ ଟି କିଏ ଏବଂ କେଉଁଠାରୁ ଅପରେଟ୍ କରିଛି ତାହା ସ୍ପଷ୍ଟ ହୋଇନାହିଁ ।

ତେବେ ବିଭିନ୍ନ ସମୟରେ ଶ୍ରୀମନ୍ଦିର ଉପରେ ବାରମ୍ବାର ଅବାଧରେ ଡ୍ରୋନ୍ ଉଡୁଥିବା ବେଳେ ଏହା ଉପରେ ପୋଲିସ ପକ୍ଷରୁ କୌଣସି ଅଙ୍କୁଶ ଲଗାଯାଇ ପାରୁନାହିଁ । ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଏହାକୁ ନେଇ ସେବାୟତ ଓ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଦୀର୍ଘ ୧୫ ମିନିଟ୍ ଧରି ଶ୍ରୀମନ୍ଦିର ଉପରେ ଡ୍ରୋନ୍ କ୍ୟାମେରା ପଇଁତରା ମାରିଥିଲେ ମଧ୍ୟ ପୋଲିସ କିନ୍ତୁ ଏହାର ଟେର୍ ପାଇପାରିନାହିଁ । ସେପଟେ କେବେ ଆଣ୍ଟି ଡ୍ରୋନ୍ ଟେକ୍ନୋଲୋଜି ବ୍ୟବହାର ହେବ ତାକୁ ନେଇ ଉଠିଛି ପ୍ରଶ୍ନ ।